କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପଛରେ ରହିଛି ତେନ୍ତୁଳି ଗଛ- Balasore Train Accident

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଟ୍ରେନ୍ ଟ୍ରାଜେଡି ପଛରେ ରହିଛି ତେନ୍ତୁଳି ଗଛ । ହିଁ ଦର୍ଶକବନ୍ଧୁ କିଛି ଲୋକେ ଏହାକୁ ବିଶ୍ଵାସ କରୁଥିବା ବେଳେ ଆଉ କେତେକ ଏହାକୁ ଆଡେଇ ଥାନ୍ତି । ମାତ୍ର କୁହାଯାଉଛି ଯେ ଟ୍ରେନ୍ ଦୁର୍ଘଟଣା ପଛରେ ଅସଲି କାରଣ ହେଉଛି ତେନ୍ତୁଳି ଗଛ । ବାଲେଶ୍ଵର ଜିଲ୍ଲାର ବାହାନଗା ଷ୍ଟେସନ ପାଖରେ ରହିଥିଲା ତେନ୍ତୁଳି ଗଛ ।

ସ୍ଥାନୀୟ ଲୋକଙ୍କ ପାଇଁ ତ ଏହି ତେନ୍ତୁଳି ଗଛ ଥିଲା ଦେବତା ଭଳି । ପ୍ରାଚୀନ ବାପ ଅଜା ଅମଳରୁ ପୁରୁଷ ପୁରୁଷ ଧରି ଛିଡା ହୋଇଥିଲା ଏହି ଗଛ । ମାତ୍ର ଏହାର ପତନ ଭାରି ପଡିଥିଲା ଟ୍ରେନ୍ ଉପରେ । ସେଠାକାର ବାସିନ୍ଦାଙ୍କ କହିବା  ଅନୁସାରେ ତାହା ହେଉଛି ସତ୍ୟଯୁଗର ଏକମାତ୍ର ବୃକ୍ଷ ଏବଂ ଗଛରେ ଭିତରେ ରହିଥିଲା ଦେବତାଙ୍କ ଶକ୍ତି ।

କୋଣସି ଶୁଭ କାମରେ ଯିବା ପୂର୍ବରୁ ଲୋକମାନେ ଗଛ ପାଖକୁ ଯାଇ ମୁଣ୍ଡିଆ ମାରି ଯାଉଥିଲେ । ମାତ୍ର ରେଳକର୍ମଚାରୀମାନେ ସପ୍ରସାରଣ କାମ ପାଇଁ ଗଛକୁ କରିବାର ନିର୍ଦେଶ ଦେଇଥିଲେ । ଲୋକମାନଙ୍କ କଥାକୁ ନ ଶୁଣି ଗଛ କାଟିବାକୁ କହିଥିଲେ । ଶୁକ୍ରବାର ଦିନ ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ମଙ୍ଗଳବାର ଦିନ ଗଛ କଟା ଯାଇଥିଲା । ପ୍ରଥମେ ତାହାର ଢାଳକୁ କଟାଗଲା ଏବଂ ବୁଧବାର ଦିନ ତାଙ୍କୁ ଚେରରୁ ଉପାଡି ଦିଆଗଲା ।

ବାହାନଗା ଲୋକମାନଙ୍କ ପାଇଁ ତେନ୍ତୁଳି ଗଛ ହେଲା ବିଶ୍ଵାସର ପ୍ରତୀକ । ତେଣୁ ଲୋକମାନଙ୍କ କହିବା ଅନୁଯାୟୀ ଦୁଇଦିନ ନ ବିତୁଣୁ ଟ୍ରେନ୍ ଦୁର୍ଘଟଣା ର ଶିକାର ହୋଇଥିଲା । ଗଛ ଯେପରି ଖଣ୍ଡ ଖଣ୍ଡ ହୋଇଥିଲା କରମଣ୍ଡଳ ଟ୍ରେନ୍ ମଧ୍ୟ ଠିକ ସେହିପରି ହୋଇଥିଲା । ତେନ୍ତୁଳି ଗଛ ସ୍ଥାନୀୟ ଲୋକମାନଙ୍କ ପାଇଁ ରକ୍ଷା କବଚ ପରିଥିଲା । ମାତ୍ର ଗଛ କୁ କାଟିବା ପରେ ଯେମିତି ବିପଦ ମାଡିଆସିଛି ।

ଯେଉଁଲୋକମାନେ  ତେନ୍ତୁଳି ଗଛକୁ କାଟିଥିଲେ ସେହି ବିଭାଗରେ ଘଟାଇଛି ଦୁର୍ଘଟଣା ।  ତେବେ ଏହା ବିଶ୍ଵାସ ନା ଅବିଶ୍ଵାସ ଜାଣିହେଉନଥିବା ବେଳେ ବାହାନଗା ବାସିନ୍ଦା ପାଇଁ ଏହା ହିଁ ସତ୍ୟ । ତେବେ ଏହାକୁ ଦୂର କରିବା ପାଇଁ ଜିଲା ପ୍ରଶାସନ କଣ କରିବେ  । ଖବର ସମ୍ପର୍କରେ ଅଧିକ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣମାନଙ୍କ ମତକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *