ପୁଣି Ranji Trophy ରେ କମାଲ କରି ଦେଖେଇଲେ Ishan Kishan, ଆଣିଲେ ଝଡ, ପୁଣି ଛୁଟୁଛି ପ୍ରଶଂସାର ସୁଅ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଖେଳାଳୀ କ୍ରିକେଟ ଖେଳ ପାଇଁ ଦିୱାନା ହୋଇଥାନ୍ତି । କ୍ରିକେଟର ମାନେ ସଦା ସର୍ବଦା ନିଜ ଖେଳରେ ବେଷ୍ଟ ପ୍ରମାଣ କରି ନିଜ ଦଳକୁ ଜିତିବାକୁ ପ୍ରୟାସ ଜାରୀ ରଖିଥାନ୍ତି । ଯେପରି ଇଣ୍ଡିଆନ ଟିମ୍ ର ଈଶାନ କିଷାନ ଆନ୍ତର୍ଜାତିକ ଟିମ୍ ରେ ଦ୍ଵିଶତକ ମାରିଥିଲେ । ବର୍ତ୍ତମାନର ଖବର ଅନୁଯାଇ ଏବେ ରଞ୍ଜୀ ଟ୍ରଫିରେ ଝଡ ସୃଷ୍ଟି କରିଛନ୍ତି । ଭାରତରେ ଚାଲୁଥିବା ରଞ୍ଜୀ ଟ୍ରଫିରେ ଶତକ ମାରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ଏହା ସହିତ ଈଶାନ କିଷାନ କ୍ରିକେଟରେ ଏପରି ଖେଳ ପଦର୍ଶନ କରିଥିବାରୁ ତାଙ୍କ ଫ୍ୟାନ ତଥା କ୍ରିକେଟ ପ୍ରେମୀଙ୍କ ମନକୁ ଜୟ କରିଦେଇଛନ୍ତି । ରଞ୍ଜୀ ଟ୍ରଫିରେ ଝାଡଖଣ୍ଡ ପାଇଁ ଖେଳୁଥିବା ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ କେରଳ ବିପକ୍ଷରେ ଶତକ ମାରିଛନ୍ତି । ସଞ୍ଜୁ ସାମସନଙ୍କ ନେତୃତ୍ଵରେ କେରଳ ଦଳ ପ୍ରଥମ ଇନିନିଗ୍ସରେ ୪୭୫ ସ୍କୋର କରିଛନ୍ତି । ଏହାର ଜବାବ ଦେବା ପାଇଁ ଝାରଖଣ୍ଡ ମଧ୍ୟ ନିଜକୁ ପ୍ରସ୍ତୁତ କରିଥିଲା ।

ଝାରଖଣ୍ଡ ୪ ଟି ୱିକେଟ ଖସାଇଥିଲା । ଏହାପରେ ଈଶାନ କିଷାନ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ତାପରେ ଈଶାନ କିଷାନ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ଈଶାନ କିଷାନ ନିଜ ଖେଳ ପଦର୍ଶନରେ ବିସ୍ଫୋରକ ଭାବରେ ଦିନିକିଆ ମ୍ଯାଚରେ ଦ୍ଵିଶତକ ମାରିବା ପରେ ଚଉକା ଛକା ମାରିଛନ୍ତି ।

ତାଙ୍କ ଦଳ ପକ୍ଷରୁ କେହିବି ଛକା ନମାରି ରନ ସହ କରୁଥିବା ବେଳେ ଈଶାନ କିଷାନ ୮ ଟି ଲମ୍ବା ଛକା ମାରିଥିଲେ । ଈଶାନ କିଷାନ ଖେଳରେ ମୋଟ ୧୩୨ ରନ କରିଛନ୍ତି । ଏହି ଇନିନିଙ୍ଗସ୍ ରେ ୮ ଟି ଛକା ଓ ୯ ଟି ଚଉକା ରହିଛି ।  ଈଶାନ କିଷାନ ପୂର୍ବରୁ ମଧ୍ୟ ନିଜର ଖେଳର ଜଲ୍ବା କ୍ରିକେଟ ଦର୍ଶକଙ୍କୁ ଦେଖାଇ ଆସିଛନ୍ତି ।

ବାଂଲାଦେଶ ବିପକ୍ଷରେ ଓଡିଆଇ ମ୍ଯାଚରେ ସବୁଠାରୁ ଦ୍ରୁତ ଗତିରେ ଶତକ ମାରି ନିଜର ଖେଳ ଦୁନିଆରେ ଇତିହାସ ରଚିଥିଲେ । ତାପରେ ଈଶାନ କିଷାନଙ୍କର ଦ୍ଵିଶତକ ପରେ ରଞ୍ଜୀ ଟ୍ରଫିରେ ଶତକ ମାରି ଇଣ୍ଡିଆନ କ୍ରିକେଟ ଟିମ ମ୍ୟାନେଜମେଣ୍ଟକୁ  ଆଶ୍ଚର୍ଯ୍ୟ କରିଛନ୍ତି । ଯଦି ଈଶାନ କିଷାନ ଏହିପରି ଭାବରେ ନିଜ କ୍ରିକେଟ ଖେଳର ପଦର୍ଶନ ଜାରୀ ରଖିବେ ।

ତେବେ ୨୦୨୩ରେ ଦିନିକିଆ ବିଶ୍ଵକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇପାରିବେ । ତେଣୁ ସମସ୍ତଙ୍କର ଆଶା ଏହିପରି ଭାବରେ ଈଶାନ କିଷାନ ଖେଳ ଜାରୀ ରଖନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *