ପୁରୀ-ଦୁର୍ଗ ଏକ୍ସପ୍ରେସ୍ ରେ ଲାଗିଗଲା ନିଆଁ, ନୂଆପଡା ଖରିଆ ଷ୍ଟେସନରେ ଘଟିଲା ଅଘଟଣ- Train Accident

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଘଟିଯାଇଛି ଆଉ ଏକ ଦୁର୍ଘଟଣା । ହଁ ଦର୍ଶକବନ୍ଧୁ ଓଡିଶାରେ ଟ୍ରେନ୍ ଦୁର୍ଘଟଣା ବନ୍ଦ  ହେବାର ନାମ ନେଉନି । ଜନସାଧାରଣଙ୍କ ଭିତରେ ବାହାନଗା  ଏବଂ ଯାଜପୁର ଦୁର୍ଘଟଣାରେ ଛବି ନ ନିଭିନୁ ଘଟିଗଲା ଆଉ ଏକ ଘଟଣା । ଟ୍ରେନ୍ ହିଁ କାହିଁକି ଏଭଳି ଘଟଣାର ଶିକାର ହେଉଛି । ଗୋଟେ ପରେ ଗୋଟାଏ ଭୟଙ୍କର ଲୋମଟାଙ୍କୁରି ଦୃଶ୍ୟ ଲୋକମାନଙ୍କ ମଧ୍ୟରେ ଟ୍ରେନ୍ ଯାତ୍ରାକୁ ନେଇ ଭୟର ବାର୍ତ୍ତାବରଣ ସୃଷ୍ଟି କରିବାର ଦେଖାଯାଉଛି ।

ନୂଆପଡା ଖରିଆ ରୋଡ ଷ୍ଟେସନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦୁର୍ଗ ରୁ ପୁରୀ ଅଭିମୁଖେ ଆସୁଥିବା ଏହି ଏକ୍ସପ୍ରେସ୍ ରେ ନିଆଁ ଲାଗିଥିବା ସୂଚନା ମିଳିଛି । ହଠାତ ଭଲରେ ଯାଉଥିବା ଟ୍ରେନ ର ବଗି ତଳେ ଅଚାନକ ନିଆଁ ଲାଗିଯାଇଥିଲା । ତେବେ ଲୋକମାନଙ୍କ ଭିତରେ ରହିଥିଲା ବାହାନଗା ଟ୍ରେନ୍ ଦୁର୍ଘଟଣାର ଦୃଶ୍ୟ ତେଣୁ ତିନକେ ମାତ୍ର ଚିନ୍ତା ନ କରି ନିଜ ଜିନିଷ ପତ୍ରକୁ ଛାଡି ଟ୍ରେନ୍ ବାହାରକୁ ଧାଇଁଗଲେ ଜୀବନ ଥିଲେ ସବୁ କିଛି ଭାବି ଆସିଗଲେ ବାହାରକୁ । ଟ୍ରେନ ର ପରିସର ପୁରା ଧୂଆରେ ଭରିଯାଇଥିଲା ଲୋକମାନେ ତାହାକୁ ଦେଖି ଭୟଭୀତ ହୋଇଯାଇଥିଲେ ।

ତେବେ ରେଳ ଦୁର୍ଘଟଣା ପରେ ଦୁର୍ଘଟଣା ଏହା କମିବାର ନାଁ ନଉନି । ରେଳରେ ଯାତ୍ରା କଣ ପ୍ରାଣ ସହ ସଙ୍ଗର୍ଷ କରିବା ସହ ସମାନ । ବାହାନଗା ରେଳ ଦୁର୍ଘଟଣା ଶହ ଶହ ଲୋକମାନଙ୍କ ଜୀବନକୁ କାଗଜ ପରି ଉଡାଇନେଇଥିଲା ଏବଂ ବିଶ୍ରାମ ଆଶା କରିଥିବା  6 ଜଣ ଶ୍ରମିକମାନଙ୍କୁ ଘୋର ନିଦ୍ରାରେ ଶୁଆଇଦେଇଥିଲା ଏବଂ ଆଜିର ଦୁର୍ଘଟଣା ନିଆଁରେ ପାଉଁଶ କରିବାକକୁ  ଯାଉଥିଲା । ଲୋହମାନବ କଣ ଲୋକମାନଙ୍କ ମୃତ୍ୟୁର ଭୋଜନକୁ ଆଶା କରିଛି । ତେବେ ଏପରି ଦୁର୍ଘଟଣା ଘଟିବାକୁ ନେଇ ରେଳବିଭାଗ କଣ ପାଇଁ ହେଉନି ସାବଧାନ ।

ରେଳକୁ ଆରମ୍ଭ କରିବା ପୂର୍ବରୁ ତାହା ଠିକ କି ନାହିଁ ପରୀକ୍ଷଣ କରିବା ପରେ ପଟା ଉପରକୁ ଆଣିବା ଉଚିତ୍ । ତେବେ ଏହି ଦୁର୍ଘଟଣାରେ ପରେ ରେଳବିଭାଗ କଢାକଢା ପଦକ୍ଷେପ ଗ୍ରହଣ କରିବା ଦରକାର । ଲୋକମାନଙ୍କ ଜୀବନ ପ୍ରତି ଧ୍ୟାନ ଦେବା ନିହାତି ପ୍ରଥମ ମୌଳିକ ବିଷୟ ଅଟେ । ଖବର କୁ ନେଇ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *