ଏଠାରେ ଅଛି କୋରୋନା ଭାଇରସ କୁ ପ୍ରଥମ ସ୍ଟେଜ ରେ ହିଁ ମାରିବାର ଔଷଧ – IMPCL

ଗୋଟିଏ ପଟେ ଯେଉଁଠି ସାରା ବିଶ୍ଵ କୋରୋନା ଭାଇରସ ର ଚିକିଶ୍ଚା ଖୋଜିବାରେ ଲାଗି ପଡିଛି, ସେଇଠି ମଧ୍ୟ ପ୍ରଦେଶର ସରକାର କୋରୋନା ରୁ ବଞ୍ଚିବା ପାଇଁ ଏମିତି ଔଷଧ ବାହାର କରିଛି, ଯାହା ଉତ୍ତରାଖଣ୍ଡ ର ରାମନଗର ରେ ବର୍ଷ ବର୍ଷ ଧରି ତିଆରି ହୋଇ ଆସୁଛି । INDIAN MEDICINES PHARMACEUTICAL CORPORATION LIMITED (IMPCL) କହିଛି କି ଏହି ଔଷଧର ବ୍ୟବହାର ଦ୍ଵାରା କୋରୋନା ଭାଇରସ ପ୍ରଥମ ସ୍ଟେଜ ରେ ହିଁ ମରି ଯାଇଥାଏ ।

ଏଥିପାଇଁ ମଧ୍ୟ ପ୍ରେଦେଶର ସରକାର IMPCL କୁ ତିନୋଟି ଔଷଧର ଅର୍ଡର ମାଗିଛି, ଯାହା ପାଇଁ ଏମପି ସରକାର ୩୫.୫୦ ଲକ୍ଷ ଟଙ୍କାରୁ ଅଧିକ ରାଶି ଖର୍ଚ୍ଚ କରୁଛନ୍ତି । ଭାରତରେ ମଧ୍ୟ କୋରୋନା ଭାଇରସ କାରଣରୁ ଆତଙ୍କ ସୃଷ୍ଟି ହୋଇଛି । ଏ ପର୍ଯ୍ୟନ୍ତ ଦେଶରେ ୪୬ ରୁ ଅଧିକ କୋରୋନା ଆକ୍ରାନ୍ତଙ୍କ ପୃଷ୍ଟି ହୋଇଛି, ଯେଉଁଥିରୁ ୩ ଜଣ ଠିକ ହୋଇଥିବାର କଥା କୁହାଯାଉଛି ।

ଏହା ମଧ୍ୟରେ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ସତର୍କତା ଅବଲମ୍ବନ କରିବାକୁ ଉପଦେଶ ଦେଉଛନ୍ତି । ଯେତେବେଳେକି ଏ ପର୍ଯ୍ୟନ୍ତ ଏହାର କୌଣସି ଚିକିଶ୍ଚା ବାହାରି ପାରି ନାହିଁ । କିନ୍ତୁ ମଧ୍ୟ ପ୍ରଦେଶ ସରକାର କୋରୋନା ଭାଇରସ କୁ ପ୍ରଥମ ସ୍ଟେଜ ରେ ହିଁ ମାରିବାର ଚିକିଶ୍ଚା ଖୋଜି ବାହାର କରିଛି । ମଧ୍ୟ ପ୍ରଦେଶ ସରକାରକୁ ଅଲ୍ମୋଡା ଜିଲ୍ଲାରେ ସ୍ଥିତ IMPCL ଔଷଧ ଫ୍ୟାକ୍ଟ୍ରିର ତିନିଟି ଔଷଧରେ ଏହାର ଚିକିଶ୍ଚା ମିଳି ଯାଇଛି, ଯେଉଁଥିରୁ ଜଣା ପଡୁଛି କି ଏହି ଔଷଧ କୋରୋନା ଭାଇରସ କୁ ପ୍ରଥମ ସ୍ଟେଜ ରେ ହିଁ ଶେଷ କରିଦେବ ।

ଏହା ଅଟେ ସେହି ତିନିଟି ଔଷଧ

IMPCL ର ମୁଖ୍ୟ ପ୍ରବନ୍ଧକ ମନଜିତ ସିହ୍ନା କହିଲେ କି ମଧ୍ୟ ପ୍ରଦେଶ ସରକାର ତରଫରୁ ତାଙ୍କୁ ଗୋଟିଏ ଚିଠି ମିଳିଛି, ଯେଉଁଥିରେ ଏମପି ସରକାର ତାଙ୍କ ଠାରୁ ୟୁନାନୀ ଔଷଧ ‘ତ୍ରିୟାକେ ନଜଲା’, ‘ଶର୍ବତେ ଉନ୍ନାବ’ ଓ ‘ହବ୍ବେ ବୁଖାର’ ମାଗିଛି । ଏହି ତିନିଟି ଔଷଧକୁ IMPCL ବର୍ଷ ବର୍ଷ ଧରି ତିଆରି କରୁଛି ଓ ଏହା ଆଶା କରା ଯାଉଛି କି କୋରୋନା ଭାଇରସ ସଂକ୍ରମଣକୁ ଅଟକାଇବାରେ ଏହି ଔଷଧ ସାହାର୍ଯ୍ୟ କରିବ ।

ଏହି ଔଷଧ ମଧ୍ୟ ପ୍ରଦେଶର ୨୮ ଟି ଜିଲ୍ଲାରେ ସିଏଚସି, ପିଏଚସି, ହେଲ୍ଥ ସେଣ୍ଟର ଆଦିକୁ ସପ୍ଲାଏ କରାଯିବ । ସନ୍ଦିଗ୍ଧ ମିଳୁଥିବା ବ୍ୟକ୍ତିଙ୍କୁ ଏହି ଔଷଧ ଦିଆଯିବ । IMPCL ଫ୍ୟାକ୍ଟ୍ରି ର ଜେନେରାଲ ମ୍ୟାନେଜର ପନୀ ରାମ ଆର୍ୟ୍ୟ କହିଲେ କି ତାଙ୍କ ପାଖରେ ପର୍ଯ୍ୟାପ୍ତ ମାତ୍ରାରେ ଔଷଧ ଉପଲବ୍ଧ ଅଛି । ଯଦି ଅନ୍ୟ କୌଣସି ସରକାର ପାଇବାକୁ ଚାହୁଞ୍ଚନ୍ତି ତେବେ ସେମାନେ ଦେବାକୁ ପ୍ରସ୍ତୁତ ଅଛନ୍ତି ।

Leave a Reply

Your email address will not be published. Required fields are marked *