‘ହଇରେ ନରେନ୍ଦ୍ର ମୋଦି ତମ ଭାଗ୍ୟ ଭଲ, ତମେ ଭାରତର ପ୍ରଧାନ ମନ୍ତ୍ରୀ ହେଇଯାଇଛ, ନହେଲେ…’ PM Modi ଙ୍କୁ କଟାକ୍ଷ କରି କିଛି ଏମିତି କହିଲେ Sura Routray, ଶୁଣିଲେ ହସି ହସି ଗଡିବେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସୁର ରାଉତରାୟ ନରେନ୍ଦ୍ର ମୋଦୀ ଙ୍କୁ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ତମ ଭାଗ୍ୟ ଭଲ ଯେ ୧୪୦ କୋଟି ଜନତା ଙ୍କ ଦେଶ ର ପ୍ରଧାନମନ୍ତ୍ରୀ ତୁମେ । ତମ ବାପା ଚାହା ଫେଣ୍ଟି ଫେଣ୍ଟି ବିଜ୍ଜି ହେଇଯାଇଥିଲେ । ଏହାପରେ ତମେ ମଧ୍ୟ ତମ ବିନ୍ଧି ଏପର୍ଯ୍ୟନ୍ତ ଛାଡିନାହଁ । ଏତେବଡ ପ୍ରଧାନମନ୍ତ୍ରୀ ଙ୍କ ପଦ ପାଇ ମଧ୍ୟ ତୁମ୍ଭର ଜ୍ଞାନ ଏ ପର୍ଯ୍ୟନ୍ତ ହୋଇ ନାହିଁ । ଏଆଇସିସି ୧୪୦ ବର୍ଷ ର ଦଳ । ମାତ୍ର ତମେ ଆସିଛ ୧୦ ରୁ ୨୦ ବର୍ଷ ହେଲା ।

ତମେ ତାହା ଭିତରେ ପୋଲିସ ଫୋର୍ସ ପଠାଇ ନିରୀହ ସ୍ତ୍ରୀ ଲୋକଙ୍କୁ ମାଡ, ଗରିବ ଲୋକ ଙ୍କୁ ମାଡ, ଛାତ୍ରଙ୍କୁ ମାଡ, ମୁଲିଆ ଙ୍କୁ ମାଡ, ସେକ୍ରେଟାରୀ ଜେନେରାଲ ଙ୍କୁ ମାଡ, ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛ । ଗଣତନ୍ତ୍ରରୁ ଲୋପ କରିଦେଲ ନରେନ୍ଦ୍ର ମୋଦୀ । ୨ ଟଙ୍କିଆ ଲୋକ ତୁମେ, ତୁମେ ଜାଣିଛ ନରେନ୍ଦ୍ର ମୋଦୀ ପଣ୍ଡିତ ନେହେରୁର ଅଣନାତି ହେଉଛି ରାହୁଲ ଗାନ୍ଧୀ ।

ନେହେରୁ ଙ୍କ ଡ୍ରେସ ତିଆରି ହେଉଥିଲା ଜର୍ମାନ ରେ ମୋତିଲାଲ ନେହେରୁ କରୁଥିଲେ । ତାଙ୍କ ଡ୍ରେସ ବିକ୍ରି କଲେ, ଚପଲ ବିକ୍ରି କଲେ ଟଙ୍କା ୨ ହଜାର । ମାତ୍ର ନରେନ୍ଦ୍ର ମୋଦୀ ତୁମେ ଚା’ ବିକ୍ରି କରୁଥିଲା ବର୍ତ୍ତମାନ ଦିନକୁ ଡ୍ରେସ ଚେଞ୍ଜ କରୁଛ ୩୦ ଲକ୍ଷ ୩୫ ଲକ୍ଷ । ଏବଂ ଚଡି ହେଉଛି ଦେଢ ଲକ୍ଷ । ତାହା କି ଚଡି ସେଥିରେ ହିରା ଲାଗିଛି ନା ଲୀଳା ଲାଗିଛି ? ଆମ୍ବାନୀ ଜରିଆରେ ୭ ଲକ୍ଷ ତାଙ୍କର ଛତୁ ଖାଉଛ ।

ଏହା କରିକି କଂଗ୍ରେସ ଦଳ ର ଷ୍ଟାମ୍ପ ପେପର ୱିଡ୍ର କରିଦେଲ, ଇନ୍ଧିରା ଗାନ୍ଧୀ ଙ୍କ ର ମଧ୍ୟ କରିଦେଲ, ରାଜୀବ ଗାନ୍ଧୀ, ଯିଏ ଦେଶ ପାଇଁ ଜୀବନ ଦେଇଛନ୍ତି ଇନ୍ଦିରା ଗାନ୍ଧୀ, ପାକିସ୍ତାନ କୁ ଦୁଇଭାଗ ଯିଏ କରିଦେଇଛି । ବ୍ୟାଙ୍କ ଜାତୀୟକରଣ କରି ଏତେବଡ ଭାରତବର୍ଷ ଯିଏ କରିଛି ତାକୁ ଲୋପ କରିଦେବା ନିମନ୍ତେ ବସିଛ ?

ତାଙ୍କ ନାତି କୁ ୪ ଦିନ ହେବ ଆଜିକୁ ହଇରାଣ କରୁଛ ? ମାତ୍ର ଏହିଭଳି ହଇରାଣ କରିଲେ କଂଗ୍ରେସ ଭାଇ ଭଉଣୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଘରେ ପଶିଯିବେ ବୋଲି ଧମକ ଦେଇଛନ୍ତି ସୁର ରାଉତରାୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *