‘ଷଡଯନ୍ତ୍ର କରି ମନ୍ଦିର ନେଇଥିଲା, ନିସ୍ତୁକ ମାଡ ମାରିଲେ, ତା’ପରେ… ‘ ଯୁବକ ଜଣକ ନିଜ ନବବିବାହିତ ପତ୍ନୀଙ୍କ ବିଷୟରେ ଯାହା କହିଲେ ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହେଇଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଯୁବକ ଜଣକ କହିଛନ୍ତି ଯେ ୧୨ ତାରିଖ ଦିନ ବାହାଘର ଆରମ୍ଭ ହେଲା ଏବଂ ସନ୍ଧ୍ୟା ୬ ଘଟିକା ସମୟରେ ବିବାହ କାର୍ଯ୍ୟ ସମାପନ ହେଲା । ସମସ୍ତ ଅତିଥି ଯାଉ ଯାଉ ପ୍ରାୟ ୨.୩୦ ରାତି ହୋଇଗଲା । ଏହାପରେ ଯୁବକ ଜଣକ କହିଲେ ଯେ ମତେ ନିସ୍ତେଜ ଲାଗିବାରୁ ମୁଁ ଯାଇ ଶୋଇଲି । ଏହାପରେ ରାତି ୩ ଟାରୁ ୩.୩୦ ସମୟ ମଧ୍ୟରେ ମୋ ସ୍ତ୍ରୀ ସଂପୂର୍ଣ୍ଣ ନଗ୍ନ ଅବସ୍ଥାରେ ତାଙ୍କ ଭେଣେଇ ତଥା ତାଙ୍କ ଦିଦି ଙ୍କ ସହିତ ଭିଡିଓ କଲ କରି କଥା ହେଉଥିଲେ । ଏହାପରେ ମୁଁ କହିଲି ଯେ ନନ୍ଦିନୀ ଏଭଳି କାଇଁ କରୁଛ ?

ଏହା କ’ଣ ସଠିକ ଅଟେ କି ? ଏହାପରେ ସ୍ତ୍ରୀ କହିଲା ଯେ ମୋର ଏହିଭଳି ଆଉ ଭୁଲ ହେବ ନାହିଁ ମତେ ଏହି ଥର କ୍ଷମା କରିଦିଅ ମୁଁ ଆଉ ଏଭଳି କରିବି ନାହିଁ । ଏହାପରେ ଯୁବକ କହିଲେ ଯେ ଠିକ ଅଛି ଏଭଳି ଆଉ କରିବନି ତୁମ୍ଭେ କାଲି ବିବାହ କରି ଆସୁ ଆସୁ ଏଭଳି କରିବା କଣ ଠିକ ? ଏମିତିବ କହି ଯୁବକ ଜଣକ ଶୋଇ ପଡିଥିଲେ ।

ଏହାପରେ ସକାଳେ ଉଠି ସ୍ତ୍ରୀ ଗାଧୋଇ ସାରି କହିଲା ଯେ ମୁଁ ମାନସିକ କରିଥିଲି ମନ୍ଦିରକୁ ଯିବା ଲାଗି । ଏହାପରେ ସ୍ଵାମୀ ଜଣକ କହିଲେ ଯେ ଠିକଅଛି ତେବେ ମୁଁ ଘରେ କହି ଦେଉଛି ଯିବା । ଯୁବକ ଜଣଙ୍କ ଘରେ ନିଜ ବାପା ମା ଙ୍କୁ କହିଲା ଏବଂ ପ୍ରଥମେ ଉଭୟ ଇସ୍କନ ମନ୍ଦିର ଗଲେ । କିନ୍ତୁ ତାଙ୍କ ସ୍ତ୍ରୀ ମନାକରି କହିଲେ ଯେ ମୁଁ ମାନସିକ କରିଥିଲି ଲିଙ୍ଗରାଜ ମନ୍ଦିରରେ ।

ଏହା ପରେ ଲିଙ୍ଗରାଜ ମନ୍ଦିର ପାଖରେ ପହଞ୍ଚିଲା ବେଳକୁ ଝିଅ ର ମା’ ବାପା ତଥା ତାଙ୍କ ଫ୍ୟାମିଲି ସହିତ ତାଙ୍କ ଭେଣେଇ ମଧ୍ୟ ସେଠାରେ ଛିଡା ହୋଇଥିଲେ । ଏହାପରେ ଯୁବକ ଙ୍କ ସ୍ତ୍ରୀ ସେଠାରୁ ନିଜ ଫ୍ୟାମିଲି ସହିତ ଯିବାକୁ ବସିଥିବା ସମୟରେ ଯୁବକ ଜଣଙ୍କ ନିଜ ସ୍ତ୍ରୀ ହାତ ଧରି ଅଟକାଇ ଥିଲେ । କିନ୍ତୁ ପରିବାର ଲୋକେ ସବୁ ମିଶି ଯୁବକ ଜଣକଙ୍କୁ ମାଡ ମାରିଥିଲେ ।

ଏହାପରେ ପୋଲିସ ଏବଂ ସେବାୟତ ସମସ୍ତେ ମିଶି ଏହି ମାମଲା କୁ ଅଟକାଇ ପୋଲିସ ଉଭୟଙ୍କ ପରିବାର କୁ ଥାନା କୁ ନେଇ ଯାଇଥିଲା । ତେବେ ବନ୍ଧୁଗଣ ସଂପୂର୍ଣ୍ଣ ଘଟଣା ଟି ଏହା ନା ଏହା ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି ତାହା ଜଣାନାହିଁ । ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *