‘ଟୁଙ୍ଗୁରୁ ଭୋଳ କରିବ ଖେଳ, ମୁଁ ଏବେ ଘାଣ୍ଟିଦେବି ମାର୍କେଟ, କାରଣ ମୁଁ ଏବେ…’ ମ୍ୟୁଜିକ ଭିଡିଓରେ ଅଭିନୟ କରିବେ Tunguru Bhola, ଏ ନେଇ ସେ କଣ କହିଲେ…ଦେଖନ୍ତୁ Video

ବନ୍ଧୁଗଣ, ଟୁଙ୍ଗୁରୁ ଭୋଳ ନାମ ଟି ବର୍ତ୍ତମାନ ମାର୍କେଟ ରେ ଚର୍ଚା ର ବିଷୟ ପାଲଟି ଯାଇଅଛି । ଟୁଙ୍ଗୁରୁ ଭୋଳ କୁ ନେଇ ପ୍ରାୟ ୬ ଟି ଗୀତ ବାହାରି ସାରିଲାଣି ତେବେ ସେ ବର୍ତ୍ତମାନ ଆଲବମ ରେ ଅଭିନୟ ସାଙ୍ଗକୁ ଗୀତ ମଧ୍ୟ କରିବାକୁ ଯାଉଛନ୍ତି । ଏହାକୁ ନେଇ ଟୁଙ୍ଗୁରୁ କ’ଣ ପ୍ରତିକ୍ରିୟା ଦେଇଛନ୍ତି ଆସନ୍ତୁ ଜାଣିନେବା । ଭୁବନେଶ୍ଵର ଫୁଲେଶ୍ଵରୀ ଟୁଙ୍ଗୁରୁ ଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବାକୁ ଯାଉଅଛି ।

ବର୍ଷା ଙ୍କ ସହିତ ତାଙ୍କର ପ୍ରେମ କାହାଣୀ ସୋସିଆଲ ମିଡିଆ ରେ ଚର୍ଚା ହୋଇଅଛି । ମ୍ୟୁଜିକ ଭିଡିଓ ରେ ଅଭିନୟ କରିବେ ଟୁଙ୍ଗୁରୁ । ମ୍ୟୁଜିକ ଡାଇରେକ୍ଟର RJ ଚିକୁ ଟୁଙ୍ଗୁରୁ ଙ୍କୁ ନେଇ କରିବେ ଭିଡିଓ । ଏହି ସମ୍ବନ୍ଧରେ ସେ ଟୁଙ୍ଗୁରୁ ଙ୍କ ସହିତ କଥା ହୋଇଛନ୍ତି । ତେବେ ଟୁଙ୍ଗୁରୁ କହିଛନ୍ତି ଯେ, ମତେ ଆସି କହିଲେ ଯେ ସୁଟିଙ୍ଗ ଯିବ ତୁମେ କାଲି ସକାଳୁ ରେଡିହେଇଥାଅ ।

ଟୁଙ୍ଗୁରୁ ବହୁତ ଖୁସି ହୋଇ କହିଅଛନ୍ତି ଯେ, ଏଥର ମାର୍କେଟ କୁ ଓହ୍ଲାଇଲା ଟୁଙ୍ଗୁରୁ ଭୋଳ । ଏଥର ଖେଳ କରିବ ଘାଣ୍ଟିବ ଟୁଙ୍ଗୁରୁ ଭୋଳ । ଖେଳ କରିନଥିଲା ବର୍ତ୍ତମାନ ଜୋରଦାର ଖେଳ ଚାଲିବ । କାଲି ସୁଟିଙ୍ଗ କୁ ମଧ୍ୟ ଯିବେ ବୋଲି କହିଛନ୍ତି । ତାଙ୍କୁ ଅଭିନୟ ଏବଂ ଗୀତ ବ୍ୟତୀତ କମେଣ୍ଟ ମଧ୍ୟ ଭଲ ଲାଗେ ବୋଲି ସେ କହିଛନ୍ତି । ବର୍ତମାନ ଭାଉଜ ବର୍ଷା ଙ୍କୁ ନେଇ ଆଉକିଛି ମନେ ନାହିଁ । ସେ ସବୁ ଭୁଲି ଯାଇଛନ୍ତି ବୋଲି କହିଛନ୍ତି  ।

ଏହା ସହିତ ତାଙ୍କୁ ବହୁତ ଖୁସି ମଧ୍ୟ ଲାଗୁଛି । ପ୍ରଥମ ଥର ସେ ଯାଉଛନ୍ତି ସୁଟିଙ୍ଗ କରିବା ପାଇଁ ଏବଂ ତାଙ୍କୁ ବହୁତ ଖୁସି ଲାଗୁଛି ବୋଲି ସେ କହିଛନ୍ତି । ଟୁଙ୍ଗୁରୁ ଙ୍କ ଖୁସିର ସୀମା ନାହିଁ । କାରଣ ସେ ହିରୋ ହେବାକୁ ଯାଉଛନ୍ତି । ଅଟୋ ଚଳାଇ ଅଳ୍ପ ରୋଜଗାର ହେଉଥିଲା କିନ୍ତୁ ବର୍ତମାନ ହିରୋ ହେବା ପରେ ତାଙ୍କ ଆର୍ଥିକ ସ୍ଥିତି ରେ ସୁଧାର ଆସିବା ସହିତ ବହୁତ କିଛି ପରିବର୍ତ୍ତନ ହେବ ବୋଲି କହିଛନ୍ତି ଟୁଙ୍ଗୁରୁ ।

ଠାକୁରଙ୍କୁ ସେ ଧନ୍ୟବାଦ ଜଣାଇ କହିଛନ୍ତି ଯେ ମୋର ବର୍ତ୍ତମାନ ନୂଆ ଲାଇଫ ଆରମ୍ଭ ହେବାକୁ ଯାଉଛି । “ଏଥର କରିବ ଖେଳ ଟୁଙ୍ଗୁରୁ ଭୋଳ, ଆଉ କେହି ନୁହେଁ କେବଳ ଟୁଙ୍ଗୁରୁ ଭୋଳ” । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *