Rahul ଙ୍କୁ ଗାତରୁ ଟାଣି ଆଣିଥିଲା ଛୋଟ ପିଲାଟିଏ…ଏବେ ସାମ୍ନାକୁ ଆସିଲା ଅସଲ ସତ…

ବନ୍ଧୁଗଣ, ସୂଚନା ଅନୁଯାୟୀ ରାହୁଲ ଉଦ୍ଧାର ହେବସା ଘଟଣା କୁ ନେଇ ଏବେ ଆସିଛି ଏକ ନୂଆ ତଥ୍ୟ । କୁହାଯାଉଅଛି ଯେ ଗୋଟିଏ ଛୋଟ ପିଲା ଉଦ୍ଧାର କରିଛି ରାହୁଲ କୁ । ଏହି ଛୋଟ ପିଲାଟିର ଶରୀରରେ ରସି ବନ୍ଧାଯାଇଥିଲା । ଏବଂ ତାକୁ ରାହୁଲ ପାଖକୁ ପଠାଯାଇଥିଲା । ଆଉ ରାହୁଲ କୁ ସେଠାରୁ ସେ ଉଦ୍ଧାର କରିଥିଲା । ତେବେ ଏହା ମଧ୍ୟ କୁହାଯାଉଅଛି ଯେ ଛୋଟ ପିଲାଟିକୁ ଓଲଟାଇ ତାହାକୁ ରସି ସାହାର୍ଯ୍ୟ ରେ ତଳକୁ ପଠା ଯାଉଥିଲା ।

ଏହା ସହିତ ଖାଦ୍ୟ ମଧ୍ୟ ପହଞ୍ଚା ଯାଉଥିଲା । ତେବେ ଏହିଭଳି କିଛି ଖବର ଶୁଣିବାକୁ ମିଳିଛି । ତେବେ ଯେଉଁ ଖବର ରାତିଦିନ ଚାଲୁଥିଲା ଯେ କିଭଳି ରାହୁଲ 5 ଦିନ ପର୍ଯ୍ୟନ୍ତ ବୋରୱେଲ ଭିତରେ ଫସି ରହିଥିଲେ । ଆଉ ଲଗାତାର ଭାବରେ ସମସ୍ତେ ତାଙ୍କୁ ସାହାର୍ଯ୍ୟ କରିଥିଲେ ତଥା ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ । NDRF, ଭାରତୀୟ ସେନା, SDRF ଏବଂ ସ୍ଥାନୀୟ ପ୍ରଶାସନ ସମସ୍ତେ ଚେଷ୍ଟା କରୁଥିଲେ କେମିତି ନା କେମିତି ରାହୁଲ ଉଦ୍ଧାର ହୋଇଯାଉ ।

ତାହାକୁ ଦୃତ ଗତିରେ କରିବା ପାଇଁ ଉନ୍ନତ ମାନର ମେସିନ ସବୁ ଲାଗିଥିଲା । ତେବେ ସୂଚନା ମିଳିଛି ଯେ ସୁଡଙ୍ଗ ଖୋଳିଲା ବେଳେ ବିଶାଳ ଆକାରର ପଥର ରହିଥିଲା ଯାହାକୁ ଖୋଲିବାକୁ ଘଣ୍ଟା ଘଣ୍ଟା ସମୟ ବିତିଥିଲା । ଏଥିପାଇଁ ଦୀର୍ଘ 5 ଦିନ 4 ଘଣ୍ଟା ଲାଗିଥିଲା ରାହୁଲ କୁ ଉଦ୍ଧାର କରିବା ଲାଗି । ସେଠାରେ ଥିବା ବିଶାଳ ପଥରରେ ଏତେ ବଡ ରନ୍ଦ୍ର କରିବା ସମ୍ଭବ ନଥିଲା । ଯାହାକି କୁହାଯାଉଅଛି ଯେ ଛୋଟିଆ ରନ୍ଦ୍ର କରାଯାଇଥିଲା ।

ଯେଉଁଥିରେ କି ଗୋଟିଏ ଛୋଟପିଲା ଯାଇ ଉଦ୍ଧାର କରିପାରିବ ରାହୁଲ କୁ । ଆଉ ସେହିଭଳି ଭାବରେ ଗୋଟିଏ ଛୋଟ ପିଲା ର ଦେହରେ ରସି ବନ୍ଧା ଯାଇଥିଲା ଏବଂ ତାକୁ ରାହୁଲ ପାଖକୁ ଛଡ଼ାଯାଇଥିଲା । ଆଉ ରାହୁଲ ପାଖକୁ ଯାଇ ରାହୁଲ କୁ ଟାଣି ଆଣିଥିଲା ସେହି ଛୋଟ ପିଲାଟି । ତେବେ ସବୁଠାରୁ ବଡ କଥା ହେଉଛି ଯେ ଏହି କଥା କୁ କାହିଁକି ଲୁଚାଯାଇଥିଲା ?

ପ୍ରଶାସନ କହିବା ଅନୁଯାୟୀ ଏମିତି କିଛି ସବୁ ଘଟଣା ରହିଥିଲା ଯାହାକି ଲୋକଲୋଚନାକୁ ଆଣିଲେ ହୁଏତ ତାହାର ଅନ୍ୟ କିଛି ପ୍ରଭାବ ପଡିବ ଭାବି ପ୍ରଶାସନ ଲୁଚାଇ ରଖିଥିଲା । କିନ୍ତୁ ସୂଚନା ମିଳୁଛି ଯେ ଗୋଟିଏ ଛୋଟ ପିଲାକୁ ରସି ସାହାର୍ଯ୍ୟ ରେ ବନ୍ଧା ଯାଇଥିଲା ଏବଂ ତାକୁ ରାହୁଲ ପାଖକୁ ଛଡା ଯାଇଥିଲା ଉଦ୍ଧାର କାର୍ଯ୍ୟ ପାଇଁ ତେବେ ସେହି ଛୋଟ ପିଲାଟି କିଏ ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *