Exclusive: ପୁଣି ବାହା ହେଲେ ଅନୁଭବ ? ବରବେଶରେ ଭାଇରାଲ ହେଲା ଫଟୋ, ଫ୍ୟାନ୍ସ ଜଣେଇଲେ ଶୁଭେଶ୍ଚା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କର ବର ବେଶ ବହୁତ ଚର୍ଚାର ବିଷୟ ପାଲଟିଛି । ଅଭିନେତା ଅନୁଭବ ପୁଣି ଥରେ ସୋସିଆଲ ମିଡିଆରେ ଦିଲ୍ଲୀ ଫୋଟରେ ନିଜର ବର ବେଶକୁ ନେଇ ଭାଇରାଲ ହେବାରେ ଲାଗିଛନ୍ତି ।  ଏକାଧାରାରେ ଅଭିନେତା ତଥା ସାଂସଦ ସୋସିଆଲ ମିଡିଆରେ ବର ବେଶରେ ତାଙ୍କର ଏକ ସାଙ୍ଗଙ୍କ ସହିତ ଛିଡା ହୋଇଥିବା ଫୋଟଟି ନଜରକୁ ଆସିଛି ।

ସେହି ଫୋଟରେ ତାଙ୍କର ଜଣେ ସାଙ୍ଗ ରାକେଶ ଅନୁଭବଙ୍କୁ ନୂତନ ଯାତ୍ରା ପାଇଁ ମଧ୍ୟ ଶୁଭେଛା ସୋସିଆଲ ମିଡିଆରେ ଜଣାଇଛନ୍ତି । ତାଙ୍କ ସାଙ୍ଗଙ୍କର ଅନୁଭବଙ୍କୁ ଏହି ଶୁଭେଛା ଦେବା ପଛ ରହସ୍ୟ କଣ ? ସେ ଅନୁଭବଙ୍କୁ କେଉଁ ନୂଆ ଯାତ୍ରା ପାଇଁ ଶୁଭେଛା ଓ ଅଭିନନ୍ଦନ ଜଣାଉଛନ୍ତି । ଅନୁଭବଙ୍କୁ ଏହି ବେଶରେ ଦେଖିବା ପରେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?

ସତରେ କଣ ଅନୁଭବ ଆଉ ଥରେ ବାହା ହେବାର କିଛି ଯୋଜନା ରଖିଛନ୍ତି ନା ଅନୁଭବଙ୍କର ଏହି ବେଶ କୌଣସି ଫିଲ୍ମ ପ୍ରମସନ ପାଇଁ କରାଯାଇଛି । କାରଣ ବହୁ ଚର୍ଚିତ ବର୍ଷା ଓ ଅନୁଭବଙ୍କର ପାରିବାରିକ କଳିର ସମାଧାନ ଏବେ ପର୍ଯ୍ୟନ୍ତ ମଧ୍ୟ ଛିଡି ନାହିଁ । ଏବେ ପର୍ଯ୍ୟନ୍ତ ମଧ୍ୟ ଉଭୟ କୋର୍ଟର ସମସ୍ତ ଶୁଣାଣୀରେ କୋର୍ଟର ଦ୍ଵାରସ୍ଥ ହେଉଛନ୍ତି ।

ତେଣୁ ବର୍ତ୍ତମାନ ସମୟରେ ଅନୁଭବ ଆଇନ ସମତଃ ଅନ୍ୟ କାହାକୁ ବିବାହ କରିପାରିବେ ନାହିଁ । ତେବେ ସେ ଏପରି ବର ବେଶ ସାଜିବା ପଛର ପ୍ରକୃତ ରହସ୍ୟ କଣ ହୋଇପାରେ।  ଏହା ଛଡା ତାଙ୍କ ସାଙ୍ଗ ରାକେଶ ମଧ୍ୟ ତାଙ୍କୁ ଏପରି ଅଭିନନ୍ଦନ ମଧ୍ୟ ଦେବା ଅନେକ ଲୋକଙ୍କ ମନରେ ବହୁତ କିଛି ପ୍ରଶ୍ନ ଆଲୋଡିତ କରାଉଛି । ଏଥି ମଧ୍ୟରେ ଅନୁଭବଙ୍କ ନିଜସ୍ୱ ତରଫରୁ ନିଜର ବ୍ୟକ୍ତିଗତ ଘଟଣା ସମ୍ପର୍କରେ କିଛି ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ ।

ବହୁତ ଲୋକଙ୍କ କହିବା ଅନୁସାରେ ଅନୁଭବଙ୍କ ଆଗାମୀ ଫିଲ୍ମ ଲଭ ଇନ ଲଣ୍ଡନ ଫିଲ୍ମ ବା ଅନ୍ୟ କିଛି ଆଗାମୀ ସମୟରେ ଲୋକ ଲୋଚନକୁ ଆସିବା ପାଇଁ ଯାଉଥିବା ଫିଲ୍ମ ସୁଟିଙ୍ଗ ସେଟରେ ଅନୁଭବଙ୍କର ଏପରି ବେଶ ରହିଛି । ଏହାର ଅପର ପକ୍ଷରେ ବହୁତ ଲୋକ ଅନୁଭବଙ୍କର ଏପରି ବର ବେଶ ଦେଖି ଅନୁଭବ ଦିତୀୟ ବିବାହ କରିଛନ୍ତି ବୋଲି ସନ୍ଦେହ ଉଠୁଛି ।

ତେବେ ପ୍ରକୃତ ସତ୍ୟ କଣ ତାହା ଆଗାମୀ ସମୟରେ ଅନୁଭବଙ୍କର ନିଜସ୍ୱ ପ୍ରତିକ୍ରିୟା ପରେ ହିଁ ଜଣାପଡିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରିଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *