ହସ୍ପିଟାଲ ବେଡ ଉପରେ ଖାଉଛି ରାହୁଲ…ସ୍ଵତନ୍ତ୍ର ଡାକ୍ତରୀ ଟିମ ଙ୍କ ନଜରରେ ଚାଲିଛି ରାହୁଲର ଚିକିତ୍ସ୍ୟା, ସାମ୍ନାକୁ ଆସିଲା Rahul ଙ୍କ Hospital ବେଡରେ ପ୍ରଥମ ଦୃଶ୍ୟ…

ବନ୍ଧୁଗଣ, ସୂଚନା ନୂଆଯାୟୀ ହସ୍ପିଟାଲ ବେଡରେ ରାହୁଲ ର ଏକ ଭିଡିଓ ବର୍ତ୍ତମାନ ସାମ୍ନା କୁ ଆସିଛି । ଏଥିରେ ରାହୁଲ ର ଚିକିତ୍ସ୍ୟା କରାଯାଉଥିବାର ଦେଖିବାକୁ ମିଳିଛି । ବିଳାସପୁର ଆପୋଲ ହସ୍ପିଟାଲ ରେ ସ୍ଵତନ୍ତ୍ର ଡାକ୍ତରୀ ଟିମ ରାହୁଲ ର ଚିକିତ୍ସ୍ୟା କରୁଛନ୍ତି । ଏବଂ ରାହୁଲ ର ସ୍ୱାସ୍ଥ୍ୟ ସମ୍ପର୍କ ଉପରେ ପ୍ରତି ମୂହୁର୍ତ୍ତ ରେ ନଜର ରଖିଛନ୍ତି ଏହି ସ୍ଵତନ୍ତ୍ର ଟିମ । ଯେଉଁ ଟିମ ରେ ଅଭିଜ୍ଞ ଡାକ୍ତର ମାନେ ଦାଇତ୍ଵ ନେଇଛନ୍ତି ।

ଆଜି ସକାଳୁ ସକାଳୁ ରାହୁଲ ଜଳଖିଆ ଖାଇ ସାରିବା ପରେ ତାକୁ ଜର ଆସିଥିଲା । ମାତ୍ର ସେ ସ୍ଵାଭାବିକ ଭାବରେ ନିଶ୍ଵାସ ପ୍ରଶ୍ଵାସ କିନ୍ତୁ ନେଉଥିଲା । ବ୍ଲଡ଼ ପ୍ରେସର, ସୁଗାର ସବୁକିଛି ନର୍ମାଲ ଥିବା ବେଳେ ହୃଦସ୍ପନ୍ଦନ ମଧ୍ୟ ଠିକ ଭାବରେ ଚାଲୁଥିଲା । ଆଉ ସେହି ସମୟରେ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଘୁରି ବୁଲୁଛି ।

ତେବେ ହସ୍ପିଟାଲ ବେଡ ରେ ରାହୁଲ କିଭଳି ଭାବରେ ଚିକିତ୍ସିତ ହେଉଛି ଆଉ କିଭଳି ଜଳଖିଆ ଖାଉଛି ସେହି ଭିଡିଓ ବର୍ତ୍ତମାନ ଏହି ମୋବାଇଲ ରୁ ସେହି ମୋବାଇଲ କୁ ଘୁରି ବୁଲୁଛି । ଏହି ଭିଡିଓ କୁ ଯିଏ ଦେଖୁଛି ସିଏ ଭଗବାନ ଙ୍କୁ ନିବେଦନ କରୁଛି । ଅପରେସନ ରାହୁଲ ସଫଳ ହେଲା ଭଳି ରାହୁଲ ମଧ୍ୟ ଶୀଘ୍ର ସୁସ୍ଥ ହୋଇ ତା ଘରକୁ ଫେରୁ ଏହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ଆଉ ଏ ନେଇ ମଧ୍ୟ ସମସ୍ତେ ରାହୁଲ କୁ ଗୁହାରୀ କରୁଛନ୍ତି । କାରଣ ୧୨ ବର୍ଷ ର ଏହି କୁନି ପିଲାର ଧର୍ଯ୍ୟ ବହୁତ ଥିଲା । ସମୁଦାୟ ୫ ଦିନ ୪ ରାତି ବୋରୱେଲ ଗାତ ଭିତରେ ଫସିଥିବା ରାହୁଲ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ଧର୍ଯ୍ୟ ଆଉ ସାହସ ଆଗରେ ହାର ମାନିଲା ମୃତ୍ୟୁ । ରାହୁଲ ପାଖରେ ତାଙ୍କ ବାପା ମା’ ଉପସ୍ଥିତ ଥିବା ସମୟରେ ରାହୁଲ ଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷଜ୍ଞ ଡାକ୍ତର ଙ୍କ ନଜର ରହିଅଛି ।

ବୋରୱେଲ ଗାତରେ ଫସିଥିବା ଦିବ୍ୟାଙ୍ଗ ନାବାଳକ କୁ ଉଦ୍ଧାର କରିବା ନିମନ୍ତେ ସେନା NDRF ତଥା SDRF ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଦିନରାତି ଏକ କରିଦେଇଥିଲେ । ଏହା ସତରେ ପ୍ରଶଂସା ର ବିଷୟ ଅଟେ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *