ଫ୍ୟାକ୍ଟ୍ରି ରେ କିପରି ତିଆରି ହୁଏ Amul Butter, ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆମ ଭାରତୀୟ ଖାଦ୍ୟରେ ବଟର ବା ମଖନର ବହୁତ ବ୍ୟବହାର ହୋଇଥାଏ । ବଟରର ବ୍ୟବହାର ସବୁ ସ୍ଥାନରେ କରାଯାଇଥାଏ । ସମସ୍ତ ଲୋକ ବଟର ଖାଇବା ପାଇଁ ବେସ ପସନ୍ଦ ମଧ୍ୟ କରିଥାନ୍ତି । ବଟର ଖାଦ୍ୟର ସ୍ଵାଦକୁ ବଢାଇ ଥାଏ ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ବଟର କେମିତି ପ୍ରସ୍ତୁତ କରାଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଆମ ଦେଶରେ ସବୁଠାରୁ ବଡ ବଟର କମ୍ପାନୀ ହେଉଛି ଆମୂଲ । ଆମୂଲ କେବଳ ବଟର ନୁହେଁ ଅନେକ ଖାଦ୍ୟ ଦ୍ରବ୍ୟ ବିକ୍ରି କରିଥାଏ । ଆମୂଲ ବଟରକୁ ଭାରତରେ ବହୁତ ଲୋକ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଆମୂଲ ବଟର ବନେଇବା ପୂର୍ବରୁ ପ୍ରଥମେ 20 ମିଲିୟନ ଲିଟର କ୍ଷୀର ଫ୍ୟାକ୍ଟେରିକୁ ଅଣା ଯାଇଥାଏ । ଏହା ପରେ କ୍ଷୀରକୁ ଏକ ଷ୍ଟୋରେଜ ଟ୍ୟାଙ୍କରେ ରଖାଯାଏ ଆଉ ଏହା ପରେ କ୍ଷୀରରୁ ବ୍ୟାକ୍ଟେରିଆ ଅଲଗା କରାଯାଇଥାଏ ।

ଏହା ପରେ ଏହାକୁ SEPARATION ଓ PASTEURIZATION କରାଯାଇଥାଏ । ଏହା ଦ୍ଵାରା କ୍ଷୀରରୁ କ୍ରିମ ଅଲଗା ହୋଇଥାଏ । ଏହା ପରେ ଏହି କ୍ରିମକୁ 8 ଘଣ୍ଟା ପର୍ଯ୍ୟନ୍ତ 14 ଡିଗ୍ରୀ ସେଲିସିୟସରେ ମେଚୋର କରାଯାଇଥାଏ । ଏହି ପ୍ରୋସେସ ଶେଷ ହେବା ପରେ କ୍ରିମକୁ ଏକ ଆରପିଏମରେ ରଖାଯାଇଥାଏ । ଏହା ପରେ ବଟର କ୍ରିମରୁ ଅଲଗା ହୋଇଯାଏ ଓ ବଟରକୁ ଗୁନ୍ଥା ଯାଇଥାଏ ।

ଭଲ ଭାବରେ ଗୁନ୍ଥା ହେବା ପରେ କର୍ମଚାରୀ ମାନେ ଏହାକୁ ବ୍ଲେଣ୍ଡରରେ ପକାଇ ଏଥିରେ ଅଳ୍ପ ଲୁଣ ପକାଇ ଥାନ୍ତି । ଏହି କାରଣ ପାଇଁ ଆପଣ ଯେତେବେଳେ ଆମୂଲ ବଟର ଖାଇଥାନ୍ତି ଆପଣଙ୍କୁ ଲୁଣିଆ ଲାଗିଥାଏ । ଲୁଣ ମିଶାଇବା ପରେ ବଟରକୁ ପୁଣି ଥରେ ଭଲ ଭାବରେ ଗୁନ୍ଥା ଯାଇଥାଏ । ଏହି ପ୍ରୋସେସରେ ବଟର ନରମ ହୋଇଯାଏ ।

ଏହା ପରେ ଏହି ବଟରର କ୍ଵାଲିଟି ଚେକ କରିବା ପାଇଁ ଏହାର ସାମ୍ପଲ ନିଆ ହୁଏ । ଯଦି କ୍ଵାଲିଟି ଆମୂଲର ଷ୍ଟାଣ୍ଡାର୍ଡ ଅନୁସାରେ ସଠିକ ହୋଇଥାଏ ତା ହେଲେ ଏହାକୁ ଆପୃଭ କରାଯାଏ । ଯଦି ବଟରର କ୍ଵାଲିଟି ଖରାପ ହେବ ତା ହେଲେ ସଂପୂର୍ଣ୍ଣ ବଟରକୁ ରିଜେକ୍ଟ କରାଯାଇଥାଏ । କାରଣ ଆମୂଲ ଯେତେବେଳ ଯାଏଁ ନିଜ ପ୍ରଡ଼କ୍ଟର କ୍ଵାଲିଟି ଭଲ ନ କରିବ ସେ ପର୍ଯ୍ୟନ୍ତ ସେ ବିକିବ ନାହିଁ ।

ଏହା ପରେ ବନ୍ଧୁଗଣ ବଟରକୁ ଭଲ ଭାବରେ ପ୍ୟାକିଙ୍ଗ କରାଯାଇ ମାରକେଟରେ ବିକ୍ରି କରାଯାଏ । ଆମୂଲ ଏହି ଭଳି ଭାବରେ ନିଜର କ୍ଵାଲିଟି ବଟରକୁ ବିକ୍ରି କରିଥାଏ ଯାହା ଦ୍ଵାରା ଆମେ ମାନେ ସ୍ଵାଦିଷ୍ଟ ବଟରର ମଜା ନେଇ ପାରୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମୂଲ ବଟର କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *