କଂମେଣ୍ଟ ମରାରୁ ତୁମୁଳ କାଣ୍ଡ, ଆଉ ତା’ପରେ ଯାହା ହେଲା ଶୁଣିଲେ ଆପଣ ବି ବିଶ୍ଵାସ କରି ପାରିବେନି…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେ କୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ କମେଣ୍ଟ ମରା ରୁ ତୁଗୁଳ କାଣ୍ଡ ଚାରି ଜଣଙ୍କୁ ଅତି ନିର୍ମମ ଏଭଳି କିଛି ଅଭାବନୀୟ ଜଘନ୍ୟ କାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକରେ ।

ଗତ କାଲି ରାତିରେ ପିତଳ ଛକରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଛନ୍ତି ଯେଉଁଥିରେ ଗୋଟିଏ ପରିବାରର ଶମ୍ବୁ ସ୍ଵାଇଁ, ପାଦୁଆ ସ୍ଵାଇଁ ଏବଂ ରାଜା ସ୍ଵାଇଁ ପ୍ରାଣ ହରାଇଥିବା ବେଳେ ସପକ୍ଷ ଚନ୍ଦନ ସ୍ଵାଇଁ ପ୍ରାଣ ହରାଇ ଛନ୍ତି । ଅନ୍ୟ ଏକ ଗୋଷ୍ଠୀର ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ହସ୍ପିଟାଲ ଚିକିତ୍ସାଧୀନ ଅଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ସହ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି ।

ଏବେ ଯାଏଁ ଦୁଇଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ମୃତକଙ୍କର ଏକ ଫାଷ୍ଟଫୁଡ ଦୋକାନ ଥିଲା ଦୋକାନ ବନ୍ଦ କରି ରାତି ୧୦ଟାରେ ଏମାନେ ଘରକୁ ଯାଉଥିଲେ । ରାସ୍ତାରେ ଜଣେ ମହିଳା ଦୁର୍ଘଟଣା ଗ୍ରସ୍ତ ଥିଲେ ଓ ଏମାନେ ମହିଳାଙ୍କୁ ସହାୟତା କରିବାକୁ ଅଟକି ଥିଲେ । ତେବେ ସେହି ସମୟରେ ୬ ଜଣ ବ୍ୟକ୍ତି ଆସି ଏମାନଙ୍କୁ କମେଣ୍ଟ ମାରିଥିଲେ ଯାହାଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ ହୋଇଥିଲା ।

ପରିସ୍ଥିତି ଏପରି ହେଲା ଯେ, ଠେଙ୍ଗା ଓ ଲୁହା ରଡରେ ଏହି ଗଣ୍ଡୋଗଳ ହୋଇଥିଲା । ତେବେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା ନା ନାହିଁ ସେ ଦିଗରେ ଏବେ ତଦନ୍ତ ଚାଲିଛି । ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *