ଅନ୍ଧାର ହୋଇଗଲା ପୁରୀ ସହର ! ଚାରିଆଡେ ଖାଲି ଧୂଆଁ ହିଁ ଧୂଆଁ, ଦିଶୁ ନାହିଁ କାଳିଆର ବଡ ଦେଉଳ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନ୍ଧାର ହୋଇଗଲା ପୁରୀ ! ଦୂରରୁ ଦିଶୁନି ପୁରୀ ଜଗନ୍ନାଥ ମନ୍ଦିର ! ଧୂଆଁମୟ ପୁରୀ ସହର । ରାତିରୁ ସକାଳ ହେଲାଣି ହେଲେ ନିଆଁ ଲିଭାଇବାକୁ ଅସକ୍ଷମ ହୋଇଛନ୍ତି ଅଗ୍ନୀଶ୍ରମ ବାହିନୀ । ତେବେ ପୁରୀ ଠାରେ ଥିବା ଲକ୍ଷ୍ମୀ କମ୍ପ୍ଲେକ୍ସ ମାର୍କେଟରେ ଘଟିଯାଇଛି ଏପରି କିଛି ଅଭାବନୀୟ ଘଟଣା । ତେବେ ସାମାନ୍ଯ ଅସାବଧାନତା କାରଣରୁ ମାର୍କେଟ ସାରା ନିଆଁ ଲାଗିଯାଇଥିଲା ।

ତେବେ ନିଆଁ ଲାଗିଯାଇଥିବା ଘଟଣାକୁ ଦେଖିଲା ପରେ ସେଠାରେ କାମ କରୁଥିବା ଲୋକ ସଙ୍ଗେ ସଙ୍ଗେ ଅଗ୍ନୀଶ୍ରମ ଟିମକୁ ସୂଚନା ଦେଇଥିଲେ । ତେବେ ୧୨ ଟି ଫାୟାର ଟେଣ୍ଡର ଘଟଣା ସ୍ତଳରେ ଉପସ୍ଥିତ ରହି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଆରମ୍ଭ କରିଦେଇଥିଲେ । ତେବେ କଟକ ଓ ଭୁବନେଶ୍ବରରୁ ବହୁ ଟିମ ଏଠାକୁ ନିଯୋଜିତ ହୋଇ ଆସିଥିଲେ । ତେବେ ସେଠାକୁ ଅଗ୍ନୀଶ୍ରମ ଟିମ ଆସିବା ସଙ୍ଗେ ସଙ୍ଗେ ଓଡ୍ରାଫ ଟିମ ମଧ୍ୟ ଆସି ପହଞ୍ଚିଥିଲା ।

ତେବେ ଟିମ ମେମ୍ବର ନିଜର ଯଥା ସମ୍ଭବ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ହେଲେ ନିଆଁ ସଂପୂର୍ଣ୍ଣ ଭାବରେ କାବୁ କରିପାରିନଥିଲେ । ତେବେ ନିଆଁ ଉପରେ ପାଣି ସିଂଚନ ହେବ ପରେ ନିଆକୁ ଯାହା ଯେତିକି ଆୟତ୍ତ କରଯାଇଥିଲା । ହେଲେ ନିଆଁରୁ ବାହାରୁଥିବା ଧୂଆଁ ଲୋକଙ୍କର ଜୀବନ ଅସ୍ତବ୍ୟସ୍ତ କରିଦେଇଛି । ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଆଖପାଖ ପରିବେଶ ସବୁଆଡେ ଧୂଆଁମୟ ହୋଇଯାଇଛି ।

ପୁରୀ ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କର ସୁରକ୍ଷିତ ଭାବରେ ଜୀବ ପାଇଁ ମଧ୍ୟ ସ୍ଵତନ୍ତ୍ର କରିଡର ବ୍ୟବସ୍ଥା କରଯାଇଥିଲା । ତେବେ ଅଗ୍ନୀଶ୍ରମ ବାହିନୀର ଆପ୍ରାଣ ଉଦ୍ୟମ ଫଳରେ ନିଆଁକୁ କାବୁ କରାଯିବା ଉପରେ କାର୍ଯ୍ୟ ଜାରୀ ରହିଛି । ତେବେ ନିଆଁ ଲାଗିବା ସଙ୍ଗକୁ ବହୁ ଲୋକଙ୍କ ଜୀବିକାରେ ମଧ୍ୟ ନିଆଁ ଲାଗିଯାଇଛି । ତେବେ ସେହି ମାର୍କେଟ ସେଣ୍ଟରରେ କମ କରି ବହୁ ଲୋକ ନିଜର ପରିବାର ପ୍ରତିପୋଷଣ କରିପାରୁଥିଲେ ।

ତେବେ ମାର୍କେଟରେ ନିଆଁ ଲାଗିଯାଇଥିବା କାରଣରୁ ସବୁ କିଛି ସରିଗଲା ବୋଲି ବହୁତ ଲୋକ ଦୁଃଖରେ ଚିନ୍ତାରେ ପଡିଯାଇଛନ୍ତି । ତେବେ ବହୁ ଶୀଘ୍ରକୁ ନିଆଁକୁ ଆୟତ୍ତ କରି ଲୋକଙ୍କର ଧନଜୀବନ ସୁରକ୍ଷିତ ରହୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାଥନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *