Exclusive Interview: ହନିମୁନରେ କେଉଁଠି କୁ ଯିବେ ଅଶ୍ଵିନ ଓ ପ୍ରେରଣା, ଦେଖନ୍ତୁ ଏନେଇ ସେ କଣ କହିଲେ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ବହୁ ଚର୍ଚିତ ଆଙ୍କର କପୁଲ୍ ଲଭଗୁରୁ ଅଶ୍ଵିନ୍ ଓ ସୁନ୍ଦରୀ ପ୍ରେରଣା ନିକଟ ଅତୀତରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଏହି ଆଙ୍କର କପୁଲ୍ କେତେବେଳେ ନିଜ ବନ୍ଧୁତ୍ଵ, କେତେବେଳେ ପ୍ରେମ ଓ ତାପରେ ବିବାହ ପାଇଁ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବାହାଘର ପରେ  ଅଶ୍ଵିନ୍ ଓ ପ୍ରେରଣା ନିଜର ବାହାଘର ସମ୍ବଧିତ ଏକ୍ସପେରିଏନ୍ସ ଓ ମେମୋରିଜ ଦର୍ଶକଙ୍କ ସହିତ ଶେୟାର କରିଛନ୍ତି ।

ଅଶ୍ଵିନ୍ ଙ୍କ କହିବା ଅନୁସାରେ ସେ ପ୍ରେରଣାଙ୍କୁ ତାଙ୍କର ଜୀବନସାଥିରୂପରେ ପାଇ ସେ ବହୁତ ହିଁ ଖୁସିରେ ଅଛନ୍ତି । ଯେତେବେଳେ ଅଶ୍ଵିନ୍ ଓ ପ୍ରେରଣାଙ୍କ ବିବାହ ପାଇଁ ଯୋଜନା ଚାଲିଥିଲା । ସେତେବେଳେ ବିବାହର ପ୍ରସ୍ତୁତିରେ ନିଜକୁ ଏକଦମ୍ ହଜାଇ ଦେଇଥିଲେ । ତାପରେ ବାହାଘରଟି ଭଲ ଭାବରେ ହୋଇଗଲା ବୋଲି ସେ ନିଜର ମତାମତ ମିଡିଆ ଆଗରେ ବଖାଣିଛନ୍ତି ।

ଏହା ସହ ଷ୍ଟାଇଲିସ ଆଙ୍କର ପ୍ରେରଣା ମଧ୍ୟ ନିଜ ବାହାଘରକୁ ସେ ଏକ ସୁନ୍ଦର ଓ ମେମୋରିବଲ୍ ସ୍ମୃତି କରି ସବୁଦିନ ରଖିବେ ବୋଲି କହିଛନ୍ତି । ପ୍ରେରଣାଙ୍କ କହିବା ଅନୁସାରେ ସେ ନିଜ ବାପଘରକୁ ଛାଡି ନୂତନ ଭାବେ ଶାଶୁଘରେ ରହୁଥିବାରୁ ତାଙ୍କର ବାପଘର କଥା ବହୁତ ମନେପଡୁଛି । ଏହା ସତ୍ବେ ମଧ୍ୟ ଅଶ୍ଵିନ୍ ଙ୍କ ଘର ପରିବାର ଲୋକ ପ୍ରେରଣାଙ୍କୁ ନିଜ ଘରର ଝିଅ ଭଳି ଦେଖୁଥିବାରୁ ସେ ତାଙ୍କର ନୂଆ ପରିବାର ସହିତ ବହୁତ ହିଁ ଖୁସିରେ ଅଛନ୍ତି ।

ଦୀର୍ଘ ୭ ରୁ ୮ ବର୍ଷର ବନ୍ଧୁତ୍ଵ ପରେ ଏବେ ଅଶ୍ଵିନ୍ ଓ ପ୍ରେରଣା ପାରିମ୍ପରିକ ଦ୍ରୁଷ୍ଟି କୋଣରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଶ୍ଵିନ୍ ଙ୍କର କହିବାନୁଯାଇ ଏବେ ବି ସେ ସେହି ବନ୍ଧୁତ୍ଵକୁ ଉଭୟ ସବୁବେଳେ ନିଜ ଭିତରେ ବାନ୍ଧି କରି ରଖିବେ । ଏହା ସହିତ ଅଶ୍ଵିନ୍ ସବୁବେଳେ ପ୍ରେରଣାଙ୍କ ଭିତରେ ନିଜକୁ ଦେଖିଛନ୍ତି ।

ସେଥିପାଇଁ ଏତେ ବର୍ଷ ବନ୍ଧୁତା ଭିତରେ କେତେବେଳେ ଉଭୟଙ୍କର ପ୍ରେମ ସମ୍ପର୍କ ହୋଇଗଲା ସେ ଜାଣି ମଧ୍ୟ ପାରିନଥିଲେ । ସବୁ ଦମ୍ପତିଙ୍କର ବିବାହ ପରେ କୌଣସି ନା କୌଣସି ଜାଗାକୁ ବୁଲିଯିବାକୁ ଯୋଜନା ହୋଇଥିଲା । ସେହିପରି ଯେତେବେଳେ ଅଶ୍ଵିନ୍ ଙ୍କୁ ତାଙ୍କର ହମିମୁନର ଲୋକେସନ ବିଷୟରେ ପଚରାଯାଇଥିଲା ।

ଅଶ୍ଵିନ ସ୍ମିତ ହାସ୍ୟ କରି ନନ୍ଦନକାନନକୁ ପ୍ରେରଣାଙ୍କୁ ବୁଲିବାକୁ ନେଇ ସେଠି କିଛି ସମୟ ବିତାଇବାକୁ କହିଥିଲେ । ଅଶ୍ଵିନ ଓ ପ୍ରେରଣାଙ୍କୁ ଆଗାମୀ ସମୟରେ ଓଡିଆ ଆଲବମ୍ ଜଗତରେ ନୂଆ ମ୍ୟୁଜିକ ଭିଡିଓରେ ବହୁତ ଶୀଘ୍ର ଦେଖିବାକୁ ମିଳିପାରେ ବୋଲି ଅଶ୍ଵିନ କହିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *