ରହସ୍ୟମୟୀ ଜଙ୍ଗଲ, ଯେଉଁଠି ବିଷଧର ସାପଙ୍କର ଚାଲେ ରାଜ, ଏମିତି ଖତରନାକ ଭିଡିଓ ଆଗରୁ କେବେ ବି ଦେଖି ନଥିବେ…

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ସାପକୁ ପୂଜା କରାଯାଇଥାଏ । ସାପକୁ ଭଗବାନ ଶିବଙ୍କ ପ୍ରତୀକ ମାନା ଯାଇଥାଏ କାରଣ ଶିବ ସବୁବେଳେ ସାପକୁ ନିଜ ବେକରେ ଧାରଣ କରିଥାନ୍ତି । ସାପର ବହୁତ ପୌରାଣିକ ମାନ୍ୟତା ରହି ଆସିଛି । ହେଲେ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ସାପ ଦେଖିଲେ ତାକୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି ଅବଶ୍ୟ ଲୋକ ମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଏମିତି କରୁଛନ୍ତି ।

କିନ୍ତୁ ବନ୍ଧୁଗଣ ଯଦି ଆପଣ ମାନଙ୍କ ଆଖ ପାଖରେ କୌଣସି ସାପ ରହିଛି ତା ହେଲେ ଆପଣଙ୍କୁ ବନ ବିଭାଗକୁ ଏହାର ସୂଚନା ଦେବା ଉଚିତ । ସାଧାରଣତଃ ସାପ ମାନେ ଜଙ୍ଗଲରେ ରହିଥାନ୍ତି । ଆପଣ ମାନେ ସମସ୍ତେ ଓଡିଶାର ସାପ ଧରାଳି ଏମଡି ଆରିଫଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆରିଫ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ସେ ଯେକୌଣସି ସାପକୁ ଅତି ସାବଧାନତାର ସହ ଉଧାର କରନ୍ତି ଓ ସେହି ସମସ୍ତ ସାପକୁ ଜଙ୍ଗଲରେ ଛାଡି ଦିଅନ୍ତୁ । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଆରିଫ ଉଧାର କରିଥିବା କେତେକ ସାପକୁ ଜଙ୍ଗଲରେ ଛାଡୁ ଛନ୍ତି । ବନ୍ଧୁଗଣ ଆରିଫ ସେହି ଭିଡିଓରେ ଅନେକ ବିଷଧର ଓ ଘାତକ ସାପ ମାନଙ୍କୁ ନେଇ ଜଙ୍ଗଲକୁ ଯାଉଛନ୍ତି ।

ଜଙ୍ଗଲକୁ ଯିବା ପରେ ସେ ଗୋଟେ ପରେ ଗୋଟେ ସାପକୁ ଛାଡୁ ଛନ୍ତି । ସାପ ମାନଙ୍କୁ ନମାରିବା ପାଇଁ ଆରିଫ ସବୁବେଳେ କୁହନ୍ତି । ସାପ ମାନଙ୍କର ଅସଲି ଘର ହେଉଛି ଜଙ୍ଗଲ ଯଦି କୌଣସି ସାପ ଭୁଲ ବଶତଃ କାହା ଘରେ ପସିଯାଉଛି ତା ହେଲେ ସେମାନଙ୍କୁ ତାକୁ ନମାରି ବନ ବିଭାଗକୁ ତାର ସୂଚନା ଦେବା ଉଚିତ । ଆରିଫ ସାପ ମାନଙ୍କୁ ଯେଉଁ ଜଙ୍ଗଲରେ ଛାଡୁ ଛନ୍ତି ସେହି ଜଙ୍ଗଲଟି ସାପରେ ପରିପୂର୍ଣ୍ଣ ରହିଛି ।


ସେହି ଜଙ୍ଗଲରେ ସମସ୍ତ ପ୍ରକାରର ସାପ ରହୁଛନ୍ତି । ଆରିଫ ସେହି ଭିଡିଓରେ ଏକ ଚନ୍ଦ୍ର ନାଗ ସାପକୁ ଜଙ୍ଗଲରେ ଛାଡୁ ଛନ୍ତି ହେଲେ ନାଗଟି ସେହି ସ୍ଥାନ ଛାଡି ଯାଉ ନାହିଁ । ଏହି ସାପଟି ବହୁତ ଅଧିକ କ୍ରୋଧୀ ଓ ଘାତକ ହୋଇଥାଏ । ସୋସିଆଲ ମିଡିଆରେ ଏହି ଭିଡିଓର ଚର୍ଚା ବହୁତ ହେଉଛି । ତା ହେଲେ ବନ୍ଧୁଗଣ ଯଦି ଆପଣଙ୍କ ଘରର ଆଖ ପାଖରେ କୌଣସି ସାପ ରହିଛି ତେବେ ଆପଣ ତାକୁ ନମାରି ତାର ସୂଚନା ବନ ବିଭାଗକୁ ଦିଅନ୍ତୁ ଓ ସବୁବେଳେ ସାପ ମାନଙ୍କ ଠାରୁ ସତର୍କ ରୁହନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *