ସରକାରଙ୍କ ବଡ ଘୋଷଣା, ଆସନ୍ତା ସୋମବାର ଯାଏଁ ରାଜଧାନୀରେ ସମ୍ପୂର୍ଣ୍ଣ କର୍ଫ୍ୟୁ !

ବନ୍ଧୁଗଣ ଏହି କିଛି ମାସ ହେବ କରୋନା ମହାମାରୀର କୋପ ବଢିବାରେ ଲାଗିଛି । ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହରୀର କୋପ ବର୍ତ୍ତମାନ ଏତେ ବଢିଯାଇଛି ଯେ ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଗତବର୍ଷ ଏହି ଏପ୍ରିଲ ସମୟ ବେଳକୁ ସଂପୂର୍ଣ୍ଣ ଦେଶରେ ଲକ୍ଷ ଲକ୍ଷ ଲୋକ ଏହି ଭାଇରସର ଚାପରେ ଆସିଯାଇଥିଲେ । ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ସଂପୂର୍ଣ୍ଣ ଦେଶରେ ୬ ମାସ ପର୍ଯ୍ୟନ୍ତ ଲକଡାଉନ ଓ କର୍ଫ୍ଯୁ ଆଦି ଜାରି କରିଥିଲେ ।

ଏହି ଲକଡାଉନ ଦ୍ଵାରା ଦେଶର ଆର୍ଥିକ ଅବସ୍ତା ସଂପୂର୍ଣ୍ଣ ଦୁର୍ବଳ ହୋଇଗଲା ହେଲେ କିଛି ଲୋକ ଏହି ଭାଇରସ ଠାରୁ ବଞ୍ଚି ଯାଇଥିଲେ । କେବଳ ଭରତ ନୁହେଁ ବନ୍ଧୁଗଣ ଏହି ଭାଇରସ ଅନ୍ୟ କେତେକ ଦେଶରେ ମଧ୍ୟ ନିଜର କୋପ ବର୍ଷାଇ ଥିଲା ।

ହେଲେ ଗତବର୍ଷ ଧୀରେ ଧୀରେ ଏହି ଭାଇରସର କୋପ କମିଯାଇଥିଲା ଓ ପ୍ରଶାସନ ଲକଡାଉନ ବ୍ୟବସ୍ତାକୁ ଉଠାଇ ସମସ୍ତ କମ୍ପାନୀକୁ ଖୋଲିବା ପାଇଁ ନିର୍ଦେଶ ଦେଇଥିଲା । କିନ୍ତୁ ଏହି ନୂଆ ବର୍ଷ ୨୦୨୧ରେ କରୋନା ମହାମାରୀର ଦୁତୀୟ ଲହରୀ ଆସିବା ଫଳରେ ଗତ କିଛି ମାସ ହେବ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଉଛନ୍ତି । ଯାହାଫଳରେ ପ୍ରଶାସନ ଗତ କିଛି ମାସ ହେବ କିଛି କରୋନା ଗାଇଲାଇନ କରିଛନ୍ତି ।

ଏହି ସବୁ ଗାଇଡଲାଇନକୁ ଜନସାଧାରଣ ମାନଙ୍କୁ ମାନିବା ପାଇଁ ସରକାର ଉପଦେଶ ଦେଇଛନ୍ତି । ହେଲେ ବନ୍ଧୁଗଣ ଦିନକୁ ଦିନ କରୋନା ମହାମାରୀର କୋପ ବଢିବାରୁ ସରକାର ଓଡିଶାରେ ସପ୍ତାହର ଦୁଇ ଦିନ ଶନିବାର ଓ ରବିବାର ଦିନ କର୍ଫ୍ଯୁ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ ଦିଲ୍ଲୀ ସରକାର ଚିନ୍ତାରେ ପଡିଯାଇଛନ୍ତି । ଦିଲ୍ଲୀର ସଂକ୍ରମଣ ଅବସ୍ଥାକୁ ଦେଖି ଦିଲ୍ଲୀ ସରକାର ସୋମବାର ରାତିରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ କର୍ଫ୍ଯୁ ଘୋଷଣା କରିଛନ୍ତି ।

ବନ୍ଧୁଗଣ ଗତ ରବିବାର ଦିନ ଦିଲ୍ଲୀରେ ସର୍ବାଧିକ ୨୫ ହଜାର ୪୬୨ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହା ସହିତ ଦିଲ୍ଲୀରେ କରୋନା ପଜେଟିବ ହାର ୩୦ ପ୍ରତିଶତ ପହଞ୍ଚି ଥିଲା । ଅର୍ଥାତ ଦିଲ୍ଲୀରେ ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ସଂକ୍ରମିତ ଅଛି । ଦିଲ୍ଲୀରେ ଏହା ପୂର୍ବରୁ ସପ୍ତାହନ୍ତ କର୍ଫ୍ଯୁ ଘୋଷଣା ହୋଇଥିଲା । ହେଲେ ଲଗାତାର ସଂକ୍ରମଣ ହାର ବୃଦ୍ଧି ପାଇବାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ସହରରେ ୧୦୦ରୁ କମ ଆଇସିୟୁ ବେଡ ଅଛି । ସହରରେ ଆଗାମୀ ଦୁଇ ଦିନରେ ୧୪୦୦ ରୁ ୪ ହଜାର ବେଡ ପ୍ରସ୍ତୁତ ହୋଇଯିବ ।

ବନ୍ଧୁଗଣ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୧ ସଂକ୍ରମଣଙ୍କ ମୃତ୍ୟୁ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ମହାମାରୀ ଭାଇରସ ଠାରୁ ବାନ୍ଧିବା ପାଇଁ ସବୁବେଳେ ସତର୍କ ରୁହନ୍ତୁ ଓ ନିଜ ପରିବାରର ଧ୍ୟାନ ରଖନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *