ଆସିଲା ବଡ ଖବର, ଦିଦିଙ୍କୁ ଲାଗିଲା ବଡ ଝଟକା !

ବନ୍ଧୁଗଣ, ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଜେପି ବିରୋଧୀ ମୋର୍ଚ୍ଚା ରେ ଫାଟ ଜଳ ଜଳ ହୋଇ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ବିରୋଧ କରିବା ପାଇଁ ଏକାଠି ହୋଇ ପାରୁ ନାହିଁ ବିରୋଧୀ ଏକତା । ବୁଧୁବାର ବିରୋଧୀ ଦଳ ଗୁଡିକ ଏକ ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଦେବା ଲାଗି ମମତା ନୂଆ ଦିଲ୍ଲୀ ରେ ବୈଠକ ଡ଼ାକିଥିଲେ । ଏଥିପାଇଁ ସେ ସବୁ ବିରୋଧୀ ଦଳ ର ନେତା ଙ୍କ ସହିତ କଥା ହୋଇଥିଲେ ।

ମାତ୍ର ଏଥିରେ ବିଜେଡି, ଟିଆରଏସ, ଅକାଳୀଦଳ ସମେତ ଆମ ଆଦ୍ମି ପାର୍ଟି ସାମିଲ ହୋଇନାହିଁ । କଂଗ୍ରେସ ସହିତ ଏକାଠି ବସିବା ପାଇଁ ଟିଆରଏସ ମନା କରିଦେଇଥିବା ବେଳେ କୃଷି ବିଲ କୁ ବିରୋଧ କରି ଅଲଗା ହୋଇଥିବା ଅକାଳୀ ଦଳ ବିଜେପି ପ୍ରତି ପୂର୍ବ ଅନୁରାଗ ବଜାୟ ରଖିଛି । ପଞ୍ଜାବ ଜିତିବା ପରେ ଆମ ଆଦ୍ମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଙ୍କ ଭିନ୍ନ ମହତଆକାଂକ୍ଷା ରହିଥିବା ଚର୍ଚ୍ଚା ହେଉଅଛି ।

ସେଥିପାଇଁ ଦିଦି ଙ୍କ ନିମନ୍ତ୍ରଣ କୁ ପ୍ରତ୍ୟାକ୍ଷାନ କରିଦେଲେ, ବିଜେଡି କଥା ତ ସମସ୍ତେ ଜାଣନ୍ତି କେବଳ କଥାରେ ବିଜେପି କଂଗ୍ରେସ ଠାରୁ ସମଦୁରତ୍ଵ କଥା କହୁଥିବା ନବୀନ ପଟ୍ଟନାୟକ ଅନେକ କଥାରେ ନରେନ୍ଦ୍ର ମୋଦୀ ଙ୍କ ସାଥ ଦେଉଛନ୍ତି । ଦିଦି ଙ୍କ ବୈଠକ ରେ କଂଗ୍ରେସ, ଶିବସେନା ଏବଂ NCP ସମେତ ଫାରୁଖ ଅବଦୁଲ୍ଲା ଙ୍କ ନ୍ୟାସନାଲ କାନଫରେନ୍ସ ସାମିଲ ହୋଇଥିଲା ।

ମାତ୍ର ଏହି ଦଳ ଗୁଡିକ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବେ ସେ ନେଇ ସହମତ ହୋଇ ପାରି ନାହାନ୍ତି । ଖବର ଅନୁସାରେ ଏହିନେତା ମାନଙ୍କ ବୈଠକ ପୁଣି ଥରେ ମୁମ୍ବାଇ ରେ ବସିବ । ସେପଟେ ବିଜେପି ସହମତି ଭିତ୍ତି ରେ ରାଷ୍ଟ୍ରପତି ନିର୍ବାଚନ କରିବା ଲାଗି କଥାବାର୍ତ୍ତା କରିବା ପାଇଁ ଜେପିନୋଡା ଏବଂ ରାଜନାଥସିଂହ ଙ୍କୁ ଦାଇତ୍ଵ ଦିଆଯାଇଅଛି । ଏମାନେ ସହଯୋଗୀ ଙ୍କ ସମେତ ବିରୋଧୀ ଦଳ ନେତା ମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଛନ୍ତି ।

ଦରକାର ପଡିଲେ ରାଜନାଥ ସୋନିଆ ଗାନ୍ଧୀ ଙ୍କ ଘରକୁ ମଧ୍ୟ ଯିବେ ବୋଲି ଖବର ରହିଅଛି । ତେବେ ସେ ଯାହା ମଧ୍ୟ ହେଉ ନା କାହିଁକି ବିରୋଧୀ ଙ୍କ ଫାଟ ବିଜେପି ଙ୍କୁ ସୁହାଇଛି । ୨୦୨୪ ପାଇଁ ପ୍ରଧାନ ମନ୍ତ୍ରୀ ଙ୍କ ବିକଳ୍ପ ମମତା ବାନାର୍ଜୀ ହେବେ ବୋଲି କୁହାଯାଉଥିଲା । ମାତ୍ର ନେତ୍ରୀ ହିସାବରେ ତାଙ୍କୁ ଅନ୍ୟ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ପାରୁ ନାହାଁନ୍ତି । ଦିଲ୍ଲୀ ବୈଠକ ଏହି କଥାକୁ ପ୍ରମାଣିତ କରିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *