ନଦେଖିଲେ ବିଶ୍ବାସ ହେବ ନାହିଁ, ଜଳନ୍ଧର ଠାରୁ ୨୦୦କିମି ଦୂର ହିମାଚଳ ବରଫରେ ଢାଙ୍କି ହେଇଥିବା ପାହାଡ ଦେଖିବାକୁ ମିଳିଲା

ଲକଡାଉନ ସମୟରେ ଅଧିକ ଖରାପ ଖବର ଆସୁଥିବା ମଧ୍ୟରେ କିଛି ଏପରି ଖବର ବି ଆସୁଛି ଯାହା ଲୋକମାନେ କେବେ ଦେଖି ନଥିଲେ । ବିଶ୍ଵ ବନ୍ଦ କାରଣରୁ ଜଙ୍ଗଲ ଭିତରେ ଥିବା କିଛି ହିଂସ୍ର ଜନ୍ତୁଙ୍କ ସହିତ ହରିଣ ଏବଂ ନୀଳଗାଇ ମାନଙ୍କୁ ରାସ୍ତା ଉପରେ ଏକଜୁଟ ହେବାର ଦେଖିବାକୁ ମିଳିଛି । ଲକଡାଉନ ପାଇଁ ପଞ୍ଜାବର ବଡ ବଡ ଫ୍ୟାକ୍ଟ୍ରିଏବଂ ଗାଡି ଚଳାଚଳ ବନ୍ଦ ଥିବାରୁ ସେଠାକାର ବାୟୁମଣ୍ଡଳ ସମ୍ପୂର୍ଣ୍ଣ ଭାବେ ପରିଷ୍କାର ହୋଇ ଯାଇଛି । ଏହା ଦ୍ଵାରା ପଞ୍ଜାବର ଜଳନ୍ଧର ରାସ୍ତାରୁ ହିମାଚଳ ପ୍ରଦେଶର ବରଫ ପୂର୍ଣ୍ଣ ହିମାଳୟ ପାହାଡ ପରିଷ୍କାର ଦେଖିବାକୁ ମିଳୁଛି । ଯାହାକି ଏହି ପିଢୀର ଲୋକ ମାନେ କେବେ ଦେଖି ନଥିଲେ ଯଦିଓ ପୂର୍ବ ପିଢୀ ଦେଖିଥିବେ ବର୍ତ୍ତମାନ ସମୟରେ ଏହା ବିଷୟରେ କହିବା ପାଇଁ କେହି ନାହାଁନ୍ତି ।

ବୈଜ୍ଞାନିକ ମାନଙ୍କର କହିବା ଅନୁସାରେ ବାୟୁମଣ୍ଡଳ ଏତେ ସଫା ହୋଇ ଯାଇଛି କି ଜଳନ୍ଧର ରୁ ୨୦୦ କିମି ଦୂରରେ ଥିବା ଏହି ପାହାଡକୁ ଜଳନ୍ଧର ଏବଂ କିଶନପୁରର ଲୋକମାନେ ନିଜର ଛାତ ଉପରେ ଠିଆ ହୋଇ ସ୍ପଷ୍ଟ ଭାବେ ଦେଖି ପାରୁଛନ୍ତି । ଭୌଗଳିକବିତ ପ୍ର. ଦଳଜିତ ସିଂହ କହିଛନ୍ତି କି ଜଳନ୍ଧରରୁ ଦେଖିବା ସମୟରେ ଦେଖା ଯାଉଥିବା ଅନ୍ୟ ଏକ ପାହାଡ ପିରପଞ୍ଜାଲ ଅଟେ । ଦଳହୋଜି ର ଉପର ଭାଗର ବରଫ ଯୁକ୍ତ ଅଞ୍ଚଳ ଆମେ ପିଲାବେଳୁ ଦେଖି ନଥିଲେ ମଧ୍ୟ ଏହା ବିଷୟରେ ଆଗରୁ ଭଲ ଭାବେ ଶୁଣିଥିଲୁ ।

ବାୟୁମଣ୍ଡଳର ପ୍ରଦୂଷଣ ପାଇଁ ସହରବାସୀ ଆଗରୁ କେବେ ହେଲେ ବି ପ୍ରକୃତିର ଏହି ସୌନ୍ଦର୍ଯ୍ଯ ଦେଖି ନଥିଲେ । ହିମାଳୟ ପର୍ବତ ସହରରୁ ଦେଖା ଯାଉଥିବ ବୋଲି ସେମାନେ କେବେ ଭାବି ନଥିଲେ । ବର୍ତ୍ତମାନ ସହରର ଅଲଗା ଅଲଗା ଜାଗାରୁ ଲୋକମାନେ ନିଜ ନିଜ ଛାତ ଉପରୁ ପ୍ରକୃତିର ଏହି ରୂପକୁ ଦୂର ବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିବା ସହିତ କ୍ୟାମେରା ମାଧ୍ୟମରେ ଏହାର ଫଟୋ ଉଠାଉଛନ୍ତି । ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟୁଇଟରରେ ଲେଖିଛନ୍ତି କି ପ୍ରକୃତି କେମିତି ଅଟେ ଏବଂ ଆମେ ଏହାକୁ କିପରି କରି ଦେଇଛୁ ।

Leave a Reply

Your email address will not be published. Required fields are marked *