ଆସିଲା ବଡ ଖବର, ହସ୍ପିଟଲରେ ଏମିତି ଅଛନ୍ତି Rahul, ଦେଖନ୍ତୁ Video

ବନ୍ଧୁଗଣ, ଅପରେସନ ରାହୁଲ ବର୍ତ୍ତମାନ ସଫଳ ହୋଇଛି । ସମୁଦାୟ ୧୦୫ ଘଣ୍ଟା ର ପରିଶ୍ରମ ପରେ ଏହି ସଫଳତା ମିଳିଥିଲା । ରାହୁଲ ଙ୍କୁ ଯେତେବେଳେ ସୁରକ୍ଷିତ ଭାବରେ ୮୦ ଫୁଟ ତଳୁ ଉଦ୍ଧାର କରାଯାଇଥିଲା ସେହି ସମୟର ଅନୁଭୂତି କୁ କେହିହେଲେ ଭୁଲି ପାରିବେ ନାହିଁ । ଯେଉଁ NDRF ତଥା SDRF ର କର୍ମକର୍ତ୍ତା ମାନେ ଯେଉଁ ସେନାବାହିନୀ ଅନବରତ ପ୍ରୟାସରତ ଥିଲେ ଯେ କିଭଳି ଭାବରେ ରାହୁଲ କୁ ଉଦ୍ଧାର କରାଯିବ ?

ଯେଉଁ ସମୟରେ ସେମାନେ ରାହୁଲ କୁ ଉଦ୍ଧାର କରିଲେ ଏବଂ ତାହାପରେ ତାକୁ ବାହାରକୁ ଆଣିଲେ ସେହି ସମୟରେ ରାହୁଲ ଦେଖିପାରୁଥିଲା ସବୁକିଛି ଏହା ମଧ୍ୟ ସାନ୍ତ୍ଵନା ଦେଉଥିଲା ଯେ ରାହୁଲ ର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ସେ ଅନ୍ତତ ରେସ୍ପଣ୍ଡ କରିପାରୁଛି । ଏହାପରେ ତାକୁ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇଥିଲା ଏବଂ ଯେଉଁ ଗ୍ରୀନ କରିଡର ର ବ୍ୟବସ୍ଥା କରଯାଇଥିଲା ।

କୌଣସି ସମୟ ଅପଚର ନ କରି ସେହି ଗ୍ରୀନକରିଡର ମାଧ୍ୟମରେ ରାହୁଲ କୁ ପ୍ରଥମେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରେ ତାକୁ ପ୍ରାଥମିକ ଚିକିତ୍ସ୍ୟା ଦିଆଯାଇଥିଲା ୫ ଜଣ ଡାକ୍ତର ଟିମ ତାକୁ ତୁରନ୍ତ ହସ୍ପିଟାଲ ଅଭିମୁକ୍ଷେ ନେଇଥିଲେ ଏବଂ ହସ୍ପିଟାଲ ରେ ବର୍ତ୍ତମାନ ରାହୁଲ ର ଚିକିତ୍ସ୍ୟା ଚାଲିଛି । ଯାହା ସୂଚନା ରହିଅଛି ଯେ ରାହୁଲ ର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଅଛି । କିନ୍ତୁ ବିଶେଷଜ୍ଞ ଡାକ୍ତର ମାନଙ୍କ ମତରେ ଆହୁରୀ ୪୮ ଘଣ୍ଟା ରାହୁଲ କୁ ତଦାରଖ ରେ ରଖିବାକୁ ହେବ ।

କାରଣ ସମୁଦାୟ ୫ ଦିନ ଧରି ୮୦ ଫୁଟ ତଳେ ଥିଲା ରାହୁଲ କୌଣସି ଇନଫେକସନ ଥାଇପାରେ ଯେହେତୁ କାଦୁଅ ପାଣିରେ ଏତେ ସମୟ ଧରି ରାହୁଲ ଥିଲା, ହୁଏତ ଆଉକିଛି ଇନଫେକସନ ହୋଇଥାଇପାରେ । ଏଣୁ ଏହି ସବୁଦିଗ ନେଇ ଯାଞ୍ଚ କରାଯିବ, ଏକ୍ସରେ କରାଯିବ, ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା ହୁଏତ ଶରୀରର ଅନ୍ୟ କୌଣସି ଅଙ୍ଗ ରେ ମାଡ ମଧ୍ୟ ହୋଇଥିବ ।

ତେଣୁ ଏହି ସବୁ ଦିଗ ନେଇ ବର୍ତ୍ତମାନ ଶ୍ଵାସ୍ତ୍ୟବସ୍ଥା ଯାଞ୍ଚ କରାଯାଉଅଛି । ଏହା ସହିତ ରାହୁଲ କଥା କହି ପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ ତେବେ ଆଉ କିଛି ମାନସିକ ତ୍ରୁଟି ରହିଛି କି ତାଙ୍କ ଠାରେ ? ସେ ଦିଗ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଅଛି । କିନ୍ତୁ ବର୍ତ୍ତମାନ ସମଗ୍ର ଦେଶ ବେସ ଖୁସି ମନାଉଛି । କାରଣ ସମସ୍ତଙ୍କର ରାହୁଲ ବାହାରକୁ ଆସିବା ନେଇ ଚିନ୍ତା ତଥା ଉତ୍କଣ୍ଠା ମଧ୍ୟ ରହିଥିଲା । ତେବେ ସେମାନଙ୍କ ପ୍ରାର୍ଥନା ଭଗବାନ ଶୁଣିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *