Archana ଙ୍କ ସବୁ ଗୁମର ଖୋଲି କହିଦେଲେ ଓଡିଆ ପ୍ରଯୋଜକ Akshay Parija, କହିଲେ ଅର୍ଚନା ମତେ ଦେଉଥିଲା ଧମକ ୩ କୋଟି ଦିଅ, ନ ଦେଲେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରଯୋଜକ ବଖାଣିଛନ୍ତି ସମସ୍ତ କଥା କେମିତି ଚାଲିଥିଲା ହନିଟ୍ରାପ ତଥା ବ୍ଳ-ଆକ-ମେଲିଙ୍ଗ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପାରିଜା ଅର୍ଚ୍ଚନା ବିରୁଦ୍ଧରେ ଏତଲା ର ଏକ୍ସକ୍ଲୁସିଭ କପି ବର୍ତ୍ତମାନ ମିଡିଆ ହାତରେ ଲାଗିଛି । ତେବେ ହନିଟ୍ରାପରେ ଫସାଇ ବ୍ଲାକମେଲିଂ କରି ମାଗିଥିଲେ ୩ କୋଟି ଟଙ୍କା । ସଂପୂର୍ଣ୍ଣ ଘଟଣା ପଛରେ ଥିଲା ରହସ୍ୟମୟୀ । ଅର୍ଚ୍ଚନା ଙ୍କ ସହିତ ଥିଲା ଆଉ ଜଣେ ମହିଳା ଟଙ୍କା ଦିଅ ନଚେତ ପିସ ପିସ କରିଦେବି ।

ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ଏଥି ସହିତ ସଂପୂର୍ଣ୍ଣ ଭାବରେ ବର୍ବାଦ କରିଦେବାର ଧମକ ମଧ୍ୟ ମିଳୁଥିଲା । ନିଜେ ଅର୍ଚ୍ଚନା ଫୋନ ମାଧ୍ୟମରେ ଅକ୍ଷୟ ପାରିଜା ଙ୍କୁ କହିଥିବାର ସୂଚନା ଦେଇଛନ୍ତି ଅକ୍ଷୟ ପରିଜା । ଥାନାରେ ଦେଇଥିବା ଏତଲା ଅନୁସାରେ ପ୍ରଥମେ ନିଜକୁ ଆଇଜିପି ଭାବରେ ପରିଚୟ ଦେଇଥିଲେ ଅର୍ଚ୍ଚନା ନାଗ । ଜଣେ ଯୁବତୀ ଙ୍କ ସହ ପ୍ରଯୋଜକଙ୍କର ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଥିବା କହିଥିଲେ ।

ତେବେ ଟଙ୍କା ନ ଦେଲେ ଯୁବତୀ ଜଣକ ତାଙ୍କ ବିରୁଦ୍ଧରେ ଥାନାକୁ ଯିବେ ବୋଲି ଧମକାଇ ଥିଲା ନଚେତ ମାନହାନି ସହିତ କ୍ୟାରିୟର ବର୍ବାଦ ପାଇଁ ଧମକାଇ ଥିଲା । ସନ୍ନମାନ ହାନି ଫଳରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପାରିଜା । ଏଥିନିମନ୍ତେ ଭୁବନେଶ୍ବର ରେ ଅର୍ଚ୍ଚନା ଙ୍କ ସହିତ ଭେଟି ଆଲୋଚନା ମଧ୍ୟ କରିଥିଲେ । ମାତ୍ର ସେଠାରେ ମାମଲା ରଫାଦଫା କରିବା ନିମନ୍ତେ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା ।

ଟଙ୍କା ନ ଦେଲେ ସେ ଖଣ୍ଡ ଖଣ୍ଡ କରି କାଟିଦେବେ ବୋଲି କହିଥିଲେ । ଏପରିକି ଭୁବନେଶ୍ଵର ପାର୍କ କୁ ଯାଇ ପାରିବେ ନାହିଁ ବୋଲି ଧମକ ଦେଇଥିଲେ । ଅର୍ଚ୍ଚନା ଙ୍କ କଥାରେ ସନ୍ଦେହ ହେବାରୁ ତାଙ୍କୁ ହନିଟ୍ରାପରେ ଫସାଇବା ପାଇଁ ଅର୍ଚ୍ଚନା ସେହି ଯୁବତୀ ଙ୍କୁ ବ୍ୟବହାର କରୁଥିଲା ବୋଲି ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି ଅକ୍ଷୟ ପରିଜା ।

ମାତ୍ର ଯଦି ଏହି ଘଟଣା ସତ ହୋଇଥାଏ ତେବେ ସାଂଘାତିକ ତେବେ ଏଠାରେ ପ୍ରଶ୍ନ ଏହି ଅଭିଯୋଗ କୁ କେତେ ଗୁରୁତ୍ଵର ସହିତ ନେଉଛି କମିଶନରେଟ ପୋଲିସ ? ଏହି କପି ଆଧାରରେ ତଦନ୍ତ ହେଉଛି ତ ? ପ୍ରଯୋଜକ ଙ୍କୁ ଡାକି ଆଲୋଚନା କରିଲାଣି କି ପୋଲିସ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *