Bhubaneswar ର ପ୍ରାଚୀ ବିହାରରେ ତାଙ୍କ ଘର ଉଦୟପୁରରେ Raimohan ଙ୍କ ଶେଷ ଦର୍ଶନ ପାଇଁ ଲାଗିଲା ଲୋକଙ୍କ ଭିଡ଼, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯେପରିକି ଆପଣ ମାନେ ତ ଜାଣିଥିବେ ଯେ, ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ା ଆଜି ଆତ୍ମହତୟଆ କରିଛନ୍ତି । ଏହି ଖବର ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ଓଡ଼ିଶା ବାସୀ ଙ୍କ ପାଇଁ ଝଟକା ସଦୃଶ । ଏହା ସହିତ ରାଇମୋହନ ଙ୍କ ନିଧନ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ । ତାଙ୍କର ଅବଦାନ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ବିସ୍ମରଣୀୟ ଅଟେ ।

ସେ ଅନେକ ଫିଲ୍ମ, ସିରିଆଲ ତଥା ଯାତ୍ରା ରେ ଅଭିନୟ କରି ଦର୍ଶକ ଙ୍କ ମନକୁ କିଣି ନେଇଥିଲେ ଏବଂ ସମସ୍ତ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଏହା କହିବା ଅତ୍ୟୋକ୍ତି ହେବ ନାହିଁ ଯେ, ରାଇମୋହନ ଙ୍କ ଭଳି କଳାକାର ମିଳିବା ଅସମ୍ଭବ ଏବଂ ସେ ନିଶ୍ଚିତ ଭାବରେ ଅଦ୍ୱିତୀୟ ଅଟନ୍ତି । ଏହି ମହାନ ଅଭିନେତା ଙ୍କ ଜନ୍ମ ୧୯୬୩ ମସିହାରେ କେନ୍ଦୁଝର ରେ ହୋଇଥିଲା ।

ସେ ୧୯୮୫ ମସିହାରେ ପ୍ରଥମ ଥର ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ ଏବଂ ତାଙ୍କର ପ୍ରଥମ ଓଡିଆ ଫିଲ୍ମରେ ଅଭିନୟ କରିଥିଲେ । ତେବେ ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି “ପକା କମ୍ବଳ ପୋତ ଛତା” । ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ୧୯୯୩ ମସିହାରେ ସାଗର ଭୂମିକାରେ ଅଭିନୟ କରିଥିଲେ । ଏହିପରି ୧୦୦ ରୁ ଉର୍ଦ୍ଧ ଓଡିଆ ଫିଲ୍ମ ରେ ସେ ଅଭିନୟ କରିଛନ୍ତି ।

ଓଲିଉଡ ର ଶ୍ରେଷ୍ଟ ଖଳନାୟକ ଭାବେ ମଧ୍ୟ ସେ ପରିଚିତ । ୨୦୦୨ ମସିହାରେ ସେ ଓଡିଆ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ହଠାତ ତାଙ୍କର ଆତ୍ମହତୟଆ ଖବର ସମସ୍ତ ଙ୍କୁ ଆଚମ୍ବିତ କରି ଦେଇଛି । ଏହା ମଧ୍ୟ କୁହାଯାଉଛି ଯେ ପରିବାର କଳହ ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ବାସ ଭବନ ରୁ ତାଙ୍କ ଝୁଲନ୍ତା ମୃତ ଦେହ କୁ ଉଦ୍ଧାର କରା ଯାଇଛି ।

ତେବେ ତାଙ୍କ ଆତ୍ମହତୟଆ କରିବାର ପ୍ରକୃତ କାରଣ କଣ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ତେବେ ଏହି ମହାନ ଅଭିନେତା ଙ୍କ ଶେଷ ଦର୍ଶନ କରିବା ନିମନ୍ତେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ କଳାକାର ଏବଂ ଏହା ବ୍ୟତୀତ ତାଙ୍କ ପ୍ରଶଂସକ ଓ ସମର୍ଥକ ମାନେ ମଧ୍ୟ ଆସି ଉକ୍ତ ସ୍ଥାନରେ ପହଞ୍ଚିଛନ୍ତି । ଦେଖିବାକୁ ମିଳୁଛି ଯେ, ରାଇମୋହନ ଙ୍କ ପତ୍ନୀ ବର୍ତ୍ତମାନ ଧର୍ଯ୍ୟହରା ହୋଇ ପଡିଛନ୍ତି ।

ତାଙ୍କୁ ତାଙ୍କର ଦୁଇ ଝିଅ ସମ୍ଭାଳୁଛନ୍ତି । ଏଭଳି ଦୃଶ୍ୟ ଦର୍ଶକ ଙ୍କ ପକ୍ଷେ ଦେଖିବା ମଧ୍ୟ କଷ୍ଟ ଦାୟକ ସାବ୍ୟସ୍ତ ହେଉଛି । ତେବେ ଆଉ କିଛି ମୁହୂର୍ତ୍ତରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ମହାନ କଳାକାର ଅଗ୍ନି ରେ ବିଲୀନ ହୋଇଯିବେ ଏବଂ ଆଉ କେବେବି ଶୁଣିବାକୁ ମିଳିବ ନାହିଁ ‘ହେଇଟି ଅନାନୀ’ ।

ବର୍ତ୍ତମାନ ସୁଦ୍ଧା ରାଇମୋହନ ଙ୍କ ଆତ୍ମହତୟଆ ଖବର କୁ ତାଙ୍କ ଫାନ୍ସ ମାନେ ସ୍ୱୀକାର କରିପାରୁ ନାହାନ୍ତି । କିନ୍ତୁ ବିଧି ର ବିଧାନ କୁ କେହିବି ଅଟକାଇ ପାରିବ ନାହିଁ । ରାଇମୋହନ ସିନା ଏହି ଦୁନିଆ ଛାଡ଼ି ଚାଲିଗଲେ କିନ୍ତୁ ତାଙ୍କ ଅଭିନୟ ସବୁଦିନ ପାଇଁ ଅମର ହୋଇ ରହିଯିବ ।

Leave a Reply

Your email address will not be published.