କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ୧୨ ଟି ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ

ବନ୍ଧୁଗଣ ଆଜିକାଲି ସମଗ୍ର ଦେଶ କରୋନା ମହାମାରୀ ସହ ଲଢୁଛି । ଏହି ଗତ କିଛି ମାସ ହେବ କରୋନା ମହାମାରୀର ଦୁତୀୟ ଲହରୀ ଖେଳିଯାଇଛି ଯାହାଦ୍ୱାରା ହଜାର ହଜାର ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ରାଜ୍ୟର ସମସ୍ତ ସରକାର ଏହି ସଂକ୍ରମଣକୁ ରୋକିବା ପାଇଁ କେତେକ ଗାଇଡଲାଇନ ଜାରି କରୁଛନ୍ତି । ବନ୍ଧୁଗଣ କରୋନା ମହାମାରୀର ଏହି ଦୁତୀୟ ଲହରୀର ଲକ୍ଷଣ ଅଲଗା ଅଲଗା ହେବା ସହ ଏହା ଲୋକମାନଙ୍କ ମଧ୍ୟରେ ବହୁତ ଶୀଘ୍ର ସଂକ୍ରମିତ ହେଉଛି । ସେଥିପାଇଁ ସମସ୍ତଙ୍କୁ ସଚେତନ ରହିବା ପାଇଁ ପ୍ରଶାସନ ନିର୍ଦେଶ ଦେଇଛନ୍ତି ।

ଗତବର୍ଷ ଏହି ସମୟ ବେଳେ ଲକ୍ଷାଧିକ ଲୋକ ଏହି ଭାଇରସ ଦ୍ଵାରା ସଂକ୍ରମିତ ହୋଇଥିଲେ । କେତେକ ଲୋକ ଚିକିତ୍ସା ନେଇ ବଞ୍ଚି ଯାଇଥିଲେ ତ ଅନ୍ୟ କେତେକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇଥିଲେ ।

ବନ୍ଧୁଗଣ ଗତବର୍ଷ ପରି ଏହି ବର୍ଷ ମଧ୍ୟ କରୋନା କୋପ ବୃଦ୍ଧି ହେବାରେ ଲାଗିଛି । ଯଦି ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ ତା ହେଲେ ପୂର୍ବ ବର୍ଷ ପରି ସାରା ଭାରତରେ ଲକଡାଉନ ହେବାର ବହୁତ ସମ୍ଭାବନା ରହିଛି ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ କରୋନା ମହାମାରୀ ମଧ୍ୟରେ ପଶ୍ଚିମ ରେଳବାଇ (Western Railway) ଯାତ୍ରୀଙ୍କ ସଙ୍କୟା କମି ଥିବାରୁ ୧୨ଟି ଟ୍ରେନ ବାତିଲ ହୋଇଛି । ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ଟ୍ରେନ ଗୁଡିକ ବାତିଲ ରହିବ । ରେଳବାଇ (Indian Railways) ରୁ ମିଳିଥିବା ଖବର ଅନୁଯାଇ, ଏହି ଟ୍ରେନ ଗୁଡିକ ଏପ୍ରିଲ ୧୯ ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ବାତିଲ ରହିବ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଟ୍ରେନ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ବାତିଲ ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଟ୍ରେନ ଗୁଡିକ ବିଷୟରେ ।

ଏପ୍ରିଲ ୧୯ ଠାରୁ ଏହି ଟ୍ରେନ୍ ଗୁଡିକ ହେଲା ବାତିଲ

୧. ଟ୍ରେନ୍ ନମ୍ବର 09007 ସୁରଟ-ଭୁସାବଲ ସ୍ପେଶାଲ୍ ।

୨. ଟ୍ରେନ୍ ନମ୍ବର 2959 ଭଡୋଦରା-ଜାମନଗର ସୁପରଫାଷ୍ଟ ସ୍ପେଶାଲ୍

୩. ଟ୍ରେନ୍ ନମ୍ବର 2960 ଜାମନଗର-ଭଡୋଦରା ସୁପରଫାଷ୍ଟ ସ୍ପେଶାଲ୍

୪. ଟ୍ରେନ୍ ନମ୍ବର 09258 ଭେରାଭାଲ୍-ଅହମ୍ମଦାବାଦ ସ୍ପେଶାଲ୍

୫. ଟ୍ରେନ୍ ନମ୍ବର 09323 ଡକ୍ଟର ଆମ୍ବେଦକର ନଗର-ଭୋପାଳ ସ୍ପେଶାଲ୍

୬. ଟ୍ରେନ୍ ନମ୍ବର 09340 ଭୋପାଳ-ଦାହୋଡ୍ ସ୍ପେଶାଲ୍


ଏହି ଟ୍ରେନ୍ ଗୁଡିକ ଏପ୍ରିଲ୍ ୨୦ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି

୧. ଟ୍ରେନ୍ ନମ୍ବର 09257 ଅହମ୍ମଦାବାଦ-ଭେରାଭାଲ୍ ସ୍ପେଶାଲ୍

୨. ଟ୍ରେନ୍ ନମ୍ବର 09008 ଭୁସାଭାଲ-ସୁରଟ ସ୍ପେଶାଲ୍

୩. ଟ୍ରେନ୍ ନମ୍ବର 09077 ନନ୍ଦୁରୱାର-ଭୁସାଭାଲ୍ ସ୍ପେଶାଲ୍

୪. ଟ୍ରେନ୍ ନମ୍ବର 09078 ଭୁସାଭାଲ-ନନ୍ଦୁରୱାର ସ୍ପେଶାଲ୍

୫. ଟ୍ରେନ୍ ନମ୍ବର 09339 ଦାହୋଦ-ଭୋପାଳ ସ୍ପେଶାଲ୍

୬. ଟ୍ରେନ୍ ନମ୍ବର 09324 ଭୋପାଳ-ଡକ୍ଟର ଆମ୍ବେଦକର ନଗର ସ୍ପେଶାଲ୍

ବନ୍ଧୁଗଣ ଆମ ଓଡିଶା ରାଜ୍ୟରେ ସଂପୂର୍ଣ୍ଣ ସହରରେ ସାପ୍ତାହିକ ଲକଡାଉନ ତଥା ଶନିବାର ଓ ରବିବାର ଦିନ କର୍ଫ୍ଯୁ ରହିବ । କରୋନା ମହାମାରୀର ଦୁତୀୟ ଲହରକୁ ଆଖି ଆଗରେ ରଖି ଆପଣ ମାନେ ଏହି ଭାଇରସର ସଂକ୍ରମଣରୁ ବଞ୍ଚିତ ରୁହନ୍ତି ଓ ସବୁବେଳେ ସତର୍କ ରୁହନ୍ତୁ । ଏହି ମହାମରି ଭାଇରସରୁ ବଞ୍ଚିବା ପାଇଁ ଆପଣ ମାନେ ସାମାଜିକ ଦୂରତାକୁ ଧ୍ୟାନରେ ରଖନ୍ତୁ ଓ ସବୁବେଳେ ଡବଲ ମାସ୍କର ବ୍ୟବହାର କରନ୍ତୁ । ଏହା ସହିତ ପ୍ରଶାସନ ଦ୍ଵାରା ଘୋଷଣା ହୋଇଥିବା ସମସ୍ତ ଗାଇଡଲାଇନର ପାଳନ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *