ସରପ୍ରାଇଜ ଭିଜିଟ ପରେ ସରକାରୀ କର୍ମଚାରୀଙ୍କ ଉପରେ ବର୍ଷିଲେ ପିପିଲି ବିଧାୟକ Rudra Maharathy, କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ MLA ରୁଦ୍ର ପ୍ରତାପ ମହାରଥି ସରକାରୀ ଅଫିସ କୁ ଭିଜିଟ କୁ ଯାଇଥିଲେ । ସେଠାରେ ଯାଇ ସେ ସବୁ ଷ୍ଟାଫ କୁ ଖୋଜିଲେ । ରୁଦ୍ର ସେଠାରେ ଥିବା ଜଣେ ଦୁଇଜଣ ଷ୍ଟାଫ ଙ୍କୁ କହିଲେ ଯେ ଇମିଡିଏଟ ସମସ୍ତଙ୍କୁ ଡାକନ୍ତୁ କେତେଜଣ ପ୍ରେଜେଣ୍ଟ ଅଛନ୍ତି । ସମୁଦାୟ ୧୨ ଜଣରୁ ୨ ଜଣ ଙ୍କୁ ଦେଖିଲେ ବାକି ୧୦ ଜଣ କୁଆଡେ ଯାଇଛନ୍ତି ବୋଲି ପଚାରିଲେ ? ଏହାପରେ ଚଷମା ପିନ୍ଧିଥିବା ଷ୍ଟାଫ ଜଣକ କିଏ କୁଆଡେ ଯାଇଛନ୍ତି ସମସ୍ତଙ୍କ ବିସୃତ ବିବରଣୀ ଦେଲେ ।

ବାକି ଫିଲ୍ଡ କୁ ଯାଇଛନ୍ତି ବୋଲି କହିଲେ ଅନ୍ୟ ଏକ ଷ୍ଟାଫ । ଏହା ପରେ ରୁଦ୍ର ବାବୁ କହିଲେ ଯେ ସେମାନଙ୍କ ନମ୍ବର ଦିଅନ୍ତୁ ସେହି ସାଇଟ ରେ ଥିବା ଲୋକାଲ ଲୋକ ଙ୍କୁ ପଠାଇ ଦେଖିବି କିଏ କେଉଁ କାମ କରୁଛି । ମାତ୍ର ରୁଦ୍ର ମହାରଥୀ ଫୋନ କରିବା ସତ୍ବେ ମଧ୍ୟ ତାଙ୍କ ଫୋନ ଉଠାଇଲେ ନାହିଁ । ଏହା ଦେଖି ରୁଦ୍ର ପଚାରିଲେ ଯେ ଅଲଗା ଷ୍ଟାଫ ସବୁ କେଉଁଠାକୁ ଯାଇଛନ୍ତି ?

ଏହା ପରେ ରୁଦ୍ର ବିଡିଓ ଙ୍କୁ ଫୋନ ଲଗାଇଲେ ଏବଂ କହିଲେ ଯେ ମୁଁ ପିଏଚଡି ଅଫିସ ଆସିଛି ଏଠାରେ ୨ ଜଣ ଷ୍ଟାଫ ଅଛନ୍ତି । ମାତ୍ର ମୁଁ ଖବର ପାଇଛି ଯେ ୧୨ ଜଣ ଷ୍ଟାଫ ଅଛନ୍ତି କିନ୍ତୁ ୨ ଜଣ ଏଠାରେ ଉପସ୍ଥିତ ଅଛନ୍ତି । ବାକି ସବୁ ସାଇଟ କୁ ଯାଇଛନ୍ତି ବୋଲି କହୁଛନ୍ତି । ଏବଂ ନାଫା ବାବୁ ଯିଏ ଅଛନ୍ତି ତାଙ୍କୁ ମୁଁ ଫୋନ କରିଲି ମାତ୍ର ସେ ଫୋନ କୁ ରିସିଭ କରିଲେ ନାହିଁ ।

ଏହା ପରେ ରୁଦ୍ର ବିଡିଓ ଙ୍କୁ କହିଲେ ଯେ ମାଡାମ ଆପଣ ଅର୍ଜେଣ୍ଟ ବେଶିଷ ରେ ଗୋଟିଏ ମିଟିଙ୍ଗ ଡକାନ୍ତୁ ଆମ୍ଭର ଟିକିଏ ରିଭିଉ କରାଯିବ ଯେ କ’ଣ ତାଙ୍କର ଅସୁବିଧା ରହୁଅଛି ? ପୁଣି MLA ରୁଦ୍ର ପ୍ରତାପ ମହାରଥୀ ଉପସ୍ଥିତ ଥିବା ଷ୍ଟାଫ ଙ୍କୁ ପଚାରନ୍ତି ଯେ ଷ୍ଟାଫ ଫୋନ କାହିଁକି ଧରୁ ନାହାଁନ୍ତି ? ଯଦି ସେମାନେ ଆମ୍ଭ ଫୋନ ଧରୁ ନାହାଁନ୍ତି ତେବେ ସ୍ଵଭାବିକ କଥା ଲୋକ ମାନଙ୍କ ଫୋନ ମଧ୍ୟ ଧରୁ ନଥିବେ ।

ଏହା ଆଦୌ ସଠିକ ନୁହେଁ ବୋଲି MLA ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ନିଷ୍ଠା ର ସହିତ ସମସ୍ତ ସମସ୍ୟା କୁ ଲୋକ ମାନଙ୍କ ପାଖକୁ ଯାଇ ବୁଝୁଛନ୍ତି ରୁଦ୍ର ପ୍ରତାପ ମହାରଥୀ । ଏନେଇ ସେ କି ପଦକ୍ଷପ ନେଉଛନ୍ତି ତାହା ଅପେକ୍ଷାର ବିଷୟ । ବନ୍ଧୁଗଣ ଏହି ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *