ରାହୁଲ ପାଖରେ ଥାଇ ବି ଦୂରରେ, 80 ଘଣ୍ଟାର ଅପରେସନ ପରେ ଏବେ କେମିତି ଅଛି ରାହୁଲ, ଦେଖିଲେ ଆଖିରେ ଲୁହ ଭରିଯିବ, ଦେଖନ୍ତୁ Video

ରାତିସାରା ଅକ୍ଲାନ୍ତ ପରିଶ୍ରମ, 80 ଘଣ୍ଟାର ଅପରେସନ । ହେଲେ ରାହୁଲଙ୍କୁ ଉଦ୍ଧାର କରିପାରନ୍ତି ନାହାନ୍ତି ଉଦ୍ଧାରକାରୀ ଦଳ । 80 ଫୁଟ ଗଭୀରରେ ଏବେ ବି ରାହୁଲ ଜୀବନ ସହ ସଂଘର୍ଷ କରୁଛି । କିଏ କହୁଥିଲା ରାହୁଲର ସ୍ଵର ଶୁଭୁଚି ତ କିଏ କହୁଥିଲା ଆମେ ପହଞ୍ଚି ଗଲୁଣି ରାହୁଲ ପାଖରେ । ଆଉ ମାତ୍ର କିଛି ସମୟ ପରେ ରାହୁଲ ଉଦ୍ଧାର ହୋଇଯିବ । ବାସ ଏହା ପରଠାରୁ ରାହୁଲ ଅପରେସନକୁ ଚାହିଁ ରହିଛନ୍ତି ଅଧିକାଂଶ ଲୋକେ ।

କିଏ ମୋବାଇଲରେ ତ କିଏ ଟିଭିରେ । ରାତି ସାରା ଅନିଦ୍ରା ରହି ଭଗବାନଙ୍କୁ ଡାକୁ ଛନ୍ତି ଲୋକେ । ହେଲେ ବନ୍ଧୁଗଣ କଣ ହେବ ବିରାଟ କାୟ ପଥର ରାହୁଲକୁ ଉଦ୍ଧାର କରିବାରେ ବାଧକ ସାଜିଛି । ରାହୁଲର ମା, ବାପା ଓ ସମ୍ପର୍କୀୟ ସମସ୍ତେ ଆବାକ ହୋଇଯାଇଛନ୍ତି । ତାଙ୍କ ପାଟିରୁ କଥା ବାହାରୁନି ଆଖିରେ କେବଳ ଆଖିଏ ଲୁହ ଆଉ ମନରେ କୋହ ରହିଛି ।

ସତରେ କଣ ରାହୁଲ ଏତେ ବଡ ଦୁର୍ଘଟଣାରୁ ବର୍ତ୍ତୀ ଯିବ । ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଏବେ ଶୋକାକାଳ ପରିବେଶ ସୃଷ୍ଟି ହୋଇଛି । ଛତିଶଗଡ ସରକାର ରାହୁଲକୁ ଉଦ୍ଧାର କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ଶୁକ୍ରବାର ଦିନ 4ଟାରୁ ଅପରେସନ ଆରମ୍ଭ କରିଥିଲେ ହେଲେ ଏ ପର୍ଯ୍ୟନ୍ତ ଅପରେସନ ସଫଳ ହୋଇପାରି ନାହିଁ ।

ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଡାକ୍ତରୀ ଟିମ ସମସ୍ତେ ଜଗି ରହିଛନ୍ତି । ଏପରି କି ରାହୁଲ ପାଇଁ ଗ୍ରୀନ କରିଡର ବି କରିଛି ଜିଲ୍ଲା ପ୍ରଶାସନ । ପାଖରେ ଥାଇ ବି ରାହୁଲ ଆମ ମାନଙ୍କ ଠାରୁ ବହୁତ ଦୂରରେ ଅଛି । ରାହୁଲ ଏ ପର୍ଯ୍ୟନ୍ତ କିଛି ବି ଖାଇନି ହେଲେ ତାର ପାଟି ଟିକେ ଟିକେ ସୁଭୂଛି । ସେହି ସ୍ଥାନରେ ଏତେ ପଥର ରହିଛି ଯେ ଉଦ୍ଧାରକାରୀ ଟିମ ପାଇଁ ପଥର ବାଧକ ସାଜିଛି ।

ଏନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ଜିଲ୍ଲା ପ୍ରଶାସନ ଏହି ରେସକ୍ୟୁ ଅପରେସନକୁ ଆହୁରି ଜୋରଦାର କରିଛନ୍ତି । ଏ ସବୁ ଭିତରେ କେବେ ରାହୁଲକୁ ଉଦ୍ଧାର କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *