ଅପରେସନ ଜିନ୍ଦଗୀ ସଫଳ ହେବା ଖୁସିରେ ରାହୁଲଙ୍କ ଜୀବନଦାତା (NDRF ଯବାନ) ଙ୍କୁ କାନ୍ଧରେ ବସି ବୁଲେଇଲେ ଲୋକ, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମିଶନ ରାହୁଲ ବର୍ତ୍ତମାନ ସଫଳ ହୋଇଛି । ୫ ଦିନ ହେବ ପ୍ରାୟ ୧୦୦ ଘଣ୍ଟା ରୁ ଅଧିକ ସମୟ ହେବ ବୋରୱେଲ ଭିତରେ ରାହୁଲ ଜୀବନ ସହିତ ଲଢେଇ କରୁଥିଲା । ଏପଟେ ବାହାରେ ରାହୁଲ ଙ୍କ ମାତା ପିତା ବ୍ୟସ୍ତ ହୋଇପଡିଥିଲେ । ମା’ ଙ୍କର କାନ୍ଦି କାନ୍ଦି ଶୋଚନୀୟ ଅବସ୍ଥା ହୋଇଥିଲା । କିନ୍ତୁ ବାପା ଙ୍କର ଆଶା ଥିଲା ଯେ ପ୍ରଶାସନ ନିଶ୍ଚିନ୍ତ ତାଙ୍କ ପୁଅ କୁ ବାହାରକୁ ନେଇ ଆସିବେ ।

ଏହା ପରେ ଜିଲ୍ଲା ପ୍ରଶାସନ ଙ୍କ ସମେତ ଉଦ୍ଧରକାରୀ ଟିମ ପ୍ରାଣପ୍ରଣେ ଦିନରାତି ୪୨ ଡିଗ୍ରୀ ତାପମାତ୍ରାରେ ନିଜର ଚେଷ୍ଟା ଚଳାଇ ଥିଲେ ରାହୁଲ କୁ ଉଦ୍ଧାର କରିବା ଲାଗି । ଜନସାଧାରଣ ଙ୍କ ପ୍ରାର୍ଥନା ର ସୁଫଳ ମିଳିଲା ଯବାନ ଅନିଲ ଙ୍କ ଦ୍ଵାରା ରାହୁଲ ବାହାରକୁ ବାହାରିଲେ । ରାହୁଲ ଙ୍କୁ ବାହାରକୁ ବାହାର କରିବାରେ ଯବାନ ଅନିଲ ଙ୍କର ପ୍ରମୁଖ ଭୂମିକା ରହିଥିବାରୁ ଅନ୍ୟ ସହାୟକାରୀ ଯବାନ ମାନେ ଅନିଲ ଙ୍କୁ କାନ୍ଧ ରେ ବସାଇ ଜୟ ଜୟକାର କରିଥିଲେ ।

ଜିଲ୍ଲା ପ୍ରଶାସନ ମଧ୍ୟ ଅନିଲ ଙ୍କୁ ଧନ୍ୟବାଦ କରିଥିଲା । ମାତ୍ର ଅନିଲ କହିଥିଲେ ଯେ ଏହା ସମ୍ଭବ ହୋଇଛି ସମସ୍ତଙ୍କ ସହଯୋଗ ରେ । ଅପରେସନ ରାହୁଲ ର ଶ୍ରେୟ ଏଠାରେ ନିୟୋଜିତ ତଥା ଉପସ୍ଥିତ ଥିବା ସମସ୍ତ ଟିମ କୁ ଯାଉଅଛି । ବର୍ତ୍ତମାନ ରାହୁଲ ବିଳାସପୁର ର ଆପୋଲ ହସ୍ପିଟାଲ ରେ ଚିକିତ୍ସ୍ୟାଧିନ ଅବସ୍ଥାରେ ଅଛି ।

ସୂଚନା ଅନୁଯାୟୀ ରାହୁଲ କୁ ସାମାନ୍ୟ ଜ୍ଵର ହୋଇଥିଲେ ମଧ୍ୟ ତାର ବ୍ଲଡ଼ପ୍ରେସର, ସୁଗାର ଠିକ ଅଛି । କିନ୍ତୁ ରାହୁଲ ଙ୍କ ମା’ ମନରେ ନିଜ ପୁଅ ପ୍ରତି ଚିନ୍ତା ରହିଅଛି । କାରଣ ରାହୁଲ ଶୁଣିପାରନ୍ତି ନାହିଁ କି କହିପାରନ୍ତି ନାହିଁ । ଭଗବାନ ଙ୍କ ଆଶୀର୍ବାଦ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା ର ସୁଫଳ ଆଜି ମିଳିଛି ।

ରାହୁଲ ଥିବା ବୋରୱେଲ ଭିତରେ ସାପ ସହିତ ମଧ୍ୟ ସଂଘର୍ଷ କରିଥିବାର ସୂଚନା ମିଳିଥିଲା । ୧୨ ବର୍ଷ ର ଏହି କୁନି ପିଲାର ଧର୍ଯ୍ୟ ତଥା ସାହାସ କୁ ଶତ ଶତ ସଲାମ । ଏବଂ ସମସ୍ତ ଉଦ୍ଧାରକାରୀ ଟିମ ତଥା ଜିଲ୍ଲା ପ୍ରଶାସନ କୁ ଆମ୍ଭର ସାଲ୍ୟୁଟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *