ବୋରୱେଲ ରେ ପଡିବା ପୂର୍ବରୁ ଏମିତି ଥିଲା ରାହୁଲ ! କରୁଥିଲା ଏମିତି ମସ୍ତି, ଭାଇରାଲ ହେଲା Rahul ର ଏହି Video

ବନ୍ଧୁଗଣ, ରାହୁଲ ଙ୍କ ପୂର୍ବ ଦୃଶ୍ୟ କିଛି ସୋସିଆଲ ମିଡିଆ ରେ ଘୁରି ବୁଲୁଛି । ଏଥିରେ ରାହୁଲ ଦୋକାନ ରେ ବସି ହସି ଖନେଇ ଖନେଇ କଥା ହେଉଥିବାର ନଜର ଆସିଛନ୍ତି । ଏହାକୁ ଦେଖିଲେ ବହୁତ ଆନନ୍ଦ ଲାଗୁଥିଲେ ମଧ୍ୟ ୫ ଦିନ ପର୍ଯ୍ୟନ୍ତ ରାହୁଲ ର ଫସି ରହିଥିବା ଦୃଶ୍ୟ ନଜରକୁ ଆସିଯାଉଅଛି । ସମୁଦାୟ ୧୦୪ ଘଣ୍ଟା ର ପରିଶ୍ରମ ପରେ ଏହି ସଫଳତା ମିଳିଥିଲା । ୪୨ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଥିଲା ।

ରାହୁଲ ସେତେବେଳେ ସେହି ବୋରୱେଲ ଭିତରେ ରହି ବହୁତ ସଂଘର୍ଷ କରିଥିଲା । କାରଣ ସେଠାରେ ସାପ ବେଙ୍ଗ ମଧ୍ୟ ରହିଥିଲେ । ଭାଗ୍ୟ ବଶତ ରାହୁଲ ଙ୍କ ର କୌଣସି ପ୍ରକାରର କ୍ଷତି ହୋଇନାହିଁ । ୫ ଦିନ ୪ ଘଣ୍ଟା ର ଅପେକ୍ଷା ପରେ ରାହୁଲ ବର୍ତ୍ତମାନ ସୁରକ୍ଷିତ ବୋରୱେଲ ରୁ ବାହାରକୁ ବାହାରି ଆସିଛି । NDRF ଟିମ ଏବଂ SDRF ଟିମ ଙ୍କ ସମେତ ଜିଲ୍ଲା ପ୍ରଶାସନ ମଧ୍ୟ କଠିନ ପରିଶ୍ରମ କରି ରାହୁଲ କୁ ବାହାର କରିବାରେ ସକ୍ଷମ ହୋଇଛନ୍ତି ।

ଛତିଶଗଡ ର ମୁଖ୍ୟମନ୍ତ୍ରୀ ଆପୋଲ ହସ୍ପିଟାଲ ରେ ଯାଇ ରାହୁଲ ଙ୍କୁ ଦେଖି ତାହାର ଭଲ ମନ୍ଦ ବୁଝିବା ସହିତ ତାଙ୍କ ମାତା ପିତା ଙ୍କ ସହିତ ମଧ୍ୟ କଥା ହୋଇଥିଲେ । ରାହୁଲ ଜଣେ ଦିବ୍ୟାଙ୍ଗ ଏବଂ କଥା କହିଲା ବେଳେ ପାଟିରୁ ଖନି ମାରୁଛି । ତଥାପି ସେ ଧର୍ଯ୍ୟର ସହିତ ସେଠାରେ ସଂଘର୍ଷ କରିଥିଲା ।

ସାଧାରଣ ମନୁଷ୍ୟଟି ପ୍ରାୟ ୧ ଦିନ ବନ୍ଦ କୋଠରୀରେ ରହିଲା ବେଳକୁ ସେ ରୁନ୍ଦି ହୋଇଯାଇଥାଏ କିନ୍ତୁ ୧୨ ବର୍ଷ ର ରାହୁଲ ଦୀର୍ଘ ୫ ଦିନ ୪ ଘଣ୍ଟା ଧରି ସେଠାରେ ଫସିରହିଲା । ସତରେ ରାହୁଲ ଙ୍କ ସାହାସ କୁ ମାନିବାକୁ ହେବ । ବର୍ତ୍ତମାନ ରାହୁଲ ହସ୍ପିଟାଲ ରେ ମା ଙ୍କ ସହିତ କଥା ହେବା ସହିତ ତାହାର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ ଅଛି ।

ସାମାନ୍ୟ ଜ୍ଵର ଥିଲେ ମଧ୍ୟ ବର୍ତ୍ତମାନ ତାହା କମିଯାଇଅଛି ବୋଲି ସୂଚନା ମିଳିଛି । ତେବେ ବିଶେଷଜ୍ଞ ଡାକ୍ତର ମାନେ କହିଛନ୍ତି ଯେ ଖୁବ ଶୀଘ୍ର ରାହୁଲ ଘରକୁ ଆସିଯିବେ । ଏହି ଖବର ଶୁଣିଲା ପରେ ତାଙ୍କ ମାତା ପିତା ଙ୍କର ଆନନ୍ଦ ର ସୀମା ରହିନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *