‘ତଳକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟରେ ଅପିଲ୍’ ଏହାକୁ ନେଇ କଣ କହୁଛନ୍ତି Tapaswini ଙ୍କ ଓକିଲ, ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆ ଓ ସମସ୍ତ ସ୍ଥାନରେ କେବଳ ଗୋଟିଏ ଖବର ତପସ୍ଵିନୀ ଏବଂ ସୁମିତ ପାରିବାରିକ ବିଚ୍ଛେଦ ମାମଲା । ଦୀର୍ଘ ଏକ ମାସ ହେବ ଏହି ମାମଲାର କୌଣସି ସମାଧାନ ବାହାରି ପାରୁ ନାହିଁ ଅନ୍ୟ ପକ୍ଷରେ ଏହି ମାମଲାଟି ଦିନକୁ ଦିନ ବିଗିଡିବାରେ ଲାଗିଛି । ବନ୍ଧୁଗଣ ଆଗରୁ କେବଳ ତପସ୍ଵିନୀ ନ୍ୟାୟ ପାଇଁ ଲଢେଇ କରୁଥିଲେ ଓ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ଏବେ ମଧ୍ୟ ତାଙ୍କ ସଂଘର୍ଷ ଜାରି ଅଛି ।

କିନ୍ତୁ ବର୍ତ୍ତମାନ ସୁମିତଙ୍କୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ବର୍ତ୍ତମାନ ତପସ୍ଵିନୀଙ୍କ ସହ ଜନସାଧାରଣ ମାନଙ୍କ ସମର୍ଥନ ଅଛି ଓ ଓଡିଶା ବାସୀ ମାନେ ତପସ୍ଵିନୀଙ୍କ ନ୍ୟାୟ ପାଇଁ ତାଙ୍କୁ ସପୋର୍ଟ କରିଛନ୍ତି । ଶଶୁର ଘର ଦାଣ୍ଡରୁ ବାରଣ୍ଡା ଯାଏଁ ତପସ୍ଵିନୀଙ୍କୁ ଜନସାଧାରଣ ମାନେ ନେଇ ଯାଇଛନ୍ତି ହେଲେ ତପସ୍ଵିନୀ ନିଜ ଶାଶୁ ଘର ଭିତରକୁ ଯାଇପାରିବେ ନା ନାହିଁ ତାହା ଆଗାମୀ ସମୟରେ ଜଣା ପଡିବ ।

ବନ୍ଧୁଗଣ ଆଜି ତପସ୍ଵିନୀଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ଏହି ମାମଲା ଉପରେ ଏକ ବଡ ବୟାନ ଦେଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ତପସ୍ଵିନୀଙ୍କ ଓକିଲ କଣ ସବୁ କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଗଣମାଧ୍ୟମ ସାମ୍ନାକୁ ଆସି ତପସ୍ଵିନୀଙ୍କ ଓକିଲ କହିଛନ୍ତି- ‘ଗତ ୨୦ ତାରିଖ ଦିନ ମାନ୍ୟବର ଏସଡିଜିଏମ ଆମର ୧୭ ତାରିଖରେ ଯେଉଁ ପିଟିସନ ଫାଇଲ କରିଥିଲୁ । ଆଇନରେ ଯାହା ଅଛି ଡୋମେଷ୍ଟିକ ଭାଉଲେନ୍ସ ଆକ୍ଟ ସେକ୍ସନ ୨ sରେ ସଫା ସଫା ପ୍ରୋଭିଜନ ଅଛି ଯେ ତପସ୍ଵିନୀଙ୍କୁ ସେହି କେସ ସରିବା ପର୍ଯ୍ୟନ୍ତ ତାଙ୍କୁ ତାଙ୍କ ଶଶୁର ଘରେ ରହିବା ପାଇଁ ସୁଯୋଗ ଦିଆଯାଉ’ ।

ଆଗକୁ ଓକିଲ କହିଛନ୍ତି-‘ଏହି ଅର୍ଡରରୁ ମାନ୍ୟବର ଅଦାଲତ ଯେତେବେଳେ ଖାରଜ କରିଥିଲେ ଆଉ ଗତ ୯ ତାରିଖର ଅର୍ଡରକୁ କାୟମ ରଖିଥିଲେ ତା ବିରୋଧରେ ଆମେ ଜିଲ୍ଲା କୋର୍ଟରେ ଏକ ଅପିଲ ଦାୟର କରିଛୁ ଯେ ତଳ କୋର୍ଟ ଯେଉଁ ଆଦେଶ ଦେଇଛନ୍ତି ତାହା ଆଇନ ସମାଗତ ନୁହେଁ । ତେଣୁ ତଳ କୋର୍ଟର ଆଦେଶକୁ ଆମେ ଚ୍ୟାଲେଞ୍ଜ କରି ଉପର କୋର୍ଟରେ ଅପିଲ କରିଛୁ ତାହା ଆଗାମୀ ୨୭ ତାରିଖ ଦିନ ଶୁଣାଣି ହେବାର ସମ୍ଭାବନା ଅଛି’ ।

ଆଗକୁ ଓକିଲ କହିଛନ୍ତି -‘ସେମାନେ ବି ଅପିଲ କରିଛନ୍ତି ଆମେ ବି ଅପିଲ କରିଛୁ କାରଣ ଯେଉଁ ବିଷୟ ଆଇନରେ ଉଲ୍ଲେଖ ଅଛି ସେହି ଆଇନକୁ ଆଧାର କରି ଯେହେତୁ ଏସଡିଜିଏମ ଅର୍ଡର କରିନାହାନ୍ତି ତେଣୁ ଆମେ ସେହି ଅସଙ୍ଗତ ଅର୍ଡରକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଯାଇଛୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀଙ୍କ ଓକିଲ ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *