Sumit-Tapaswini ବିବାଦ ମାମଲା, ରାଜଭବନରୁ ଆସିଲା ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି, ଚିଠିରେ ଦିଆ ଯାଇଛି ଏହି ଆଦେଶ

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାରେ ରହିଛି । ବର୍ତ୍ତମାନ ତପସ୍ଵିନୀଙ୍କ ଧାରଣା ସ୍ଥଳରେ ଅନେକ ଲୋକ ତାଙ୍କ ଦୁଃଖରେ ଛିଡା ହୋଇଛନ୍ତି । ଉଭୟ ପକ୍ଷରୁ ବର୍ତ୍ତମାନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାଟି ବ୍ୟକ୍ତିଗତ ହୋଇଯାଇଛି ଓ ଏହି ମାମଲାକୁ ନେଇ ଅନେକ ଲୋକ ନିଜର ପ୍ରତିକ୍ରିୟା ଦେଉଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗତ ୧୯ ତାରିଖ ରାତିରେ ଜନସାଧାରଣଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା । ତପସ୍ଵିନୀଙ୍କ ନ୍ୟାୟ ପାଇଁ ଲୋକମାନେ ତାଙ୍କୁ ସମର୍ଥନ କରୁଛନ୍ତି । ତେବେ ଗତ ୧୯ ତାରିଖରେ ତପସ୍ଵିନୀ ଓ ସୁମିତଙ୍କ ମାମଲାର ଶୁଣାଣି ହେବାର ଥିଲା । ତେବେ କୋର୍ଟ ଆଗରୁ ଯେଉଁ ରାୟ ଦେଇ ଥିଲେ ପୁନର୍ବାର ସେହି ରାୟକୁ ଦୋହରାଇ ଥିଲେ । କୋର୍ଟଙ୍କ ରାୟ ବିଷୟରେ ଜାଣିବା ପରେ ଘଟଣା ସ୍ଥଳରେ ଥିବା ଜନସାଧାରଣ ମାନେ ଉତ୍ତେଜିତ ହୋଇ ଉଠିଥିଲେ ଓ ପ୍ରମୋଦ ସାହୁଙ୍କ ଗେଟ ଭାଙ୍ଗି ପଶି ଯାଇଥିଲେ ।

ବନ୍ଧୁଗଣ ଏହି ଘଟଣା ପରେ ସୁମିତ ଓ ତାଙ୍କ ପରିବାରକୁ ବହୁତ ବଡ ଝଟକା ଲାଗିଥିଲା । ଏହି ଘଟଣା ପରେ ସୁମିତ କିଛି ଅଡିଓ ମେସେଜ ଓ ଭିଡିଓ ମଧ୍ୟ ଅପଲୋଡ କରିଥିଲେ । ତେବେ ଗତ ୧୯ ତାରିଖ ଦିନ ଏସଡିଜେମ ନିଜର ପୁରୁଣା ରାୟ ପୁନର୍ବାର ଶୁଣାଇଥିଲେ ତେଣୁ ବର୍ତ୍ତମାନ ଜିଲ୍ଲା କୋର୍ଟରେ ତପସ୍ଵିନୀ ଅପିଲ କରିଛନ୍ତି ଯାହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବାକୁ ଯାଉଛି ।

ହେଲେ ଏହାରି ମଧ୍ୟରେ ବର୍ତ୍ତମାନ ଏହି ମାମଲା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଏତେ ଦିନ ହେବା ପରେ ମଧ୍ୟ ଏହି ମାମଲାର କୌଣସି ବାଟ ଫିଟୁ ନାହିଁ । ମିଡିଆ ରିପୋର୍ଟସ ଅନୁସାରେ, ନ୍ୟାୟ ପାଇଁ ତପସ୍ଵିନୀ ଦାସ ଗତ ମାସ ୨୦ ତାରିଖରେ ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଥିଲେ ।

ମାମଲାର ତଦନ୍ତ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ରାଜ ଭବନରୁ ଏକ ଚିଠି ଜାରି ହୋଇଛି । ଘଟଣାର ତଦନ୍ତ କରି ଆବେଦନ କାରୀ ଓ ରାଜ ଭବନକୁ ଜଣାଇବା ପାଇଁ ନିର୍ଦେଶ ରହିଛି । ବର୍ତ୍ତମାନ ଆଇନ ଅନୁଯାଇ ତପସ୍ଵିନୀଙ୍କୁ ତାଙ୍କ ଶଶୁର ଘରେ ରହିବା ପାଇଁ ଜିଲ୍ଲା କୋର୍ଟରେ ଅପିଲ କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *