ଏଠି ମଧ୍ୟରୁ ବାଛନ୍ତୁ ଗୋଟିଏ ପତ୍ର, ଜାଣନ୍ତୁ କଣ ପୁରା ହେଇ ପାରିବ ଆପଣଙ୍କ ଅଧୁରା ଇଚ୍ଛା

ମଣିଷ ମନରେ ବହୁତ ଇଚ୍ଛା ରହିଥାଏ । କିନ୍ତୁ ସବୁ ଇଚ୍ଛା ପୁରା ହୋଇ ପାରି ନଥାଏ । କିନ୍ତୁ ଆପଣଙ୍କର ଏମିତି ଗୋଟିଏ ଇଚ୍ଛା ତ ନିଶ୍ଚୟ ଥିବ ଯାହାକୁ ଦିନେ ନା ଦିନେ ପୁରା କରିବାର ଇଚ୍ଛା ଆପଣଙ୍କ ମନରେ ଥିବ । ଆପଣ ଜାଣିବାକୁ ମଧ୍ୟ ଚାହୁଁଥିବେ କି ଆପଣଙ୍କର ସେହି ଇଚ୍ଛା ପୁରା ହୋଇ ପାରିବ କି ନାହିଁ । ଯଦି ପୁରା ହେବ ତ କେବେ । ଯଦି ଏହିପରି କିଛି ପ୍ରଶ୍ନ ଆପଣଙ୍କ ମନରେ ଅଛି ତେବେ ଆମର ଏହି ଲେଖାକୁ ଅବଶ୍ୟ ପଢନ୍ତୁ ।

ପ୍ରକୃତରେ ଏଠାରେ କିଛି ରଙ୍ଗର ପତ୍ର ଦିଆଯାଇଛି, ଯେଉଁଥିରୁ ଆପଣ କେଉଁ ରଙ୍ଗ ନିଜ ପାଇଁ ବାଛୁଛନ୍ତି ତାହା କହିବ ଆପଣଙ୍କ ସେହି ଇଚ୍ଛା ବିଷୟରେ । ତେବେ ବାଛନ୍ତୁ ନିଜ ପସନ୍ଦର ପତ୍ର ।

ନୀଳ ପତ୍ର

ଯଦି ଆପଣ ନୀଳ ରଙ୍ଗର ପତ୍ର ବାଛିଛନ୍ତି ତେବେ ଆପଣଙ୍କର ସେହି ଇଚ୍ଛା ଅବଶ୍ୟ ପୂର୍ଣ୍ଣ ହେବ କିନ୍ତୁ କିଛି କାରଣରୁ ଆପଣଙ୍କୁ ଧୈର୍ଯ୍ୟ ଧରିବାର ଆବଶ୍ୟକତା ଅଛି ।

ସବୁଜ ପତ୍ର

ଆପଣ ନିଜ ଇଚ୍ଛାର ପୂର୍ତ୍ତି ପାଇଁ ପୁରା ଯୋଗ୍ୟ ଅଟନ୍ତି । ଆପଣ ସେହି ସବୁ ଚେଷ୍ଟା କରିଛନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ନିକଟ ଭବିଷ୍ୟତରେ ଆପଣଙ୍କର ସେହି ଇଚ୍ଛା ଅବଶ୍ୟ ପୂର୍ଣ୍ଣ ହେବ ।

ବାଇଗଣୀ ପତ୍ର

ଆପଣଙ୍କର ସ୍ଵପ୍ନ ପୁରା କରିବା ପାଇଁ ଆପଣଙ୍କୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡିବ । ଆପଣ ନିକଟ ଭବିଷ୍ୟତରେ ନିଜ ପାଇଁ ବହୁତ ସକରାତ୍ମକ ଓ ଅନୁକୂଳ ସ୍ଥିତି କୁ ଅନୁଭବ କରିବେ ।

ଲାଲ ପତ୍ର

ଆପଣଙ୍କର ସେହି ଇଚ୍ଛା ପୁରା ତ ନିଶ୍ଚୟ ହେବ କିନ୍ତୁ ଏଥିପାଇଁ ଆପଣଙ୍କୁ କୌଣସି ସଚ୍ଚା ମିତ୍ର ବା ପ୍ରେମିର ସହାୟତା ନେବାକୁ ପଡିବ ।

ନାରଙ୍ଗି ପତ୍ର

ଦୁଃର୍ଭାଗ୍ୟ ବଶତଃ ଆପଣଙ୍କ ଇଚ୍ଛା ଆପଣଙ୍କ ପାଇଁ ସମସ୍ଯା ଓ ବାଧା ଆଣି ଆସିପାରେ । ଆପଣଙ୍କ ପାଇଁ ଭଲ ହେବ କି ଆପଣ ସେହି ଇଚ୍ଛା କୁ ଦୁଇ ତିନି ମାସ ପାଇଁ ଭୁଲି ଯାଆନ୍ତୁ । ଆପଣଙ୍କ ଇଚ୍ଛା ପୂର୍ତ୍ତି ପାଇଁ ବର୍ତ୍ତମାନ ସମୟ ଅନୁକୂଳ ନୁହେଁ ।

ହଳଦିଆ ପତ୍ର

ଆପଣଙ୍କ ଇଚ୍ଛା ପୂରଣ ହେବା ପାଇଁ ଅଧିକ ସମୟ ଲାଗିପାରେ । ଯେ ପର୍ଯ୍ୟନ୍ତ ତାହା ପୁରା ହୋଇ ନାହିଁ ସେ ପର୍ଯ୍ୟନ୍ତ ଆପଣ ଧନ ସଞ୍ଚୟ ପାଇଁ ବିଭିନ୍ନ ଯୋଜନା କରି ପାରନ୍ତି ।

ଗୋଲାପି ପତ୍ର

ଏମିତି ଲାଗୁଛି କି ଆପଣଙ୍କ ଇଚ୍ଛା ଟିକେ ଜଟିଳ ଅଟେ । ଆପଣ ନିଜେ ସେହି ଇଚ୍ଛାର ପୂର୍ତ୍ତିକୁ ନେଇ ଦ୍ଵନ୍ଦରେ ଅଛନ୍ତି । ଆପଣଙ୍କୁ ଧୈର୍ଯ୍ୟ ଧରି ନିଜ ବିଷୟରେ ଭାବିବା ଦରକାର ।

Leave a Reply

Your email address will not be published. Required fields are marked *