ସାବଧାନ ! ରାଜଧାନୀରେ ବୁଲୁଛନ୍ତି ଲୁଟେରା ଗର୍ଲଫ୍ରେଣ୍ଡ ଗ୍ୟାଙ୍ଗ, ମାୟାଜାଲରେ ଫସେଇ ଲୁଟୁଛନ୍ତି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଅନ୍ଧାର ରାତି ସୁନ୍ଦରୀ ଚେହେରା । ଲୁଟ ପାଇଁ ଗର୍ଲଫ୍ରେଣ୍ଡ ଗ୍ୟାଙ୍ଗ । ଟାର୍ଗେଟରେ ରାତିର ରାଜଧାନୀ । ସଞ୍ଜ ନଇଁଲେ ଏମାନେ କରନ୍ତି ଟାର୍ଗେଟ । ଏବଂ ପାଲରେ ପକାଇବାକୁ ମାୟାବିନି ଦିଅନ୍ତି ସେକ୍ସ ଅଫର । ଏବଂ ଥରେ ଜାଲରେ ପଡିଲେ ଖଲାସ ।

ଚନ୍ଦ୍ର ଶେଖର ପୁର ପେଟ୍ରୋଲ ପମ୍ପ ଛକ ଭୋର ୬ ଟାରେ ଜଣେ ଯୁବକଙ୍କୁ ମାଡ ମାରି ଜୋର ଜବରଦସ୍ତ ବାଇକ ରେ ଉଠାଇ ନେବାକୁ ଲାଗି ପଡିଛନ୍ତି । ସେହିଭଳି ଆଉ ଏକ ଦୃଶ୍ୟ ରାଜମହଲ ଅଟୋଷ୍ଟାଣ୍ଡ ରେ ଦେଖିବାକୁ ମିଳିଛି । ସାଧା ପୋଷାକରେ ପୋଲିସ ଜଣେ ଯୁବକକୁ ଧରିବା ପରେ ଯୁବତୀ ଜଣଙ୍କ ମାରିଦେବେ କହି ମିଛ ନାଟକ କରୁଛି । ଦୁଇଟି ଯାକ ଦୃଶ୍ୟର ଚିତ୍ର ସମାନ ଏବଂ ଯୁବକ ଯୁବତୀ ମଧ୍ୟ ସମାନ ।

କିନ୍ତୁ ଏମାନଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପୋଲିସ ର ସୂଚନା ଅନୁସାରେ ରାଜ୍ୟ ବାହାରୁ ଭୁବନେଶ୍ବରକୁ ଆସୁଥିବା ଲୋକଙ୍କୁ ଲୁଟିବା ପାଇଁ ଏମାନେ ପ୍ରସ୍ତୁତ କରନ୍ତି ମାଷ୍ଟର ପ୍ଳାନ । ଗ୍ୟାଙ୍ଗ ର ଅପରେସନ ଏରିଆ, ସହରର ପ୍ରମୁଖ ଛକ । ଫୋକସ ରେ ମାଷ୍ଟର କ୍ୟାଣ୍ଟିନର ରାଜମହଲ ।

ଲୋକଙ୍କୁ ସୁନ୍ଦରୀ ମାନେ ଇସାରା ଦିଅନ୍ତି ଆଊ ଏହି ପାଲରେ ପଡିବା ପରେ ପୂର୍ବରୁ ଛକି ବସିଥିବା ଲୁଟେରା ଗ୍ୟାଙ୍ଗ ହୋ ହାଲା କରିବା ସହିତ ପୋଲିସ କୁ ଜଣାଇବାକୁ କୁହନ୍ତି । ସମ୍ପୃକ୍ତ ଲୋକମାନେ ସାମାଜିକ ଲଜ୍ୟା ଏବଂ ଗିରଫ ଭୟରେ ପଟି ଚୁପ କରି ସବୁ ଜିନିଷ ଦେଇ କାନମୁଣ୍ଡ ଆଉଁସି ଚାଲି ଜାଆନ୍ତି । ଆଉ ଯଦି କେହି ଖସିଯିବାକୁ ଚେଷ୍ଟା କରନ୍ତି ତେବେ ଗ୍ୟାଙ୍ଗର ସଦସ୍ୟ ଆକ୍ରମଣ କରନ୍ତି । ମାତ୍ର ଗତକାଲି ଲୁଟ ମାମଲାରେ ଅଭିଯୁକ୍ତ ଗୋପୀ କୁ ପୋଲିସ ଉଠାଇବା ବେଳେ ରାଜମହଲ ଛକରେ ଦେଖିବାକୁ ମିଳିଥିଲା ହାଇଡ୍ରାମା ।

ଲୁଟ ଏବଂ ହଣାକଟା ମାମଲାରେ ଗ୍ୟାଙ୍ଗ ର ଏକାଧିକ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ କାଲି ଗୋପୀ କୁ ସ୍ପେଶାଲ ଟିମ ଉଠାଇ ନେଇ ଜେରା କରୁଛି । ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ମୁହଁ ଖୋଲିନାହିଁ । ଆଗକୁ କଣ ହେଉଛି ତାହା ଦେଖିବା ବାକି । କିନ୍ତୁ ଆପଣ ମାନେ ସାବଧାନ ରୁହନ୍ତୁ ଏଭଳି ଲୁଟ ର ଶିକାର ଆପଣ ମଧ୍ୟ ହୋଇପାରନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *