ମୃତ ବ୍ୟକ୍ତିଙ୍କର ଫଟୋ ଘରେ କେଉଁଠି ରଖିଲେ ବଢ଼ି ଚାଲେ ଅମାପ ଧନ- Vastu Tips

ବନ୍ଧୁଗଣ ଆମେମାନେ ସମସ୍ତେ ଆମ ଘର ମଧ୍ୟରେ ଆମ ପୂର୍ବ ପୁରୁଷ ମାନଙ୍କ ଫଟୋ ରଖିଥାଉ । ପୂର୍ବ ପୁରୁଷ ମାନଙ୍କ ଫଟୋ ଘରେ ରଖିଲେ ସେମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସେମାନଙ୍କ ଶୁଭ ଦ୍ରୁଷ୍ଟି ଆମ ଉପରେ ରହିଥାଏ । ହେଲେ ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ପୁରୁଷ ବା ଯେଉଁ ମାନଙ୍କର ଦେ-ହା-ନ୍ତ ହୋଇଯାଇଛି ସେମାନଙ୍କ ଫଟୋକୁ ଘରର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରଖିବା ଉଚିତ । ବାସ୍ତୁ ଶାସ୍ତ୍ରରେ ପୂର୍ବ ପୁରୁଷ ମାନଙ୍କ ଫଟୋ କେଉଁ ଦିଗରେ ରଖିଲେ ଶୁଭ ହୋଇଥାଏ ଓ କେଉଁ ଦିଗରେ ରଖିଲେ ଅଶୁଭ ହୋଇଥାଏ ତାହା ବିଷୟରେ ଉଲ୍ଲେଖ କରାଯାଇଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ପୁରୁଷଙ୍କ ଫଟୋ ଘରର କେଉଁ ଦିଗରେ ରଖିବା ଉଚିତ ଓ କେଉଁ ଦିଗରେ ରଖିବା ଅନୁଚିତ ଆସନ୍ତୁ ଜାଣିବା ।

୧. ବନ୍ଧୁଗଣ ଘରର ମୃ-ତ ବ୍ୟକ୍ତି ତଥା ବାପା, ମା, ଜେଜେ ବା ଜେଜେ ମାଙ୍କ ଫଟୋକୁ ଆପଣ ଘରର ଉତ୍ତର ଦିଗ ବା ପୂର୍ବ ଦିଗ କିମ୍ବା ଘରର ଉତ୍ତର-ପୂର୍ବ ଅଶ୍ଵିନ କୋଣରେ ରଖନ୍ତୁ ନାହିଁ । କାରଣ ବନ୍ଧୁଗଣ ଏହି ସବୁ ଦିଗ ହେଉଛି ଭଗବାନଙ୍କ ଫଟୋ ରଖିବାର ଦିଗ । ଏହି ଦିଗରେ ଭଗବାନଙ୍କ ଫଟୋ ରଖିଲେ ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ତେଣୁ ବନ୍ଧୁଗଣ ଏହି ଦିଗରେ ପୂର୍ବ ପୁରୁଷଙ୍କ ଫଟୋ ଭୁଲ ସେ ମଧ୍ୟ ରଖନ୍ତୁ ନାହିଁ ।

୨. ବନ୍ଧୁଗଣ ପୂର୍ବ ପୁରୁଷ ମାନଙ୍କ ଫଟୋ ରଖିବାର ସଠିକ ଦିଗ ହେଉଛି ଘରର ଦକ୍ଷିଣ ଦିଗ । ଯଦି ଆପଣ ନିଜ ଘରର ଦକ୍ଷିଣ ଦିଗରେ ଫଟୋ ରଖିପାରୁ ନାହାନ୍ତି ତା ହେଲେ ଆପଣ ଘରର ପଶ୍ଚିମ ଦିଗ ବା ଦକ୍ଷିଣ-ପଶ୍ଚିମ ଦିଗରେ ଫଟୋକୁ ରଖିପାରିବେ । ଏହି ଦିଗରେ ପୂର୍ବ ପୁରୁଷ ମାନଙ୍କ ଫଟୋ ରଖିଲେ ତାଙ୍କର ଆଶୀର୍ବାଦ ସର୍ବଦା ଆମ ମାନଙ୍କ ଉପରେ ରହିଥାଏ ଓ ଆମେ ଆମ ଜୀବନରେ ବହୁତ ଉନ୍ନତି କରିଥାଉ ।

୩. ବନ୍ଧୁଗଣ ପୂର୍ବ ପୁରୁଷଙ୍କ ଫଟୋକୁ ନିଜ ଘରର ଠାକୁର ଘରେ ରଖନ୍ତୁ ନାହିଁ । ଏହା ସହିତ ଠାକୁରଙ୍କ କାର୍ଯ୍ୟରେ ବ୍ୟବହାର ହେଉଥିବା ଚନ୍ଦନ ବା ତିଳକକୁ ଆପଣ ମାନେ ପୂର୍ବ ପୁରୁଷଙ୍କ ଫଟୋରେ ବ୍ୟବହାର କରନ୍ତୁ ନାହିଁ ଓ ଯେଉଁ ଚନ୍ଦନ ବା ତିଳକ ଆପଣ ମାନେ ପୂର୍ବ ପୁରୁଷଙ୍କ ଫଟୋରେ ବ୍ୟବହାର କରୁଛନ୍ତି ତାହାକୁ ଭଗବାନଙ୍କ ଫଟୋରେ ବ୍ୟବହାର କରନ୍ତୁ ନାହିଁ ।

ବନ୍ଧୁଗଣ ଏହା କରିବା ଦ୍ଵାରା ଘର ମଧ୍ୟରେ ବହୁତ ସମସ୍ୟା ଲାଗିରହିଥାଏ ଓ ଘରେ କଳହ ଆଦି ଲାଗିଥାଏ । ଏହା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥାଏ । ତେଣୁ ବନ୍ଧୁଗଣ ପୂର୍ବ ପୁରୁଷଙ୍କ ଫଟୋ ସହ ଜଡିତ ଏହି ନିୟମ ଗୁଡିକର ପାଳନ ନିଶ୍ଚୟ କରନ୍ତୁ ଓ ଏକ ସୁଖ ସମୃଦ୍ଧିର ଜୀବନ ଅତିବାହିତ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *