ଲକଡାଉନ ରେ ୨ଲକ୍ଷରୁ ଅଧିକ ଲୋକ ରେଳ ବିଭାଗକୁ କଲେ ଏମିତି ପ୍ରଶ୍ନ, ଅଧିକତର ଲୋକ ଜାଣିବା ପାଇଁ ଚାହୁଁଛନ୍ତି ଏହି କଥା

ଲକଡାଉନ ସମୟରେ ସରକାରଙ୍କ ଦ୍ଵାରା ରେଳ ଯାତାୟାତ ବନ୍ଦ ଥିବା ସମୟରେ ଲୋକମାନଙ୍କର ରେଳ ସେବାକୁ ବାରମ୍ବାର ପ୍ରଶ୍ନ ପଚାରିବା ବନ୍ଦ ହୋଇ ନାହିଁ । ଲକଡାଉନର ଦୁଇ ସପ୍ତାହ ମଧ୍ୟରେ ଲୋକ ମାନଙ୍କ ଦ୍ଵାରା ଆସିଥିବା ୨.୫ ଲକ୍ଷ ପ୍ରଶ୍ନରୁ ୧.୮୫ ଲକ୍ଷ ପ୍ରଶ୍ନ କେବଳ ରେଲୱେ ହେଲ୍ପ ଲାଇନ ନମ୍ବର ୧୩୮ ଏବଂ ୧୩୯ ରେ ଆସିଥିଲା ।

ହେଲ୍ପ ଲାଇନ ସୁବିଧା ବଢାଇ ଦିଆ ଯାଇଛି

ଏହି ଲକଡାଉନ ସମୟରେ ଆଇବିଆରଏସ ଦ୍ଵାରା ସୂଚନାରେ ଲୋକମାନେ ସନ୍ତୁଷ୍ଟ ନଥିବା କାରଣରୁ ସେମାନେ ସିଧା ସଳଖ ଭାବେ ରେଲୱେ ହେଲ୍ପ ଲାଇନ ନମ୍ବରରେ ଫୋନ କରି କଥା ହେବା ପାଇଁ ଚାହିଁଥିବା କଥା ରେଳ ବିଭାଗରୁ ପ୍ରକାଶ ପାଇଛି । ସେଥିପାଇଁ ରେଲୱେ ପ୍ଲାଟଫର୍ମ ରେ କାର୍ଯ୍ୟକାରୀଙ୍କ ସଂଖ୍ୟା ବଢାଇ ଦିଆଯିବା ସହିତ ଏହି ସେବାକୁ ୨୪ଘଣ୍ଟା ପାଇଁ ଚାଲୁ ରଖା ଯାଇଛି ।

Google

ଟ୍ରେନ ସେବା ଉପରେ ଅଧିକ ପ୍ରଶ୍ନ

ଜଣେ ରେଲୱେ ଅଧିକାରୀ କହିଛନ୍ତି ରେଲୱେ ଚଳାଚଳ ସେବା କେବେ ଆରମ୍ଭ କରାଯିବ ଏହାକୁ ଛାଡି ରିଫଣ୍ଡ ନିୟମ ବିଷୟରେ ଲୋକମାନେ ଅଧିକ ପ୍ରଶ୍ନ ପଚାରୁଛନ୍ତି । ସେମାନଙ୍କୁ ଫୋନ ଦ୍ଵାରା ସମସ୍ତ ସୂଚନା ଦିଆ ଯାଉଛି ।

୧୩୮ ରେ କଲ ଲାଇଭ ଫେନ୍ସଡ ଥାଏ

Google

ରେଲୱେ ଅଧିକାରୀ କହିଛନ୍ତି କି ହେଲ୍ପ ଲାଇନ ୧୩୮ରେ ଆସୁଥିବା କଲ ଜିୟୋ ଫେଷ୍ଦ ଅଟେ, ଏହି କଲ କୁ ନିକଟସ୍ଥ ରେଲୱେ ଡିଭିଜନାଲ କଣ୍ଟ୍ରୋଲ ଅଫିସର ଙ୍କ ପାଖକୁ ପଠାଇ ଦିଆଯାଇ ଥାଏ । ବହୁତ କିଛି ଲୋକ ନିଜର ସ୍ଥାନୀୟ ଭାଷାରେ ଉତ୍ତର ଜାଣିବା ପାଇଁ ଚାହିଁଥାନ୍ତି । ସେଠାରେ ତାଙ୍କୁ ସ୍ଥାନୀୟ ଭାଷାରେ ହିଁ ସୂଚନା ଦିଆ ଯାଇଥାଏ । ସବୁ ଖବରର ଅପଡେଟ ପିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *