କୁଆ ପଥର ଭଳି ଆକାଶରୁ ହେଲା ନଡିଆ ବର୍ଷା, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ କୋରାପୁଟରେ ଏକ ଅଧିଷ୍ଠାତ୍ରୀ ଦେବୀ ମା’ ଙ୍କର ଏକ ନିଆରା ଢଙ୍ଗରେ ପୂଜା ପାଳନ କରାଯାଇଅଛି । ଏହି ପୂଜାରେ ସବୁ ଭକ୍ତ ମିଶି ରାସ୍ତା ଉପରେ ଗୋଲାକାରରେ ଛିଡା ହୋଇ ନଡିଆ ଭାଙ୍ଗିବାରେ ବ୍ୟସ୍ତ । ଗୋଟିଏ ନୁହେଁ କି ଦୁଇଟି ନୁହେଁ । ଏହାଠାରେ ସହସ୍ର ନଡିଆ ଭାଙ୍ଗିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଭକ୍ତ ମାନେ ମନଇଛା ନଡିଆ ଗୁଡିକ ଭାଙ୍ଗିବାରେ ଲାଗିଛନ୍ତି । ଠିକ ସେହି ସମୟରେ ଜଣେ ବୟସ୍କ ମଉସା ଭଙ୍ଗା ନଡିଆ ଗୁଡିକୁ ନିଜ ବ୍ୟାଗରେ ଭର୍ତ୍ତି କରିବାରେ ବ୍ୟସ୍ତ ।

ମାତ୍ର ବୃଦ୍ଧ ଜଣକ ନଡିଆ ଏତେ ଜୋରରେ ବର୍ଷୁଥିଲା ଯେ ବୃଦ୍ଧ ମଉସା ଜଣଙ୍କୁ ଟିକିଏ ମାତ୍ର ଡର ନଥିଲା ସତେ ଏହା ଯେମିତି ତାଙ୍କର ନୀତିଦିନିଆ କାମ ଭଳି ସେ ନଡିଆ ଗୋଟାଇ ନିଜ ବ୍ୟାଗରେ ରଖୁଥିଲେ । ମାତ୍ର ସେଠାରେ ଯେଉଁଭଳି ଭାବରେ କୁଆପଥର ମାଡ ହେଲାଭଳି ନଡିଆ ଫଟାଫଟି ଚାଲିଥିଲା ତାହା ସମସ୍ତଙ୍କୁ ଚକିତ କରିଦେଲାଭଳି ଦୃଶ୍ୟ ଥିଲା ।

ଏବଂ ଏତେ ଜୋରରେ ନଡିଆ ବର୍ଷା ହେଉଥିଲା ଯେ ମୁଣ୍ଡ ଫାଟିଯିବାର ସମ୍ଭାବନା ଉପୁଜୁଥିଲା । ମାତ୍ର ମଉସାଙ୍କର ତଥାପି ଡର ନଥିଲା । ସେଥିପାଇଁ କିଛି ଲୋକେ ତାଙ୍କୁ ଖତ୍ରୋ କା ଖିଲାଡ଼ି ବୋଲି ସମ୍ଭୋଧନା କରାଯାଇଅଛି । ଏବଂ ନଡିଆ ଗୋଟାଉଥିବା ସମୟରେ ଜଣେ ଲୋକ ଏଭଳି ନଡିଆ ଫୋଫାଡିଲା ଯେ ତାହା ମଉସାଙ୍କ ପିଠି ଉପର ଦେଇ ଗଲା । ଅର୍ଥାତ ଆଉ ଟିକେରେ ମଉସାଙ୍କ ଦେହରେ ବାଜିଥିଲେ ଯେ କ’ଣ ହୋଇଥାନ୍ତା ଅବସ୍ତା ତାହା ଭଗବାନ ଜାଣନ୍ତି ।

ଏହି ଦୃଶ୍ୟ ଆପଣ ମାନେ ଦେଖିଲେ ଆପଣଙ୍କ ଆଖି ବୁଜିହେଇଯିବ । ମାତ୍ର ସେ ନା ବିଚଳିତ ନା ଛାନିଆ । ଆରାମରେ ନଡିଆ ଉଠାଇବାରେ ବ୍ୟସ୍ତ ଥିଲେ ବୃଦ୍ଧ ବ୍ୟକ୍ତି ଜଣକ । ଆଉ ଜଣେ ନଡିଆ ଫିଙ୍ଗାଳୀ ଭାଇ ସେହି ବୃଦ୍ଧ ଙ୍କ ମୁହଁ ପାଖରେ ନଡିଆ ଫିଙ୍ଗିବାରେ ଲାଗିଥିଲେ । ମାତ୍ର ସେହି ବ୍ୟକ୍ତି ଜଣଙ୍କ ଫଙ୍ଖା ଜାଗାରେ ନଡିଆ ପକାଇଥିଲେ ହୋଇନଥାନ୍ତା କି ? ମାତ୍ର ଦେବୀ ମା’ କ’ଣ କହିଥିଲେ ଯେ ଲୋକ ଛିଡାହୋଇଥିଲେ ମଧ୍ୟ ତାଙ୍କ ମୁହଁ ପାଖରେ ଫିଙ୍ଗିବ ?

ଠିକ ସେହି ସମୟରେ ଭୋଗ ଫିଙ୍ଗା ଫିଙ୍ଗି ହେବାକୁ ଲାଗିଲା । ତେବେ ସୂଚନାନୁଯାୟୀ ଏହା କୋରାପୁଟର ଏକ ପୂଜାର ପରମ୍ପରା ଅଟେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *