Railway ବିଭାଗର କଡା ଚେତାବନୀ, ଆପଣଙ୍କ ଏହି ଗୋଟିଏ ଭୁଲ ପାଇଁ ହୋଇପାରେ ଜେଲଦଣ୍ଡ, ଟ୍ରେନରେ ଯାତ୍ରା କରୁଥିଲେ ନିଶ୍ଚୟ ଦେଖନ୍ତୁ…

ଟ୍ରେନ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା । କଡା ଚେତାବନୀ ଦେଲା ପୂର୍ବତଟ ରେଳପଥ । ଟ୍ରେନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆସିଛି ବଡ ଖବର ଯାହାକୁ ଜାଣି ରଖିବା ନିହାତି ଆବଶ୍ୟକ ନଚେତ ଯାତ୍ରୀଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ । ଏନେଇ କଡା ଚେତାବନୀ ଦେଇଛି ପୂର୍ବତଟ ରେଳପଥ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସୂଚନା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯଦି ଅଯଥାରେ ଚେନ ପୁଲିଙ୍ଗ କରିବେ ତା ହେଲେ ଆପଣଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ଏପରି କି ଜେଲ ଦଣ୍ଡ ମଧ୍ୟ ହୋଇପାରେ । ରେଳପଥ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ ପୁଲିଙ୍ଗ ଦ୍ଵାରା ଟ୍ରେନ ପରିଚାଳନା ଓ ସମୟନା ବର୍ତ୍ତୀ ଉପରେ ପ୍ରଭାବ ପକାଇ ଥାଏ । ଟ୍ରେନ ଚଳାଚଳ ବିଳମ୍ବ ହୁଏ । ଏକ ବୈଧ, ଯୁକ୍ତିଯୁକ୍ତ ଓ ପର୍ଜାପ୍ତ କାରଣ ବିନା ରେଳ ଚେନ ଟାଣିବା ରେଳ ନିୟମ ଅନୁଯାଇ ଏକ ଦଣ୍ଡନୀୟ ଅପରାଧ ।

ଏପରି କରୁଥିବା ବ୍ୟକ୍ତିଙ୍କୁ 3 ମାସ ଜେଲ ଦଣ୍ଡ କିମ୍ବା 1 ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ । ପୂର୍ବରୁ ବାରମ୍ବାର ସଚେତନତା ଓ ଜୋରିମାନା ଲାଗୁ ପରେ ମଧ୍ୟ ଯାତ୍ରୀ ମାନେ ଏଥିରେ ଜଡିତ ନିୟମ ଉପରେ ପ୍ରାୟତଃ ସଚେତନ ନୁହନ୍ତି । ଏହାଦ୍ବାରା ରେଳପଥ ମଧ୍ୟ ବହୁ ରାଜସ୍ୱ ହରାଉଛି । ତେବେ ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳର ଚେନ ଟାଣିବା ଉପରେ କଡା ନଜର ରଖିବା ପାଇଁ ପୂର୍ବତଟ ରେଳପଥ ଏହାର ତିନୋଟି ରେଳ ମଣ୍ଡଳ ତଥା ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ୱାଲଟିୟରକୁ ଏକ ସ୍ଵତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଛି ।

ଚେନ ପୁଲିଙ୍ଗ ବାବଦରେ ଯାତ୍ରୀ କିଭଳି ସଚେତନ ହୋଇପାରିବେ ସେନେଇ ରେଳ ସୁରକ୍ଷା ବଳ ସିଭିଲ ଡିଫେନସ ୱିଙ୍ଗ ଓ ପୂର୍ବତଟ ରେଳବାଇର ଅନ୍ୟ ରେଳ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି । ଏକ ବିଶାଳ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଯାତ୍ରୀଙ୍କୁ କୌଣସି ବୈଧ କାରଣ ବିନା ଚେନ ନଟାଣିବାକୁ ଚେତାବନୀ ଦିଆଯାଇଛି ।

ଟ୍ରେନ ଯାତ୍ରା ସମୟରେ ଅଯଥାରେ ଚେନ ଟାଣିବାକୁ ବିରୋଧକୁ ପୂର୍ବତଟ ରେଳପଥ ଯାତ୍ରୀଙ୍କୁ ଉପଦେଶ ଦେଇ କହିଛି ଯେ, ସାମାନ୍ୟ ଜରୁରୀ ପାଇଁ ସେମାନେ ଟ୍ରେନ କଣ୍ଡକ୍ଟର, ଟିଟି, ଆରପିଏଫ ଅଧିକାରୀ ଏବଂ ଅନ୍ୟ କୌଣସି ରେଳ କର୍ମଚାରୀଙ୍କୁ ସୂଚିତ କରିପାରିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *