10 Interesting Gk Questions- ଗାଈ କ୍ଷୀର ଦିଅ କୁକୁଡା ଅଣ୍ଡା ଦିଏ, କିନ୍ତୁ ସେ କିଏ ଯିଏ ଦୁଇଟି ଯାକ ଦିଏ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ତାହା କେଉଁ ଜିନିଷ ଯାହାକୁ ଯେତେ ଖାଇଲେ ମଧ୍ୟ ପେଟ ପୁରେ ନାହିଁ ?

ଉତ୍ତର- ରାଣ ଯେତେ ଖାଇଲେ ବି ପେଟ ପୁରି ନଥାଏ ।

୨. ମୃତ୍ୟୁ ପରେ ଯେ ଠିଆ ହୋଇପାରେ ସେ କିଏ ?

ଉତ୍ତର- ଗଛ ମୃତ୍ୟୁ ହେବା ପରେ ବି ସେ ଠିଆ ଅବସ୍ଥାରେ ରହିଥାଏ ।

୩. ଗଛଟି ଲଣ୍ଡା, ତା ଉପରେ ବସି ଅଛି ଫକିର ପଣ୍ଡା ?

ଉତ୍ତର- ଚୁଲି ଉପରେ ହାଣ୍ଡି

୪. ଏମିତି ଏକ ନାମ କୁହ, ଯେଉଁଥିରେ ତାଲା ଏବଂ ଚାବି ଦୁଇଟି ଯାକ ରହି ଅଛି ?

ଉତ୍ତର- ଲକି(Lock+Key) ହେଉଛି ସଠିକ ଉତ୍ତର ।

୫. ଗାଈ କ୍ଷୀର ଦିଅ କୁକୁଡା ଅଣ୍ଡା ଦିଏ, କିନ୍ତୁ ସେ କିଏ ଯିଏ ଦୁଇଟି ଯାକ ଦିଏ ?

ଉତ୍ତର- ଦୋକାନୀ ଠାରୁ ଆପଣ କ୍ଷୀର ବି ଆଣି ପାରିବେ, କୁକୁଡା ଅଣ୍ଡା ବି ଆଣି ପାରିବେ ।

୬. ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା, ତାହା କଣ ?

ଉତ୍ତର- ପଣସରେ ଅନେକ କଣ୍ଟା ଥାଏ ଓ ପାଚିଲା ପଣସ ଖାଇବା ବେଳେ ହାତରେ ଅଠା ଲାଗିଥାଏ ।

୭. ବଣରୁ ଆସିଲା କୁତି, ଖାଇବାରେ ଦେଲା ମୁତି ?

ଉତ୍ତର- ଲେମ୍ବୁ

୮. ତିନି ଅକ୍ଷର ମୋର ନାମ, ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳର ନାମ, ଏହାର ଉତ୍ତର କଣ ?

ଉତ୍ତର- ଆରାମ ହେଉଛି ଏହାର ଉତ୍ତର ।

୯. ଗୋଟିଏ ଶବ୍ଦର ଉତ୍ତର ଦିଅ, ଗୋଟିଏ ଫଳର ନାମ, ଗୋଟିଏ ଝିଅର ନାମ, ଗୋଟିଏ ରଙ୍ଗର ନାମ ?

ଉତ୍ତର- କମଳା ଗୋଟେ ଫଳର ନାମ, ଗୋଟେ ଝିଅର ନାମ ଓ ଗୋଟେ ରଙ୍ଗର ନାମ ମଧ୍ୟ କମଳା ।

୧୦. ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର- ଡାକ୍ତର ରାଜେନ୍ଦ୍ର ପ୍ରସାଦ

୧୧. କେଉଁ ଗଛରେ କାଠ ନଥାଏ ?

ଉତ୍ତର- କଦଳୀ ଗଛରେ କାଠ ନଥାଏ ।

୧୨. ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇ ଥାଏ, ସେ କିଏ ?

ଉତ୍ତର- ବସ୍ କଣ୍ଡକ୍ଟର

Leave a Reply

Your email address will not be published. Required fields are marked *