ପରୀକ୍ଷା ଖାତାରେ ଗୁଆଘିଅ, ପିଲାଟି ପରୀକ୍ଷା ଖାତାରେ ଲେଖିଲା କିଛି ଏମିତି…ପଢିକି ଶିକ୍ଷକ ହେଲେ ବେହୋସ

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଦ୍ୟାଳୟରେ ପରୀକ୍ଷା ହେଲା ଶିକ୍ଷକ ପରୀକ୍ଷା ଖାତା ଯାଞ୍ଚ କରିଲେ । ଏବଂ ଖାତାର ଉତ୍ତର ଦେଖି ହଠାତ ବେହୋସ ହୋଇଗଲେ । ତେବେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣ ଜଣାଇଲେ ଆପଣଙ୍କର ମଧ୍ୟ ହୋସ ଉଡିଯିବ । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ନବମ ଶ୍ରେଣୀର ଏକ ପିଲାଟି ଇତିହାସ ପରୀକ୍ଷା ସମୟରେ ଏହିଭଳି କିଛି ପ୍ରଶ୍ନର ଉତ୍ତର ଲେଖିଛି,- ପ୍ରଶ୍ନଟି ଥିଲା ଭାରତକୁ କାହିଁକି ଏକ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ ?

ତେବେ ପରୀକ୍ଷାର୍ଥୀ ଜଣକ ଉତ୍ତରକୁ ସଠିକ ଭାବରେ ଆରମ୍ଭ କରିଥିଲେ ମାତ୍ର ଗୋଟିଏ ଲାଇନ ପରେ ଯାହା ଲେଖା ହୋଇଛି ତାହା ଆପଣ ଦେଖିଲେ ହସି ହସି ଗଡିଯିବେ । ଉତ୍ତରରେ ପିଲାଟି ଲେଖିଛି,- ଭାରତ ଏକ ଧର୍ମ ନିରପେକ୍ଷତା ରାଷ୍ଟ୍ର । ଏଥିରେ ଏନେକ ଧର୍ମାଲମ୍ବୀ ବସବାସ କରନ୍ତି । ତମ ସାଙ୍ଗେ ଆମ୍ଭ ଯୋଡିଟା ଯେମିତି ଗୁଆ ଘିଅ ସାଙ୍ଗେ ଅରୁଆ ଭାତ, ତମରି ଭଳିଆ ସୁନ୍ଦରୀ ରମଣୀ ବାହା ହେବା ପାଇଁ ଛଟ ପଟ ।

ମୁଁ ମୁଢି ହେଲେ ତମେ ମିକଶ୍ଚର, ମୁଁ ଖାତା ହେଲେ ତମେ ବିଅର, ମୁଁ ଇଟିଲିକୁ ତମେ ଶମ୍ବର, ମୁଁ ମାଛ ହେଲେ ତମେ ବେସର, ଆରେ ଯେତେ ଝିଅ ଥିଲେ ମା’ ରାଣ ଜମା ତୁମ ପରି କେହି ନୁହଁ, ଗୁଆ ଘିଅ ଗୁଆ ଘିଅ, ଅରୁଆକୁ ଗୁଆଘିଅ । ତେବେ ଆଗକୁ ଏହିଭଳି ଅନେକ ଲେଖା ଲେଖା ହୋଇଛି । ପରୀକ୍ଷାର୍ଥୀ ଜଣକ କିନ୍ତୁ ଭାରି ଚାଲାକ ସେ ଏହି ଉତ୍ତରଟିକୁ କିଭଳି ଶେଷ କରିଛନ୍ତି ତାହା ଜାଣିଲେ ପିଲାଟିର ଚାଲାକପଣ ସମ୍ବନ୍ଧରେ ଜାଣି ପାରିବେ । ଭାରତରେ ବିଭିନ୍ନ ପୂଜା ତଥା ପର୍ବପର୍ବାଣି ହୋଇଥାଏ ।

ଏଥିରେ ସବୁ ଧର୍ମର ଲୋକେ ସାମିଲ ହୋଇଥାନ୍ତି । ବାସ ଏତିକି ଲେଖି ଉତ୍ତର ଶେଷ କରିଛନ୍ତି ନବମ ଶ୍ରେଣୀ ଛାତ୍ର । ମାତ୍ର ଏହିଭଳି ଯଦି ପରୀକ୍ଷା ଖାତାରେ ପିଲାମାନେ ଉତ୍ତର ଲେଖିବେ ତେବେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବେହୋସ ହେବା ସୁନିଶ୍ଚିତ । ତେବେ ଏହି ପରୀକ୍ଷାର୍ଥୀ ଜଣକ ପରୀକ୍ଷାରେ ଥିବା ପ୍ରଶ୍ନ ଗୁଡିକର ସଠିକ ଉତ୍ତର ଜାଣିନଥିବା ଭଳି ଦୃଶ୍ୟ ହେଉଛି ।

ଯଦି ଇତିହାସ ସଠିକ ମନେଥାନ୍ତା ତେବେ ଭାରତର ଇତିହାସ ବଦଳରେ ଗୁଆଘିଅର ଇତିହାସ ଲେଖି ନଥାନ୍ତେ । ଏହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ମାତ୍ରାରେ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଏହି ମହାନ ପରୀକ୍ଷାର୍ଥୀ କିଏ ? ତାଙ୍କ ବିଷୟରେ ସୂଚନା ମିଳିନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *