ରାଇମୋହନ ଙ୍କ ମୃତ୍ୟୁ ପୂର୍ବରୁ 2 ଝିଅଙ୍କ ପାଇଁ ଘରେ ହୋଇଥିଲା ପ୍ରବଳ ଝଗଡା, ଯେଉଁ କାରଣରୁ ପୁରା ଭାଙ୍ଗି ପଡିଥିଲେ Raimohan…

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଇମୋହନ ଙ୍କ ମୃ-ତ୍ୟୁ ପୂର୍ବରୁ ଘରେ ହୋଇଥିଲା ପ୍ରବଳ ଝଗଡା । ଝଗଡା କାରଣରୁ ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ ରାଇମୋହନ । ଦୁଇଝିଅ ଙ୍କ ପାଇଁ ଲାଗି ରହୁଥିଲା ପାରିବାରିକ କଳହ । ଏହାପରେ ଏହି ଦୁନିଆ ଛାଡି ଚାଲିଯିବାକୁ ପଣକରିଥିଲେ ରାଇମୋହନ । ତେବେ ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ତେବେ କ୍ୟାରିୟର ର ସଫଳତାର ଶୀର୍ଷ ରେ ଥିବା ବରିଷ୍ଠ ଅଭିନେତା ରାଇମୋହନ ପରିଡା କ’ଣ ପାଇଁ ଏହିଭଳି ନିଷ୍ପତ୍ତି ନେଲେ ?

ଭୟଙ୍କର ଅଭିନୟ ରେ ଦର୍ଶକଙ୍କୁ ଡରାଉଥିବା ଅଭିନେତା କାହିଁକି ବଞ୍ଚିବାକୁ ଡରିଗଲେ ? ଓଡିଆ ଇଣ୍ଡଷ୍ଟ୍ରୀର ସୁନାମ ଅର୍ଜନ କରିଥିବା ପ୍ରତିଭାଶାଳୀ ରାଇମୋହନ ପରିଡା ଙ୍କ ମୃ-ତ୍ୟୁ କୁ ଚାରିଦିନ ବିତିଗଲାଣି । ମାତ୍ର ରାଇମୋହନ ଙ୍କ ମୃ-ତ୍ୟୁ ଉପରୁ ରହସ୍ୟ ଉଠି ପାରୁନାହିଁ । ତେବେ ଏହା ଭିତରେ ପୋଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ମୃ-ତ୍ୟୁ ର ପୂର୍ବ ଦିନ ରାତିରେ ରାଇମୋହନ ଙ୍କ ସହିତ ତାଙ୍କର ସ୍ତ୍ରୀ ଏବଂ ଝିଅ ର ପ୍ରବଳ ଝଗଡା ଲାଗିଥିଲା ।

ଏହି ଝଗଡା ଏତେ ବଡ ଥିଲା ଯେ ଯେଉଁଥିପାଇଁ ମାନସିକ ସ୍ତରରେ ଭାଙ୍ଗିପଡିଥିଲେ ରାଇମୋହନ ।   ସେହିଦିନ ରାତିରେ ସେ ଏଭଳି ଏକ ନିଷ୍ପତ୍ତି ନେବାକୁ ସ୍ଥିର କରିଥିଲେ । ତେବେ ସଂପୂର୍ଣ୍ଣ ଗୋଟିଏ ଦିନ ସେ ମାନସିକ ସ୍ତରରେ ଭାଙ୍ଗିଯାଇଥିଲେ ଏବଂ ଏହାପରଦିନ ଦ୍ଵିପହରରେ ଏଭଳି ଗୋଟିଏ ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି କହିଛନ୍ତି ପୋଲିସ । ତେବେ ପୋଲିସ ଅନୁମାନ କରୁଛି ଯେ ହୁଏତ ରାଇମୋହନ ରାତିର ଝଗଡା କୁ ସହିପାରିନଥିଲେ ।

ମାନସିକ ସ୍ତରରେ ସେ ଭାଙ୍ଗିପଡିଥିଲେ । ରାତିରେ ସମସ୍ତେ ଘରେ ଥିବାବେଳେ ସେ କୌଣସି ପଦକ୍ଷପ ନେବାକୁ ପଛାଇଥିଲେ । ଏହାପରେ ସକାଳ ୧୦.୩୦ ରେ ସମସ୍ତେ ନିଜ ନିଜ କର୍ମ ରେ ଘରୁ ବାହାରିବ ପରେ ଏକୁଟିଆ ହୋଇଯାଇଥିଲେ ରାଇମୋହନ । ଯାହା ତାଙ୍କୁ ଏଭଳି ଏକ ବଡ ପଦକ୍ଷପ ନିମନ୍ତେ ସୁଯୋଗ ଆଣିଦେଇଥିଲା । ତେବେ ରାଇମୋହନ ଙ୍କ ଝଗଡା ର କାରଣ ଖୋଜିଥିବା ପୋଲିସ କୁ କିଛି ସୁରାଗ ମଧ୍ୟ ମିଳିଛି । ରାଇ ମୋହନ ଙ୍କ ଏଭଳି ନିଷ୍ପତ୍ତି ପଛରେ ତାଙ୍କର ଦୁଇଝିଅ ଥିବା ଜଣାପଡିଛି ।

କାରଣ ବଡ ଝିଅ ଙ୍କ ବିବାହ ପରଠାରୁ ରାଇମୋହନ ଙ୍କ ମନ ଭଲ ରହୁନଥିଲା । ସେ ସବୁବେଳେ ଉଦାସ ରହୁଥିଲେ । କିଛିଦିନ ହେବ ସାନ ଝିଅ ପାଇଁ ମଧ୍ୟ ଚିନ୍ତିତ ରହୁଥିଲେ । କାରଣ ସାନ ଝିଅ ନିଶା ନେଉଥିବା ବେଳେ ଜଣେ ଡ୍ରଗଆର୍ଡିଗ କୁ ମଧ୍ୟ ଭଲ ପାଉଥିବା ଖବର ବର୍ତ୍ତମାନ ସାମ୍ନା କୁ ଆସୁଛି । ତେବେ ପୋଲିସ ପରିବାର ଲୋକଙ୍କର ବୟାନ ରେକର୍ଡ କରିସାରିଛି । ତେବେ ବନ୍ଧୁଗଣ ପ୍ରକୃତ କାରଣ କୁ ନେଇ ବର୍ତ୍ତମାନ ସୁଧା ମଧ୍ୟ ଚର୍ଚ୍ଚା ହେଉଅଛି । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *