Railway ରେ ଚାକିରି ପାଇଲେ 10 ମାସର ଶିଶୁ , 18 ବର୍ଷରେ କରିବେ ଜଏନ, ପୁରା ଘଟଣା ଆପଣଙ୍କ ହୋସ ଉଡେଇଦେବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ୧୦ ମାସର ଶିଶୁ କୁ ମିଳିଲା ରେଳ ବିଭାଗରେ ନିଯୁକ୍ତି । ତେବେ ଏହା ଶୁଣିବାକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଛି । ମାତ୍ର ଏହି କଥା ସଂପୂର୍ଣ୍ଣ ଭାବରେ ସତ ଅଟେ । ତେବେ ଏକ ୧୦ ମାସର ଶିଶୁ ପାଇଁ ଏହିଭଳି ପଦକ୍ଷପ ରେଳବିଭାଗ ତରଫରୁ ନିଆଯାଇଅଛି । ଆଉ ରେଳବାଇର ଏହିଭଳି ପଦକ୍ଷପକୁ ସବୁରି ମହଲରେ ବର୍ତ୍ତମାନ ପ୍ରଶଂସା କରାଯାଉଅଛି । ତେବେ ଛତିଶଗଡରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏକ ୧୦ ମାସର ଶିଶୁକୁ ଅନୁକମ୍ପା ଆଧାରରେ ଚାକିରୀ ମିଳିଛି ।

ତେବେ ଛତିଶଗଡରେ ବାପା ମା’ ଙ୍କର ଏକ ଦୁର୍ଘଟଣାରେ ବାପା ମା’ ଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୦ ମାସର ଶିଶୁକୁ ଅନୁକମ୍ପା ଆଧାରରେ ଚାକିରୀଟିଏ ମିଳିଛି । ଏହି ଶିଶୁକୁ ଚାକିରୀ ସହିତ ସବୁ ସୁବିଧା ମିଳିବ ବୋଲି କୁହାଯାଉଅଛି । ଯାହା ସାଧାରଣତଃ ରେଳକର୍ମଚାରୀଙ୍କୁ ମିଳେ, ସେହି ସବୁ ସୁବିଧା ଏହି ଶିଶୁଟି ପାଇବ । ତେବେ ଶିଶୁଟିକୁ ଯେତେବେଳେ ୧୮ ବର୍ଷ ହେବ, ସେ ରେଳବିଭାଗରେ କାମ କରି ପାରିବ ।

ସେ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା । ପ୍ରଥମ ଥର ପାଇଁ ଏହିଭଳି ଏକ ଶିଶୁକୁ ଅନୁକମ୍ପା ଭାବରେ ଏହି ସୁବିଧା ମିଳିଛି । ସାଧାରଣତ କୌଣସି ସରକାରୀ କର୍ମଚାରୀଙ୍କ ମୃ-ତ୍ୟୁ ପରେ, ସେମାନଙ୍କ ପରିବାରର କେହି ଜଣେ ଅନୁକମ୍ପା ଆଧାରରେ ନିଯୁକ୍ତି ପାଇଥାନ୍ତି । ଏହାକୁ ତତକାଳ ସହାୟତା ଭାବରେ ଧରାଯାଇଥାଏ ।

ଦକ୍ଷିଣପୂର୍ବ ମଧ୍ୟ ରେଳ ତରଫରୁ ଏକ ବୟାନରେ କୁହାଯାଇଅଛି ଯେ ଗତ ଜୁଲାଇ ୪ ତାରିଖରେ ଏସିସିଆର ରାୟପୁର ରେଳମଣ୍ଡଳର କ୍ରାମିକ ବିଭାଗରେ ଅନୁକମ୍ପା ମୂଳକ ନିଯୁକ୍ତି ପାଇଁ ଏକ ଦଶମାସ ଶିଶୁଙ୍କର ନାମ ପଞ୍ଜୀକରଣ କରାଯାଇଅଛି । ସୂଚନା ଅନୁଯାୟୀ ଶିଶୁଟିର ବାପା ରାଜେନ୍ଦ୍ର କୁମାର ଭିଲାଇ ରେଲୱେରେ ଜଣେ ସହାୟକ ଭାବରେ କାର୍ଯ୍ୟରତ ଥିଲେ ।

ଆଉ ଜୁନ ପହିଲାରେ ଏକ ସଡକ ଦୁର୍ଘଟଣାରେ ତାଙ୍କ ପତ୍ନୀ ଙ୍କ ସମେତ ତାଙ୍କର ମୃ-ତ୍ୟୁ ହୋଇଥିଲା । ଏବଂ ଏହି ଦୁର୍ଘଟଣାରେ ତାଙ୍କର କୁନି ଝିଅଟି ରକ୍ଷା ପାଇଯାଇଥିଲା । ସେହି ଦଶମାସର କୁନି ଝିଅକୁ ବର୍ତ୍ତମାନ ରେଳବିଭାଗ ପକ୍ଷରୁ ଚାକିରୀ ଦିଆଯିବ । ଏଣୁ ତା’ ନାମ କୁ ପଞ୍ଜୀକୃତ କରାଯାଇଅଛି । ବାନ୍ଧିଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *