ସାମ୍ନାକୁ ଆସିଲେ ରସି ସାହାର୍ଯ୍ୟରେ Rahul କୁ ଉଦ୍ଧାର କରିଥିବା ପିଲା, ବଖାଣିଲେ ସେଦିନର ସେହି ଛାତିଥରା ଅନୁଭୂତି, ଶୁଣିଲେ ଆପଣ ବି ଡରିଯିବେ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାହୁଲ କୁ ବୋରୱେଲ ରୁ ବାହାର କରିଥିବା ପିଲା ଟି କହିଅଛନ୍ତି ଯେ ମୁଁ ଯେଉଁଭଳି ଭାବରେ ଭିତରକୁ ଗଲି, ତତକ୍ଷଣତ ମୋ ସମ୍ମୁଖକୁ ନାନା ପ୍ରକାରର ପଥର ମାନ ଆସିଥିଲା । ମାତ୍ର ଭିତରକୁ ମୋ ବ୍ୟତୀତ ଅନ୍ୟ କେହି ଯାଇପାରି ନଥାନ୍ତେ, କାରଣ ମୁଁ ସବୁଠାରୁ ଛୋଟ ଥିଲି ସେଥିପାଇଁ ମୁଁ ହିଁ ଭିତରକୁ ପ୍ରବେଶ କରିଥିଲି । ସେଫଟି ବେଲ୍ଟ ମଧ୍ୟ ଲଗେଇ ଯାଇଥିଲି । ସେ କହିଛନ୍ତି ଯେ ଆଉ ଏକ ସେଫଟି ବେଲ୍ଟ ନେଇ ରଖିଥିଲେ ରାହୁଲ ପାଇଁ ।

ରାହୁଲ କୁ ରସି ଏବଂ ସେଫଟି ବେଲ୍ଟ ଦ୍ଵାରା ବାହାରକୁ ବାହାର କରି ନେଇ ଆସିଥିଲି । ସେହି ପିଲାଟିକୁ ରସି ରେ ବାନ୍ଦି ଓଲଟା ଲଟକା ଯାଇଥିଲା ବୋଲି ସେ କହିଛନ୍ତି । ଛତିଶଗଡ ର ମୁଖ୍ୟମନ୍ତ୍ରୀ ରାହୁଲ କୁ ଉଦ୍ଧାର କରିଥିବା ପିଲା କୁ ପଚାରିଲେ ଯେ ତୁମକୁ ଓଲଟା ଲଗାଯାଇଥିଲା ରସି ରେ ବାନ୍ଧି ତମକୁ ଦର ଲାଗିଲା ନାହିଁ ?

ଏହା ପରେ ସେହି ପିଲାଟି ପ୍ରତି ଉତ୍ତରରେ କହିଥିଲା ଯେ ନା ସାର ! ରାହୁଲ ମୋ ଠାରୁ ବହୁତ ଛୋଟ ଥିଲା ଏବଂ ଛୋଟ ଛୁଆ କୁ ବଞ୍ଚାଇବା ପାଇଁ ମୁଁ ନିଜେ ଜୀବନ ଦେଇ ଦେଇଥାନ୍ତି କିନ୍ତୁ ବଞ୍ଚାଇବି ନିଶ୍ଚିତ । ଏହାପରେ ମୁଖ୍ୟ ମନ୍ତ୍ରୀ ସେହି ପିଲା କୁ ପଚାରିଲେ ଯେ ତୁମ୍ଭେ ରାହୁଲ ପାଖକୁ ଗଲ ଯେତେବେଳେ ତା ହାତ ଧରି ଡାକିଲା ? ପିଲାଟି କହିଲା ଯେ ନାଇ ସାର ! ମୁଁ ଯେତେବେଳେ ରାହୁଲ ପାଖରେ ପହଞ୍ଚିଲି ସେତେବେଳେ ସେ ସୋଇଥିଲା ।

ମୁଁ ଭିତରକୁ ଗଲି କହିଲି ପୁଅ ରାହୁଲ ବାହାରକୁ ଆସିଯା, ଏବଂ ସେ ହୁଁ ହୁଁ କହି ଆବାଜ ଦେଇ ବାହାରକୁ ଆସିଗଲା । ଏହାପରେ ପିଲାଟି କହିଲା ଯେ ସେ ଆହୁରି ଭିତରକୁ ଯାଇ ରାହୁଲ କୁ ସେଫଟି ବେଲ୍ଟ ଲଗାଇ ଉପରକୁ ପଳାଇ ଆସିଲେ । ଏହାପରେ ରାହୁଲ କୁ ବାହାରକୁ ଟଣାଯାଇଥିଲା ।

ତେବେ ଛତିଶଗଡ ର ମୁଖ୍ୟମନ୍ତ୍ରୀ ରାହୁଲ କୁ ବଞ୍ଚାଇ ଥିବା ପିଲାଟିର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ବହୁତ ଭଲ କାମ କରିଛ । ତେବେ ରାହୁଲ ର ସାହାସ ଏବଂ ରାହୁଲ କୁ ଉଦ୍ଧାର କରିଥିବା ଏହି ପିଲାଟିର ସାହାସ କୁ ମଣିବାକୁ ପଡିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.