ପୁରୀ ଶ୍ରୀ ମନ୍ଦିର ସାମ୍ନାରେ ନାଚି ପ୍ରଭୁ ଜଗନ୍ନାଥଙ୍କୁ ମେହବୁବା କହିଲେ ଯୁବତୀ, ତା’ପରେ ଯାହା ହେଲା… ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ “ମୁଁ ତୋର ଦିଲ ଜାନିୟା, ମୁଁ ତୋର ମେହେବୁବା” । ତେବେ କିଛି ଏହିଭଳି ଗୀତ ର ତାଳେ ତାଳେ ନୃତ୍ୟ କରିଛନ୍ତି ଯୁବତୀ । ଏବଂ ଏହି ନାଚ ତାଙ୍କର ବର୍ତ୍ତମାନ ତାଙ୍କ ଉପରେ ଭାରି ପଡିଛି । ଏଥି ପାଇଁ ତାଙ୍କୁ ବର୍ତ୍ତମାନ ଟ୍ରୋଲ ର ଶିକାର ହେବାକୁ ପଡିଛି । ଏହି ଯୁବତୀ ଜଣଙ୍କ ନୃତ୍ୟ କରି ବର୍ତ୍ତମାନ ଭା-ଇ-ରା-ଲ ହୋଇଛନ୍ତି । ସେ ପୁରୀ ଜଗନ୍ନାଥ ମନ୍ଦିର ସାମ୍ନା ରେ ଥିବା ବ୍ୟାରିଗେଡ ପାଖରେ ଏହି ନାଚ କରୁଛନ୍ତି ।

ଯେଉଁଥିରେ ଜଗନ୍ନାଥ ଙ୍କୁ ଖୋଜୁଥିଲେ ଏବଂ ପାଇଗଲେ ଓ ମନ ଦେଇଦେଲେ ବୋଲି ସେ କହିଛନ୍ତି । ମାତ୍ର ଇଂଷ୍ଟାଗ୍ରାମ ର ଏହି ରିଲ କୁ ନେଇ ବର୍ତ୍ତମାନ ଉଠିଛି ଝଡ । ମର୍ଡନ ଗୀତ ସବୁକୁ ନେଇ ଜଗନ୍ନାଥ ସଂସ୍କୃତି କୁ ନଷ୍ଟ କରାଯାଉଅଛି ବୋଲି କିଛି ୟୁଜର କହିବା ସହିତ ବଜରଙ୍ଗ ଦଳ ପକ୍ଷରୁ ଏହାକୁ ନେଇ ବିରୋଧ କରାଯାଇଅଛି ।

ମଠ, ମନ୍ଦିର ଏବଂ ଐତିହ କୁ ନଷ୍ଟ କରି ପାର୍କ ସୃଷ୍ଟି କରିଲେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିବ ବୋଲି ବଜରଙ୍ଗଦଳ କର୍ମୀ କହିବା ସାଙ୍ଗକୁ ଏହି ଭିଡିଓ କୁ ସେୟାର ମଧ୍ୟ କରିଛନ୍ତି । ତେବେ କିଛି ଦିନ ପୂର୍ବ ରୁ ଏକ ନବ ବିବାହିତା ଦମ୍ପତ୍ତି ଏହି ସମାନ ଜାଗାରେ ପ୍ରେମମୟ ଗୀତ ରେ ରୋମାଣ୍ଟିକ ଗୀତ ପୋଷ୍ଟ କରିଥିଲେ । ଏହାକୁ ନେଇ ଲୋକମାନେ ତାଙ୍କୁ ଖୁବ ଟ୍ରୋଲ କରିଥିଲେ ।

ଅନ୍ୟ ପକ୍ଷରେ କିଛି ଲୋକ କିନ୍ତୁ ଏଥିରେ ଭରପୁର ପ୍ରେମ ଅଛି ଏବଂ ଜଗନ୍ନାଥ ସଂସ୍କୃତି ହିଂସା ନୁହେଁ ବରଂ ପ୍ରେମର କଥା କୁହେ ବୋଲି କହିଥିଲେ । ଏଭଳିକି ଜଗନ୍ନାଥ ଙ୍କ ଠାରୁ ଆରମ୍ଭ କରି ରାଧାକୃଷ୍ଣ ଙ୍କ ପ୍ରେମକାହାଣୀ ପର୍ଯ୍ୟନ୍ତ ଉଦାହରଣ ଦିଆଯାଇଥିଲା । ଆଉ ଏବେ ସଠିକ ଏହି ସ୍ଥାନରେ ଯୁବତୀ ଙ୍କର ଏହି ଭିଡିଓ କରିବାକୁ  ମଧ୍ୟ ଟ୍ରୋଲ କରାଯାଇଅଛି ।

କିନ୍ତୁ ଯୁବତୀ ଙ୍କ ଏହିଭଳି ମଡେନ ଡ୍ୟାନ୍ସ ପୁଣି ଶ୍ରୀମନ୍ଦିର ସମ୍ମୁଖରେ ସତରେ ଏହାକୁ ଅନେକ ଲୋକେ ନିନ୍ଦା କରିଛନ୍ତି । ଆଜିର ଯୁବପିଢି ଏ ସବୁ ବୁଝି ପାରୁ ନାହିଁ କି ବୁଝି ମଧ୍ୟ ଅବୁଝା ତାହା କହିବା ଅସମ୍ଭବ । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *