ବଢୁଛନ୍ତି ଶତୃ, ପୁଟିନଙ୍କୁ ନେଇ କିଛି ଏମିତି ଦାବି କଲା Ukraine Intelligence, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୨୮ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବି-ଷୟରେ କହିବାକୁ ଯାଉଛୁ । ଏହି ଖବର ବି-ଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବି-ଷୟରେ । 

ଗୁଇନ୍ଦା ବିଭାଗ ଦେଇଛି ଏକ ବଡ ସୂଚନା ପୁଟିନଙ୍କୁ ମାରିବା ପାଇଁ କରାଯାଉଛି ଏକ ବଡ ଷଡଯନ୍ତ୍ର । ଏମିତି କି ତାଙ୍କ ଖାଇବାରେ ବି-ଷ ଦେବାକୁ ଷଡଯନ୍ତ୍ର ହେଉଥିବା ଗୁଇନ୍ଦା ବିଭାଗ ସୂଚନା ମିଳିବା ପରେ ଏହାକୁ ନେଇ ଏବେ ସାରା ବିଶ୍ଵରେ ଚର୍ଚ୍ଚା ଚାଲିଛି । ୟୁକ୍ରେନ ଉପରେ ଆକ୍ରମଣ କରି ନିଜ ଦେଶରେ ସମାଲୋଚିତ ହେଉଥିବା ଋଷ ରାଷ୍ଟ୍ରପତି ପୁଟିନ ବି-ଷ ଦେଇ ହତୟା କରିବାକୁ ଷଡଯନ୍ତ୍ର କରାଯାଇଛି ।

ଋଷର କିଛି ବରିଷ୍ଠ ଶାସକ ଓ ବ୍ୟବସାୟୀ ଏହି ଯୋଜନା କରିଛନ୍ତି ବୋଲି ୟୁକ୍ରେନର ଗୁଇନ୍ଦା ରିପୋର୍ଟରୁ ଜଣା ପଡିଛି । ପୁଟିନଙ୍କୁ ହତୟା କରିବା ପରେ ତାଙ୍କ ସ୍ଥାନରେ ଏକ ନୂଆ ରାଷ୍ଟ୍ରପତିକୁ ନିଯୁକ୍ତ କରିବା ଲାଗି ଯୋଜନା ଚାଲିଛି । ଋଷ ଉପରେ ପାଶ୍ଚାତ୍ୟ ଦେଶ ଗୁଡିକ ପକ୍ଷରୁ ବାସନ୍ଧ ଲାଗୁ କରାଯାଇଥିବାରୁ ଦେଶର ଶିଲ୍ପପତି ବ୍ୟବସାୟୀ ଓ ବରିଷ୍ଠ ଶାସକ ମାନେ ଘୋର କ୍ଷତି ଗ୍ରସ୍ତ ହୋଇଛନ୍ତି ।

ତେଣୁ ସେମାନେ ପୁଟିନଙ୍କୁ ହଟାଇବା ପାଇଁ ଚାହୁଁ ଛନ୍ତି । ପୁଟିନଙ୍କୁ ହଟାଇବା ପାଇଁ ସେମାନେ ଅନେକ ବିକଳ୍ପ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ସେଥିମଧ୍ୟରୁ ବି-ଷ ଦେଇ ହତୟା କରିବା, ଆକସ୍ମିକ ଦୁର୍ଘଟଣା ଓ ଅନ୍ୟ କୌଣସି ଘଟଣା ଉପରେ ବିଚାର କରାଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *