ରୁଷିଆ ୟୁକ୍ରେନ ଉପରେ ପକାଇବ ହାଇପରସୋନିକ କ୍ଷେପଣାସ୍ତ୍ର, ଯାହାକୁ ରୋକିବାର କ୍ଷମତା କାହାର ନାହିଁ, ଦେଖନ୍ତୁ ଏହା କିପରି ରଚିଥାଏ ତାଣ୍ଡବ…

୨୮ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ୟୁକ୍ରେନ ଉପରେ ଋଷ ଇଞ୍ଜିଲ ହାଇପରସୋନିକ କ୍ଷେପଣାସ୍ତ୍ର ପକାଇଛି । କ୍ରେନ ଉପରେ ଋଷ ହାଇପରସୋନିକ କ୍ଷେପଣାସ୍ତ୍ର ପକାଇବା ପରେ ଏବେ ସାରା ବିଶ୍ଵରେ ଏହି ଘାତକ ଅସ୍ତ୍ରକୁ ନେଇ ଚର୍ଚ୍ଚା ଚାଲିଛି ।

ଏହି କ୍ଷେପଣାସ୍ତ୍ର ଏତେ ମାରାତ୍ମକ ଯେ, ଏହାକୁ ଋଷ ୟୁକ୍ରେନ ଉପରେ ପକାଇ ୟୁକ୍ରେନର ଅସ୍ତ୍ର ଭଣ୍ଡାରକୁ ନଷ୍ଟ କରିଛି । ତେବେ ବନ୍ଧୁଗଣ ହାଇପରସୋନିକ କ୍ଷେପଣାସ୍ତ୍ର କଣ । କ୍ରୁଜ ମିସାଇଲ ଶବ୍ଦ ଠାରୁ କମ ବେଗରେ ଗତି କଲେ ତାହାକୁ ସବସୁନିକ କ୍ଷେପଣାସ୍ତ୍ର ବୋଲି କୁହାଯାଏ । ସେହି ପରି ଶବ୍ଦ ଠାରୁ ତିନି ଗୁଣ ବେଗରେ ଗଲେ ତାହାକୁ ସୁପରସୋନିକ କ୍ଷେପଣାସ୍ତ୍ର କୁହାଯାଏ । ଏହାର ଉଦାହରଣ ଭାରତର ବ୍ରମ୍ହାସ୍ତ୍ର ବୋଲି କୁହାଯାଉଛି ।

କ୍ରୁଜ କ୍ଷେପଣାସ୍ତ୍ର ଶବ୍ଦର ପାଞ୍ଚ ଗୁଣ ବେଗରେ ଗଲେ ଏହାକୁ ହାଇପରସୋନିକ କ୍ଷେପଣାସ୍ତ୍ର କୁହାଯାଏ । ଏହି ହାଇପରସୋନିକ କ୍ଷେପଣାସ୍ତ୍ରକୁ ବିଶ୍ଵର ଅତ୍ୟାଧୁନିକ ମିସାଇଲ ସିଷ୍ଟମ ଗୁଡିକ ମଧ୍ୟ ଅଟକାଇ ପାରନ୍ତି ନାହିଁ । ଗତ ବର୍ଷ ଚୀନ ଦ୍ଵାରା ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବା ପରେ ବିଶ୍ଵରେ ଏକ ନୂଆ ପ୍ରକାରର ଅସ୍ତ୍ର ପ୍ରତିଯୋଗୀତା ଆରମ୍ଭ ହୋଇଛି । ଏହି ପ୍ରତିଯୋଗୀତାରେ ଦୁଇଟି ଶକ୍ତିଶାଳୀ ଦେଶ ତଥା ଆମେରିକା ଓ ଋଷିଆ ଯୋଗ ଦେଇଛନ୍ତି ।

ଆଉ ଏହାରି ମଧ୍ୟରେ ଉଭୟ ଋଷ ଓ ଆମେରିକା ମଧ୍ୟ ନିଜ ହାଇପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷା କରିସାରିଛନ୍ତି । ତେବେ ଏ କ୍ଷେତ୍ରରେ ଋଷ ସବୁଠାରୁ ଆଗୁଆ ରହିଛି । ଏହାକୁ ନେଇ ୟୁକ୍ରେନ ଉପରେ ଋଷ ପକାଇଥିବା ହାଇପରସୋନିକ କ୍ଷେପଣାସ୍ତ୍ରକୁ ନେଇ ଚର୍ଚା ଜୋର ଧରିଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *