ମୋ ମୁଣ୍ଡ ତଳକୁ ଥିଲା ଆଉ ଗୋଡ ଉପରକୁ , ଠାକୁର ବଞ୍ଚାଇଦେଲେ ନହେଲେ ମୁଁ ନଥାନ୍ତି Subhransu ଙ୍କ ହୃଦୟ ବିଦାରକ କାହାଣୀ, ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  ଠାକୁର ହାତଧରି ବାହାରକରିଦେଲେ ନହେଲେ ମୁଁ ନଥାନ୍ତି । ଏଭଳି କିଛି ମିଡିଆ ସାମନାରେ କହିଛନ୍ତି ବାଲେଶ୍ଵର ଜିଲଳ  ବସ୍ତା ବ୍ଲକ ଅନ୍ତରଗତ ବୃଦ୍ଧହଂସା ଗ୍ରାମର ଗୌରାଙ୍ଗ ବେହେରାଙ୍କ ଏକମାତ୍ର ପୁଅ ଶୁଭ୍ରାଂଶୁ ବେହେରା । ଶୁଭ୍ରାଂଶୁ ତାଙ୍କ ମାମୁଁ ସହ ମିଶି ବିଜୟୱାଡା ବୁଲିବାକୁ ଯାଉଥିଲେ ଏବଂ ଟ୍ରେନ୍ ଟିକେଟ୍ ନ ମିଳିବ ହେତୁକରମଣ୍ଡଳର  ଭିନ୍ନକ୍ଷମ ବଗି  ଯାତ୍ରା କରୁଥିଲେ ।

ବଗିରେ ପାଖାପାଖି ସତରଜଣ ଲୋକେ ଯାତ୍ରା କରୁଥିଲେ  । ଶୁଭ୍ରାଂଶୁ ସେଦିନ ଟ୍ରେନ୍ ରେ କଣ ଘଟିଛି ନିଜ ମୁଖରେ ବଖାଣିଛନ୍ତି । ଶୁଭ୍ରାଂଶୁଙ୍କ କହିବା ଅନୁଯାୟୀ ସେ ଭିନ୍ନକ୍ଷମଙ୍କ ବଗିରେ ବସି ଯାଉଥିଲା ଏବଂ ହଠାତ ଟ୍ରେନ୍ ଟି ଅଚାନକ ବ୍ରେକ୍ ଦେଇଥିଲା ସେ ଭାବିଥିଲେ ଟ୍ରେନ୍ ସ୍ଲୋ ହେଲା । ମାତ୍ର ଯେବେ ଦ୍ଵିତୀୟ ଥର ଟ୍ରେନ୍ ବ୍ରେକ୍ ହେଲା ତେବେ ବଗି ଟି ତିନିଥର ପାଇଁ ଓଲଟି ପଡିଲା ।

ତାଙ୍କୁ ଲାଗୁଥାଏ ମୁଁ ଖାଲି ଘୂରୁଛି ଯେବେ ତୃତୀୟ ଥରକେ ବୁଲିଲା ବେଳୁ ମୋ ମୁଣ୍ଡ ଉପରକୁ ଓ ଗୋଡ ତଳକୁ ଥିଲା  ଓ ଶୁଭ୍ରାଂଶୁ ନିଜ ଚେତନା ହରାଇଥିଲେ। ମାତ୍ର କୋଣସି ଦେବଶକ୍ତି ତାଙ୍କୁ ଟ୍ରେନ୍ ରୁ ବାହାରକୁ ଆଣିଲା ପରି ଲାଗିଲା । କାରଣ ତାଙ୍କୁ ଅଚାନକ ଆଖି ଖୋଲିଲା ମାତ୍ରେ ବାହାରକୁ ଯିବାର ଝରକା ମାର୍ଗ ଟି ଦେଖାଗଲା ଏବଂ ସେ ଆଉ କାହା ବିଷୟରେ ଯଥା ତାଙ୍କ ଗୋଡ ପାଖରେ କିଏ ଅଛି ନ ଦେଖି ପ୍ରଥମେ ବାହାରକୁ ଆସିଲେ ଏବଂ ସ୍ଥାନୀୟ ସାହାଯ୍ୟରେ ଉଦ୍ଧାର ପାଇଥିଲେ ।

ଶୁଭ୍ରାଂଶୁଙ୍କ କହିବା ଅନୁସାରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାଙ୍କୁ ସେ ଭୁଲିପାରୁନାହିଁ ତାଙ୍କ ସହ  ବଗିରେ ଥିବା ଲୋକମାନଙ୍କ ମୁଖଚିତ୍ର ମଣିଷ ପରି ନ ଥିଲା । ଯଦି ତାହା ମନେ ପଡିଯାଏ ତେବେ ରାତିରେ ନିଦ ହୁଏନି । ପୁଅକୁ ଫେରି ପାଇଥିବା ମା ‘ ଭଗବାନ କୁ କୋଟି କୋଟି ଧନ୍ୟବାଦ ଜଣାଇ ସ୍ନେହରେ କୋଳରେ ଶୁଆଇ ଗେଲ କରି କାନ୍ଦୁଛନ୍ତି ।

ସତରେ ଏତେ ବଡ ଦୁର୍ଘଟଣାରେ ଶୁଭ୍ରାଂଶୁ ସୁରକ୍ଷିତ ଭାବେ ଘରକୁ ଫେରିବା ବଡ ଚମତ୍କାରରୁ କମ୍ ନୁହେଁ । ବୋଧେ ମା ‘ ର ପ୍ରାଥନା ପୁଅକୁ ଜୀବନ୍ତ ଘରକୁ ଆଣିଛି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *