ରାମାନନ୍ଦ ସାଗରଙ୍କ ରାମାୟଣକୁ ନେଇ ଏହି କାରଣରୁ ହୋଇଥିଲା ବିବାଦ ! Prem Sagar କହିଲେ କାରଣ ?

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଓମ ସାଗର ନିର୍ଦେଶିତ ଚଳଚ୍ଚିତ୍ର ଆଦିପୁରୁଷ ସପ୍ତାହ ହେଲାନି  ରିଲିଜ୍ ହେଇ । ମାତ୍ର ଏହାକୁ ନେଇ ଅନେକ ତର୍କବିତର୍କ ଦେଖିବାକୁ ମିଳିଥିଲା । କେତେକ ଲୋକେ ଏହାକୁ ପସନ୍ଦ ଓ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ରେ ରାମାୟଣକୁ ସଠିକ ଭାବରେ ଉପସ୍ଥାପନ ନ କରିଥିବା ବିଷୟକୁ ନେଇ କେତେ actor ମଧ୍ୟ ଏହାକୁ ବିରୋଧ କରିଥିବା ଦେଖିବାକୁ ମିଳୁଛି ।

ତେବେ ଏବେ ପ୍ରଶ୍ନ ଉଠୁଛି ରାମାନନ୍ଦ ସାଗରଙ୍କ ନିର୍ଦେଶତାରେ ଆସିଥିବା ରାମାୟଣକୁ ନେଇ ମଧ୍ୟ ଅନେକ ଲୋକେ ବିବାଦ କରିଥିଲେ ସେ ସମୟରେ ମଧ୍ୟ ଏହାକୁ ନେଇ ବାଦ ଦେଖିବାକୁ ମିଳିଛି ବୋଲି ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର ଜଣଗଣଙ୍କ ସାମନାରେ  କହିଛନ୍ତି । ପ୍ରେମ ସାଗରଙ୍କ ବାପା ମଧ୍ୟ ରାମାୟଣର ରାମ ଓ ସିତାଙ୍କ ବନବାସ ଯାଏ କରିବାକୁ ନିର୍ଦେଶ ପାଇଥିଲେ କାରଣ ତୁଳସୀ ଦାସଙ୍କ ରାମାୟଣରେ ମଧ୍ୟ ଅନେକ ବିଷୟ ଲେଖା ହୋଇନି  ।

ତୁଳସୀ ଦାସଙ୍କ ରାମାୟଣରେ ରାମକୁ ମର୍ଯ୍ୟାଦା ପୁରୁଷଙ୍କ ଆଖ୍ୟା ମିଳିଛି । ମାତ୍ର ସେ କାହିଁକି ସୀତାଙ୍କୁ ଲକ୍ଷ୍ମଣଙ୍କ ସହ ବନବାସ କୁ ଫେରାଇଥିଲେ ଓ ସୀତା ଗର୍ଭବତୀ ବୋଲି ଜାଣିଲା ପରେ ମଧ୍ୟ ତାଙ୍କୁ କଣ ପାଇଁ ରାଜ୍ୟକୁ ଆଣିନଥିଲେ । ରାମ ଯଦି ମର୍ଯ୍ୟାଦା ପୁରୁଷ ତେବେ ଏଭଳି କାହିଁକି କରିଥିଲେ ଏସବୁ ବିଷୟରେ ତୁଳସୀ ଦାସ ଲିଖିତ କରିନଥିଲେ ।

ମାତ୍ର ରୁଷୀ ବଲଲ୍ମୀକି ଲବ ଓ କୃଶ ଙ୍କ ସମ୍ବନ୍ଧରେ ତାଙ୍କ ଗ୍ରନ୍ଥରେ ବର୍ଣ୍ଣନା କରିଥିବା ଦେଖିବାକୁ ପାଇଥିଲୁ । ତେବେ ରାମାନନ୍ଦ ମଧ୍ୟ ରାମାୟଣକୁ ନେଇ ଚୁକ୍ତି କରିଥିଲେ ଯେ କିପରି ରାମ ଏପରି କରିପାରିବେ ତେଣୁ ସେ ରାମାୟଣକୁ ରାମରାଜ୍ୟ ଯାଏ ଦେଖାଇବେ ବୋଲି ସରକାରକୁ କହିଥିଲେ । ମାତ୍ର ରାମାୟଣ ସରିବା ପରେ ଯେମିତି ପୁରା ଦେଶରେ ନିଆଁ ଲାଗିଗଲା ।

ତେବେ ଏହି ବିବାଦ କୁ ନେଇ ବାପା ରାମାନନ୍ଦକୁ ଦୀର୍ଘ ଦଶ ବର୍ଷ ଯାଏ ଅଦାଲତ ରେ କେଶ ଲଢିବାକୁ  ପଢିଥିଲା । ତେବେ ଦିନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟଋ ତାଙ୍କୁ ଫୋନ ଆସିଥିଲା ଯେ ରୁଷି ବାଲଲ୍ମୀକିଙ୍କ ଲିଖିତ ଅଂଶ ଦୃଶ୍ୟମାନ କରିବାକୁ । ତେବେ ରାମାୟଣକୁ ନେଇ ଏବେ ନୁହେଁ ବରଂ କେବେଠୁ ବିବାଦ ଦେଖିବାକୁ ମିଳୁଥିଲା ।

Leave a Reply

Your email address will not be published. Required fields are marked *