ପ୍ରକୃତିର ଦାଣ୍ଡବ, ବଦଳିଗଲା Surat ର ନକ୍ସା, ସୁରଟ ହାଲ ହେଲା ବେହାଲ, ବିମାନ ଯୋଗେ ଚାଲିଛି ଉଦ୍ଧାର…ଦେଖନ୍ତୁ ଭିଡିଓ

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଆଉ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଥିବାରୁ ଏହି ସବୁ ଘଟଣା ଓ ଖବର ଗୁଡିକ ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ପାଣି ସୁଅରେ ଭାସି ଯାଉଛି ସାମଗ୍ରୀ । ଛାତିଏ ପାଣିରେ ବୁଡ଼ି ରାସ୍ତା ପାର ହେଉଛନ୍ତି ଲୋକେ । ଏତେସବୁ ପରେ ବି ବର୍ଷା ଥମିବାର ନାଁ ନେଉନି ।

କିଛି ଦିନ ହେବ ଲଗାଣ ବର୍ଷାରେ ବେହାଲ ହୋଇଛି ସୁରଟର ସ୍ଥିତି । ବିଭିନ୍ନ ଅଞ୍ଚଳରେ ପାଣି ମାଡି ଯିବା ପରେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜୁଛି । ଗୁଜୁରାଟର ଉପକୂଳିଆ ଅଞ୍ଚଳରେ ସ୍ଥିତି କେତେ ଭୟଙ୍କର ହୋଇଛି ତାହା ଏ ଦୃଶ୍ୟ ଦେଖି ଆପଣ ମାନେ ଜାଣି ପାରୁଥିବେ । ଅନେକ ଲୋକ ଜଳ ଘେରରେ ଫସି ରହିଛନ୍ତି ଆଉ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲାଗି ପଡିଛନ୍ତି ଏନଡିଆରଏଫ ଯବାନ ମାନେ ।

ଗୋଟେ ଗୋଟେ ସ୍ଥାନରେ ସ୍ଥିତି ଏମିତି ଉପୁଜିଛି ଯେ ବିମାନ ଯୋଗେ ଲୋକଙ୍କୁ ଉଦ୍ଧାର କରା ହେଉଛି । ଅହମ୍ମଦାବାଦ, ନାଦିଆ ଓ ଖେଡା ଭଳି ଅଞ୍ଚଳରେ ବିଦ୍ୟାଳୟ ପରିସରରେ ପାଣି ପଶିବା ପରେ ପାଠ ପଢା ବାଧା ପ୍ରାପ୍ତ ହୋଇଛି । ଆଉ ଏହାକୁ ନଜରରେ ରଖି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଟ୍ରେନ ଲାଇନ ଉପରେ ବନ୍ୟା ପାଣି ମାଡି ଯିବା ପରେ ଟ୍ରେନ ଚଳାଚଳ ମଧ୍ୟ ବାଧା ପ୍ରାପ୍ତ ହୋଇଛି ।

ଏବେ ପୁରା ଦେଶରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ବନ୍ଧୁଗଣ ଏହା ଦ୍ଵାରା ରାଜସ୍ଥାନ ଠାରୁ ନେଇ ଗୁଜୁରାଟ, କର୍ଣ୍ଣାଟକ ଭଳି ଉପକୂଳ ବର୍ତ୍ତୀ ରାଜ୍ୟରେ ଦେଖା ଦେଇଛି ବନ୍ୟା ସ୍ଥିତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *