୧୯୩୨ ମସିହାର ପୁରୁଣା ପୁରୀ ରଥଯାତ୍ରା, ସେହି ସମୟରେ କିପରି ହେଉଥିଲା ରଥଯାତ୍ରା ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ପବିତ୍ର ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ଅନୁଭୂତି କାଳିଆ ସାଆନ୍ତଙ୍କ ଭକ୍ତଙ୍କ ନିମନ୍ତେ କହିଲେ ନସରେ । କାଳିଆ ଠାକୁରଙ୍କର ଦିବ୍ୟଲୀଳା ପ୍ରାୟ ଯୁଗ ଯୁଗ ଧରି ଚାଲି ଆସୁଅଛି । ତେବେ ଆଜି ଆମ୍ଭେ ଆପଣ ମାନଙ୍କୁ ସେହି ପୁରାତ୍ତନ ଯୁଗରୁ ଚାଲି ଆସୁଥିବା ରଥଯାତ୍ରା ସମ୍ବନ୍ଧରେ କହିବାକୁ ଯାଉଅଛୁ । ସୂଚନା ନୁଯାୟୀ ୧୯୩୨ ରୁ ୧୯୩୭ ମସିହାର ରଥଯାତ୍ରା ଦେଖିଲେ ଆପଣଙ୍କ ଆଖି ଲାଖିଯିବ ।

ବର୍ତମାନ ଯେଉଁଭଳି ଭାବରେ ଭିଡ ହେଉଛି ତୀର୍ଥଧାମ ପୁରୀରେ ସେତେବେଳେ ମଧ୍ୟ ଠିକ ଏହିଭଳି ଭାବରେ ଧୁମଧାମରେ ପାଳନ କରାଯାଉଥିଲା ରଥଯାତ୍ରା ଅଥବା ଘୋଷଯାତ୍ରା । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଲକ୍ଷ ଲକ୍ଷ ଭକ୍ତ ଏକାଠି ହେଉଥିଲେ ଭାବର ସହରରେ । ରଥ ପାଖରୁ ଚାହିଁଦେଲେ ଦୂର ଦୂର ପର୍ଯ୍ୟନ୍ତ କେବଳ ଭକ୍ତଙ୍କର ସମାଗମ ଦେଖିବାକୁ ମିଳୁଥିଲା । ସେତେବେଳେ ନଥିଲା ପାଦରେ ଚପଲ ତଥା ସଠିକ ଭାବରେ ପିନ୍ଧିବାକୁ ପୋଷାକ ।

ତଥାପି ଭାବର ଠାକୁରଙ୍କୁ ଦେଖିବାକୁ ଲକ୍ଷ ଲକ୍ଷ ଲୋକେ ଆସୁଥିଲେ । ମହିଳା ପୁରୁଷ ଅଧିକାଂଶ ସ୍ଵଛ ବସ୍ତ୍ର ପିନ୍ଧିଥିବାର ନଜର ଆସୁଥିଲା । ତେବେ ଆଜିର ଆଧୁନିକ ଯୁଗରେ ବଦଳିଯାଇଛି ପ୍ରଶାସନ, ତଥା ସେ ଯୁଗର ଭକ୍ତ ଙ୍କ ସମାଗମ ଆଉ ନ ହେଇ ତାହା ମଧ୍ୟ ବହୁଳ ଭାବରେ ବଦଳି ଯାଇଛି । କିନ୍ତୁ ଆଜି ଗୋଟିଏ ଜିନିଷ ବଦଳିନାହିଁ ।

ତାହା ହେଉଛନ୍ତି ଜଗତର ନାଥ ଜଗନ୍ନାଥ ଙ୍କର ଭକ୍ତଙ୍କ ପ୍ରତି ଆକୁଳ ପ୍ରେମ । ୧୯୩୨ ରେ ଯେଉଁଭଳି ଭାବରେ ସହ ସହ ଭକ୍ତଙ୍କ ପାଖକୁ ଶ୍ରୀ ମନ୍ଦିରରୁ ଟାହିଆ ହଲାଇ ମାଡିଚାଲି ଆସୁଥିଲେ, ଠିକ ସେହିଭଳି ଭାବରେ ବର୍ତମାନର ଆଧୁନିକ ଯୁଗରେ ମଧ୍ୟ ଭକ୍ତଙ୍କ ପାଖରେ ଆସି ପହଞ୍ଚିଛନ୍ତି । ତେବେ ପୁରାଣରେ ବର୍ଣ୍ଣିତ ଅଛି ଭଗବାନଙ୍କ ଇଛା ସତ୍ବେ ଗଛରୁ ପତ୍ରଟିଏ ମଧ୍ୟ ଝଡେନାହିଁ ।

ସେଥିପାଇଁ ବୋଧହୁଏ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଦୀର୍ଘ ୨ ବର୍ଷ କୋରୋନା ମହାମାରୀ ରେ ଭକ୍ତଙ୍କ ଗହଣକୁ ଆସି ନଥିଲେ । କିନ୍ତୁ ଚଳିତ ବର୍ଷ ପ୍ରଭୁ ଆଉ ଶ୍ରୀ ମନ୍ଦିରରେ ରହି ପାରିଲେ ନାହିଁ । କାଳିଆ ସାଆନ୍ତଙ୍କୁ ବ୍ୟତିବ୍ୟସ୍ତ କରିଥିଲା ଭକ୍ତଙ୍କ ଡାକ । ସେଥିପାଇଁ ବୋଧହୁଏ ପ୍ରଭୁ ବିଳମ୍ବ ନ କରି ସମୟର ପୂର୍ବରୁ ଧାଇଁ ଆସିଥିଲେ ଭକ୍ତଙ୍କ ପାଖକୁ ।

ଭକ୍ତ ତିନିଠାକୁରଙ୍କୁ ଆଖି ଆଗରେ ହୋଇ ମଣିମା ମଣିମା ଡାକ ପକେଇଲେ । ଜୟ ଜଗନ୍ନାଥରେ ଶ୍ରୀକ୍ଷେତ୍ର ସୁମଧୁର ହୋଇ ଉଠିଲା । ସତରେ ଏହାଠାରୁ ବଡ ଅନୁଭୂତି ଜଣେ ଭକ୍ତଙ୍କ ପାଇଁ ଆଊ କ’ଣ ହୋଇପାରେ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *