ରାଜଧାନୀର କିଏ ସେହି ପ୍ରତିଷ୍ଠିତ ଗହଣା ବ୍ୟବସାୟୀ ? ଯାହାଙ୍କ ସୁନା ଗିଫ୍ଟରେ ଝଟକୁଛନ୍ତି ଅର୍ଚନା ଓ ତାଙ୍କ ସ୍ଵାମୀ…

ବନ୍ଧୁଗଣ, ଆପଣ ମାନେ କଳାକାରନାମା କରି ବଡ ହୋଇଥିବା ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ଙ୍କ କଥା ନିଶ୍ଚିତ ଭାବରେ ଜାଣିଥିବେ । ତେବେ ତାଙ୍କୁ ନେଇ ଗୋଟେ ପରେ ଗୋଟେ ଗୁମର ଖୋଲିବାରେ ଲାଗିଛି । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଏ ସବୁ ଭିତରେ ଏକ ଗହଣା ବ୍ୟବସାୟୀ ଙ୍କ କଥା ମଧ୍ୟ ଉଠିଥିଲା ମାତ୍ର କିଏ ସେହି ଗହଣା ବ୍ୟବସାୟୀ ? ଯେ କି ଅର୍ଚ୍ଚନା ଙ୍କ କଥାରେ ଉଠୁବସ ହେଉଥିଲେ ?

ବଦନାମ ଭୟରେ ଅର୍ଚ୍ଚନା ଙ୍କୁ ୩ କୋଟି ଫୋପାଡି ଦେଇଥିଲେ । ସେ ତାଙ୍କୁ ଆକର୍ଷଣୀୟ ଡିଜାଇନର ଗହଣା ଉପହାର ଦେଇଥିଲେ । ତେବେ ରାଜଧାନୀ ର ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ହୋଇଛି । ବ୍ଳାକମେଲ କୁଇନ ଅର୍ଚ୍ଚନା ଙ୍କର ସୁନା ପ୍ରତି ଥିଲା ଅହେତୁକ ଦୁର୍ବଳତା । ସଉକିନିଆ ନାଗ କପଲ କୁଆଡେ ନିଜ ଟଙ୍କାରେ ସୁନା କିଣି ପିନ୍ଧନ୍ତି ନାହିଁ ବୋଲି ଚର୍ଚା ହୁଏ ।

ରାଜଧାନୀ ରେ ଜଣେ ପ୍ରତିଷ୍ଠିତ ଗହଣା ବ୍ୟବସାୟୀ ଙ୍କ ସୋରୁମ କୁ ଯାଇ ନିଜ ମନ ପସନ୍ଦ ର ଜ୍ଵାଲେରୀ ଆଣି ଥାନ୍ତି । ମାତ୍ର କେବଳ ଅର୍ଚ୍ଚନା ନୁହେଁ ଜଗବନ୍ଧୁ ମଧ୍ୟ ସମଭାଗୀ । ହନିଟ୍ରାପରେ ଜଣେ ସୁନା ବ୍ୟବସାୟୀ ଙ୍କୁ ରହସ୍ୟମୟୀ ଅର୍ଚ୍ଚନା ଫସାଇବା ପରେ ଏହି ମାମଲା ଥାନା କୁ ଯାଇଥିଲା । ଶେଷରେ ରଫା ଦଫା ନିମନ୍ତେ କସରତ ହୋଇଥିଲା ବୋଲି ଚର୍ଚ୍ଚା ହୋଇଛି ।

ଆଉ ୩ କୋଟି ଟଙ୍କା ବ୍ୟବସାୟୀ ଙ୍କ ଠାରୁ ହାତେଇଥିଲେ ମାୟାବିନି । ତେବେ ସେମାନେ ସିଧାସଳଖ ଗ୍ୟାସ ଆଣିଥିଲେ ନା ଜ୍ବେଲେରୀ ସୋ ରୁମ ଯାଇ ନିଜ ପସନ୍ଦ ର ନେକଲେସ ଏବଂ ଚେନ କିଣିଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନହିଁ । ମାତ୍ର ସେତେବେଳେ କିନ୍ତୁ ଏହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । କେବଳ ସୁନା ବ୍ୟବସାୟୀ ନୁହନ୍ତି ହନିଟ୍ରପରେ ଫସାଇ ଜଣେ ପ୍ରତିଷ୍ଠିତ ହୋଟେଲ ବ୍ୟବସାୟୀ ଙ୍କ ଠାରୁ ମଧ୍ୟ କୋଟି କୋଟି ଟଙ୍କା ନେଇଛନ୍ତି ।

ସମ୍ପୃକ୍ତ ବ୍ୟବସାୟୀ ତାଙ୍କ ଘରେ ବିଦେଶୀ ଆସବାବପତ୍ର ଖଞ୍ଜିଦେଇଥିବା ବେଳେ ତାଙ୍କୁ ମୁମ୍ବାଇ ନେଇ ଅତ୍ୟାଧୁନିକ ଲେଜର ଚିକିତ୍ସ୍ୟା ଦ୍ଵାରା ତାଙ୍କ ଶରୀରକୁ ଅଧିକ ଆକର୍ଷଣ କରାଇ ଥିଲେ । ତେବେ ଏହିଭଳି ଭାବରେ ଅର୍ଚ୍ଚନା ତାଙ୍କ ସ୍ଵାମୀ ଜଗବନ୍ଧୁ ନିଜର ଏକ ସ୍ଵତନ୍ତ୍ର କଳା ସାମ୍ରାଜ୍ୟ ଗଢିଥିଲେ । ବନ୍ଧୁଗଣ ଏହିବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *