ହଠାତ ରାଇମୋହନଙ୍କ ଆତ୍ମହତ୍ୟା ପରେ ସ୍ତବ୍ଧ ହୋଇ ଯାଇଛି ପୁରା Ollywood, ଦେଖନ୍ତୁ ଏ ନେଇ କୋହଭରା କଣ୍ଠରେ କଣ କହିଲେ ଅଭିନେତା Siddhant Mohapatra…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ା ଆଜି ଆତ୍ମହତୟଆ କରିଛନ୍ତି । ଏହି ଖବର ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ଓଡ଼ିଶା ବାସୀ ଙ୍କ ପାଇଁ ଝଟକା ସଦୃଶ । ଏହା ସହିତ ରାଇମୋହନ ଙ୍କ ନିଧନ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ । ତାଙ୍କର ଅବଦାନ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ବିସ୍ମରଣୀୟ ଅଟେ ।

ସେ ଅନେକ ଫିଲ୍ମ, ସିରିଆଲ ତଥା ଯାତ୍ରା ରେ ଅଭିନୟ କରି ଦର୍ଶକ ଙ୍କ ମନକୁ କିଣି ନେଇଥିଲେ ଏବଂ ସମସ୍ତ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଏହା କହିବା ଅତ୍ୟୋକ୍ତି ହେବ ନାହିଁ ଯେ, ରାଇମୋହନ ଙ୍କ ଭଳି କଳାକାର ମିଳିବା ଅସମ୍ଭବ ଏବଂ ସେ ନିଶ୍ଚିତ ଭାବରେ ଅଦ୍ୱିତୀୟ ଅଟନ୍ତି । ତେବେ ଏହି ମହାନ ଅଭିନେତା ଙ୍କ ଜନ୍ମ ୧୯୬୩ ମସିହାରେ କେନ୍ଦୁଝର ରେ ହୋଇଥିଲା ।

ସେ ୧୯୮୫ ମସିହାରେ ପ୍ରଥମ ଥର ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ ଏବଂ ତାଙ୍କର ପ୍ରଥମ ଓଡିଆ ଫିଲ୍ମରେ ଅଭିନୟ କରିଥିଲେ । ତେବେ ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି “ପକା କମ୍ବଳ ପୋତ ଛତା” । ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ୧୯୯୩ ମସିହାରେ ସାଗର ଭୂମିକାରେ ଅଭିନୟ କରିଥିଲେ ।

ଏହିପରି ୧୦୦ ରୁ ଉର୍ଦ୍ଧ ଓଡିଆ ଫିଲ୍ମ ରେ ସେ ଅଭିନୟ କରିଛନ୍ତି । ଓଲିଉଡ ର ଶ୍ରେଷ୍ଟ ଖଳନାୟକ ଭାବେ ମଧ୍ୟ ସେ ପରିଚିତ । ୨୦୦୨ ମସିହାରେ ସେ ଓଡିଆ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ହଠାତ ତାଙ୍କର ଆତ୍ମହତୟଆ ଖବର ସମସ୍ତ ଙ୍କୁ ଆଚମ୍ବିତ କରି ଦେଇଛି ।

ଏହା ମଧ୍ୟ କୁହାଯାଉଛି ଯେ ପରିବାର କଳହ ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ବାସ ଭବନ ରୁ ତାଙ୍କ ଝୁଲନ୍ତା ମୃତ ଦେହ କୁ ଉଦ୍ଧାର କରା ଯାଇଛି । ତେବେ ତାଙ୍କ ଆତ୍ମହତୟଆ କରିବାର ପ୍ରକୃତ କାରଣ କଣ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *