ରାହୁଲ ଧୀରେ ରେସପଣ୍ଡ କରୁଛି ..ଆଖିପତା ହଲାଉଛି..କାଲି ରାତିଠୁ କିଛି ଖାଇନି Rahul, ସାମ୍ନାକୁ ଆସିଲା ଛାତି ଥରା ଦୃଶ୍ୟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଛତିଶଗଡ ବୋରୱେଲରେ ଫସିଥିବା ନାବାଳକ ରାହୁଲ ବିଷୟରେ ତ ନିଶ୍ଚୟ ଜାଣିଥିବେ । ଗାତ ଭିତରେ ରାହୁଲ 80 ଘଣ୍ଟାରୁ ଅଧିକ ସମୟ ରହି ସାରିଛି । ଆଜି ପଞ୍ଚମ ଦିନରେ ଅପରେସନ ରାହୁଲ । ରାହୁଲଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ଜାରି । ୮୦ ଫୁଟ ଗାତ ତଳେ ଫସି ରହିଛି ରାହୁଲ ସାହୁ । ଗତ କାଲି ଖବର ଆସିଥିଲା ଯେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ପଥର ବାଧକ ସାଜିଛି ।

ରାହୁଲ ଯେଉଁ ଗାତ ଭିତରେ ଫସିରହିଛନ୍ତି ସେହି ଗାତରେ ବଡ ବଡ ପଥର ଅଛି । ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁର ରାହୁଲ ବୋରୱେଲ ଭିତରେ ଥାଇ ବହୁତ କଷ୍ଟରେ ଅଛି । ପଞ୍ଚମ ଦିନରେ ଚାଲିଛି ଉଦ୍ଧାର କାର୍ଯ୍ୟ ହେଲେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଶୁକ୍ରବାରରୁ ନେଇ ଆଜି ମଙ୍ଗଳବାର ହେଇଗଲା ଆଉ ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି ।

ହେଲେ 80 ଫୁଟ ଗାତ ଭିତରେ ରହି ନିସ୍ତେଜ ହେଉଛି ରାହୁଲ । ରାହୁଲ କେମିତି ସୁରକ୍ଷିତ ରୂପେ ବାହାରିବ ଏନେଇ ସମସ୍ତେ ଏବେ ଭଗବାନକୁ ଡାକିଲେଣି । 80 ଘଣ୍ଟା ହେଇଗଲାଣି ଅପରେସନ ରାହୁଲକୁ ନେଇ ଯେତେ ଆଶା ଦେଖା ଯାଉଛି ସେତେ ଆଶଙ୍କା ବି ଦେଖା ଯାଉଛି । ଆଜିକୁ 4 ଦିନ ବୀତି ଗଲା ହେଲେ ଜାରି ରହିଥିବା ଅପରେସନ ସରିବାର ନାଁ ନେଉନି । ଆଉ ଏହାରି ମଧ୍ୟରେ 80 ଫୁଟ ତଳକୁ ଗାତ ମଧ୍ୟ ଖୋଳା ସରିଛି । 

ତେବେ ରାହୁଲ ପାଖକୁ ପହଞ୍ଚିବା ପାଇଁ ସୁଡଙ୍ଗ ମଧ୍ୟ ଖୋଳା ଚାଲିଛି । ବନ୍ଧୁଗଣ ରାହୁଲ ଆଉ ତାର ଜୀବନ ମଧ୍ୟରେ ଆଉ 4 ଫୁଟର ଦୂରତା ରହିଛି । 4 ଫୁଟ ଖୋଳା ହେବା ପରେ ରାହୁଲକୁ ଉଦ୍ଧାର କରାଯାଇପାରିବ । ହେଲେ ଏପଟେ 80 ଫୁଟ ଗାତରେ ରହି ନିସ୍ତେଜ ହେଇଯାଉଛି ରାହୁଲ । କାଲି ଠାରୁ କିଛି ବି ଖାଇନି ଖାଲି ଯାହା ହାତ ହଲେଇ ମୁଣ୍ଡ ହଲେଇ ରେସ୍ପୋନ୍ସ କରୁଛି । ପୂର୍ବରୁ ସେ ଯାହା ଯେତେ ହଲଚଲ ହେଉଥିଲା ତାହା ଏବେ କମି କମି ଗଲାଣି ।

ତେଣୁ ଏନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ଜିଲ୍ଲା ପ୍ରଶାସନ ଏହି ରେସକ୍ୟୁ ଅପରେସନକୁ ଆହୁରି ଜୋରଦାର କରିଛନ୍ତି । ରାହୁଲର ଶାରୀରିକ ଶକ୍ତି ଧୀରେ ଧୀରେ କମି ଗଲାଣି ତେଣୁ ତାକୁ ବାୟୋଟିକ ଦିଆଯାଉଛି । ଏ ସବୁ ଭିତରେ କେବେ ରାହୁଲକୁ ଉଦ୍ଧାର କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *