ବନ୍ଧୁଗଣ, ତମାମ ଦେଶବାସୀ ଅପେକ୍ଷା କରିଥିଲେ ଯେ କେତେବେଳେ ରାହୁଲ କୁ ଉଦ୍ଧାର କରାଯିବ ? ରାହୁଲ ୮୦ ଫୁଟ ବୋରୱେଲ ତଳେ ରହିଥିଲା । ବର୍ତ୍ତମାନ ସବୁ ଅପେକ୍ଷାର ଅନ୍ତ ଘଟିଛି । ଅପରେସନ ରାହୁଲ ବର୍ତ୍ତମାନ ସଫଳ ହୋଇଛି । ୧୦୫ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ର ଆଜି ସଫଳତା ମିଳିଛି । ରାହୁଲ କୁ ଉଦ୍ଧାର କରିବାକୁ ଯାଇଥିଲା NDRF ରେସକ୍ୟୁ ଟିମ ର ଇନ୍ସପେକ୍ଟର ମହାବୀର ମହାନ୍ତି କହିଛନ୍ତି ଯେ ଲୋକ ମାନଙ୍କ ବିଶ୍ଵାସ ରହିଥିଲା ଯେ NDRF ଟିମ ଏହି କାର୍ଯ୍ୟ ରେ ସଫଳ ହେବେ ଏବଂ ସେମାନଙ୍କ ବିଶ୍ଵାସ ହିଁ ଆଜି ଆମ୍ଭକୁ ସଫଳ କରିଛି ।
ସେ କହିଛନ୍ତି ୧୦୫ ଘଣ୍ଟା ଧରି ଏହିଭଳି ଅଭିଜ୍ଞାତା ଆଗରୁ କେବେ ମଧ୍ୟ ମିଳି ନଥିଲା । ଏହା ଆମ୍ଭ ମାନଙ୍କ ପାଇଁ ବହୁତ ଲମ୍ବା ସମୟ ଥିଲା । ସମୟ ବିତିବା ସହିତ ନୂଆ ନୂଆ ଚ୍ୟାଲେଞ୍ଜ କୁ ସାମ୍ନା କରିବାକୁ ହେଉଥିଲା । ୧୦ ତାରିଖ ସନ୍ଧ୍ୟାରେ ତାଙ୍କୁ DSP ଜାହାଙ୍ଗିରି ଚମ୍ପଟ ଙ୍କ ଠାରୁ ଏକ ମେସେଜ ମିଳିଥିଲା ଯେ ଗୋଟିଏ ଗାଁ ରେ ଏହିଭଳି ଏକ ୧୧/୧୨ ବର୍ଷ ର ପିଲାଟି ପଡିଯାଇଅଛି, ଆପଣ ମାନେ ଆମ୍ଭକୁ କ’ଣ ସହାୟତା କରିପାରିବେ ?
ଏହାପରେ ତୁରନ୍ତ ସେ ଛତିଶଗଡ କୁ ତାଙ୍କ ଟିମ ସହିତ ବାହାରିଯାଇଥିଲେ । ଆସିବା ସମୟରେ ରାସ୍ତାରେ ହିଁ ଚିନ୍ତା କରି ଆସିଥିଲେ ଯେ କିପରି ଭାବରେ ରାହୁଲ କୁ ଉଦ୍ଧାର କରିହେବ ? ମାତ୍ର ସେ ଚିନ୍ତା କରି ନଥିଲେ ଯେ ଏହି ଉଦ୍ଧାରକାର୍ଯ୍ୟ ଟି ଏତେ ଘଣ୍ଟା ଧରି ଲାଗି ରହିବ । ସମୁଦାୟ ୩୨ ଜଣ ମେମ୍ବର ଙ୍କ ସହିତ ଏହି ଚ୍ୟାଲେଞ୍ଜିଙ୍ଗ କୁ ସଫଳ କରାଇବାରେ ସକ୍ଷମ ହୋଇଛନ୍ତି ।
ମାତ୍ର ଏହା ବହୁତ କଠିନ ଥିଲା କାରଣ ଛତିଶଗଡ ର ବୋରୱେଲ ପାଖ ଅଞ୍ଚଳଟି ସଂପୂର୍ଣ୍ଣ ଭାବରେ ଚଟାଣ ରେ ପରିପୂର୍ଣ୍ଣ ଥିଲା । ଏହାକୁ କାଟି ରାହୁଲ ଙ୍କ ପାଖରେ ପହଞ୍ଚିବା ବହୁତ କଷ୍ଟଦାୟକ ଏବଂ କଠିନ ଥିଲା । ସମୁଦାୟ ୬୫ ଫୁଟ ଗାତ ଖୋଲି ଏହା ସହିତ ୨୦ ଫୁଟ ର ଟନେଲ ଖୋଳି ରାହୁଲ ପାଖରେ ପହଁଞ୍ଚେଇବା ତାଙ୍କ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ଥିଲା ବୋଲି ସେ କହିଛନ୍ତି ।
ଭୌଗଳିକ ସ୍ଥିତି ଠିକ ନଥିଲେ ମଧ୍ୟ ସୁରକ୍ଷିତ ଭାବରେ ରାହୁଲ କୁ ବାହାରକୁ ବାହାର କରାଯାଇ ଅଛି । ତେବେ ବନ୍ଧୁଗଣ ଉଦ୍ଧରକାରୀ ଟିମ କୁ ଶତ ଶତ ସାଲ୍ୟୁଟ ଯେ ସେ ରାହୁଲ କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହେଲେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।